Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ବାଇମୁଣ୍ଡି ସ୍ୱର୍ଗତ ରାଧାକୃଷ୍ଣ ରାମଙ୍କ ସ୍ମୃତି ସଭା
ଆଞ୍ଚଳିକ

ବାଣପୁରର ବାଇମୁଣ୍ଡି ସ୍ୱର୍ଗତ ରାଧାକୃଷ୍ଣ ରାମଙ୍କ ସ୍ମୃତି ସଭା

October 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): “କଟକର ଚ଼ିନ୍ତାବାଇ ମୁଣ୍ଡି” ଙ୍କ ପରି ଜୀବନର ଅନ୍ତିମ ସୋପାନ ପର୍ଯ୍ୟନ୍ତ ଜନ୍ମମାଟି ବାଣପୁରର ଉନ୍ନତି ଓ ବିକାଶପାଇଁ ଅହରହ ଚ଼ିନ୍ତା କରିଥିବା ବ୍ୟକ୍ତିତ୍ଵ ବାଣପୁରର ବାଇମୁଣ୍ଡି ସ୍ବର୍ଗତ ରାଧାକୃଷ୍ଣ ରାମଙ୍କ ଦ୍ୱାଦଶାହ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଜୟ ବାଣପୁର ସଂଗ୍ରାମ ପରିଷଦ ଦ୍ଵାରା ଉକ୍ତ ସ୍ମୃତି ସଭା ଆୟୋଜନ କରାଯାଇଥିଲ। ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିତ୍ଵ ଗାଳ୍ପିକ ଶିବ ମିଶ୍ର, କବି ପୁରୁଷୋତ୍ତମ ମହାପାତ୍ର, ସାହିତ୍ୟସିନ୍ଦୁରାର ଆବାହକ ଗୋଲକ ପରୀଡା, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, କବି ବାଳମୁକୁନ୍ଦଦାସ, ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତି, ଲକ୍ଷ୍ମୀଧର ପ୍ରଧାନ, ବ୍ରଜବନ୍ଧୁ ମିଶ୍ର, ଶଙ୍କର ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃନୃସିଂହ ପ୍ରଧାନ, ଅଧ୍ୟାପକ ଭବାନୀ ପ୍ରସାଦ ହୋତା, ଆଡ଼୍‌ଭୋକେଟ୍ ଶେଷ ଦେବ ମହାରଣା, ନାଟ୍ୟ ନିର୍ଦ୍ଦେଶକ ମହେଶ୍ଵର ଜେନା, ଶକ୍ତିପ୍ରସାଦ ମହାପାତ୍ର, “ଜୟ ବାଣପୁର” ସଂଗଠନର ଆବାହକ ଇଂଜିନିୟର ଶେଷଦେବ ବରାଳ, ସମାଜସେବୀ ବ୍ରଜକିଶୋର ଜେନା, ସମାଜସେବୀ ନିରଞ୍ଜନ ପ୍ରଧାନ, ସୁନିଲ ବରାଳ ପ୍ରମୁଖ ଯୋଗ ଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଅମର ଆତ୍ମାର ସଦଗତି କାମନା କରି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ସହ ବାଣପୁର ବାଲୁଗାଁର ବିକାଶ ପ୍ରତି ତାଙ୍କ ଅବଦାନ ସଂପର୍କରେ ବ୍ୟକ୍ତବ୍ୟ ରଖି ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗୋଦାବରୀଶ ବିଦ୍ୟାପୀଠରେ ଶିକ୍ଷକତା ପଦରୁ ଅବସର ନେଇ ସ୍ବର୍ଗତ ରାମ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ସ୍ୱାଭିମାନ ବାଣପୁରର ଉନ୍ନତି ପାଇଁ ଆରମ୍ଭ କରିଥିଲେ ଅନେକ ଯୋଜନା। ତନ୍ମଧ୍ୟରୁ ବାଣପୁର ନିର୍ବାଚନମଣ୍ଡଳୀର ପରିବର୍ତ୍ତିତ ନାମ ଚ଼ିଲିକାକୁ ପୁନଃ ପରିବର୍ତ୍ତନ କରାଇବା ପାଇଁ ଭାରତର ଉଚ୍ଚତମ ନ୍ୟାୟାଳୟରେ ଲଢ଼େଇ, ବାଣପୁରରେ ସବରେଜିଷ୍ଟାର ଅଫିସ୍, ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖା ଓ କୋର୍ଟ ପରିସର ସ୍ଥାପନ ସହିତ, ବାଲୁଗାଁଠାରେ ଦ୍ରୁତଗାମୀ ରେଳ ଗୁଡ଼ିକର ରହଣୀ ପାଇଁ ଅହରହ ଉଦ୍ୟମ କରି ସେ କିପରି କୃତକାର୍ଯ୍ୟ ହୋଇପାରିଥିଲେ ତାହା ବକ୍ତାମାନେ ବର୍ଣ୍ଣନା କରିଥିଲେ।

ଏକ ସାଲିସ୍ ବିହୀନ ସ୍ୱାଭିମାନୀ ମଣିଷ ଭାବରେ ବଞ୍ଚି ରହି ବାଣପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବିରେ ଲଢ଼େଇ ଜାରି ରଖି ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ତାହା ନିଶ୍ଚିତ ଭାବରେ ବାଣପୁର ଇତିହାସ ପୃଷ୍ଠାରେ ଏକ ଅମ୍ଳାନ ସ୍ମୃତି ହୋଇ ଚିରକାଳ ରହିଥିବ ବୋଲି ବକ୍ତାମାନେ ବ୍ୟକ୍ତବ୍ୟ ପ୍ରଦାନ କରି ତାଙ୍କ ଶେଷ ସ୍ୱପ୍ନ ବାଣପୁର ବାସୀଙ୍କ ପ୍ରମୁଖ ଦାବୀ ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଲାଭ ପାଇଁ ଅହରହ ସଂଗ୍ରାମ ଜାରି ରଖିବାକୁ ସଂକଳ୍ପ କରିଥିଲେ।

ବାଣପୁର ସ୍ମୃତି ସଭା
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.