Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଲୁଗାଁ କଲେଜରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

October 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ “ରାଷ୍ଟ୍ର ସମୃଦ୍ଧି ନିମନ୍ତେ ଐକ୍ୟ ସଂସ୍କୃତି ” ଶୀର୍ଷକ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଗତକାଲି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମୂହ ଦୁର୍ନୀତି ନିବାରଣ ସଂକଳ୍ପ ପରେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଉକ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରଥମେ ଚଳିତ ବର୍ଷର ପ୍ରସଙ୍ଗ ଉପସ୍ଥାପନ କରି ଏହାର ତାତ୍ପର୍ଯ୍ୟ ବିଶ୍ଳେଷଣ କରିଥିଲେ। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଜୀବନରେ ପ୍ରତିଟି ନାଗରିକ ସାଧୁତା ଅବଲମ୍ବନ କରି ମହାଭାରତୀୟ ସଂସ୍କୃତିକୁ ସଂରକ୍ଷଣ ଓ ସମୃଦ୍ଧ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ବରିଷ୍ଠ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂ, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ ଓ ଯୁବ ରେଡ଼କ୍ରସ ଅଧିକାରୀ ମନସ୍ବିନୀ ପଟ୍ଟନାୟକ ରାଷ୍ଟ୍ରୀୟ ମର୍ଯ୍ୟାଦା ପାଇଁ ପ୍ରତି ସ୍ତରରେ ଦୁର୍ନୀତି ନିବାରଣ କରିବା ସହ ଶୈକ୍ଷିକ ଜୀବନରେ ପ୍ରତିଟି ଶିକ୍ଷାର୍ଥୀ ସଚୋଟତା ସହିତ ସାମୂହିକ କ୍ଷେତ୍ରରେ ନିର୍ଭୀକ ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ସ୍ବେଛାସେବୀ ପ୍ରଜ୍ଞାସ୍ମିତା ସାହୁ ନିଜର ବକ୍ତବ୍ୟ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଜାତୀୟ ସେବା ଯୋଜନା ଦୁର୍ନୀତି ନିବାରଣ ସପ୍ତାହ ବାଲୁଗାଁ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ
Share. Facebook Twitter LinkedIn Email WhatsApp Copy Link

Related Posts

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

January 24, 2026

ଲେପଟନାଣ୍ଟ ଲକ୍ଷ୍ମୀପ୍ରିୟା ଚାନ୍ଦଙ୍କର ଦର୍ଶନ ଶାସ୍ତ୍ରରେ ପିଏଚ୍‌ଡି ଲାଭ

January 24, 2026

ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ

January 20, 2026
Latest News

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026

ଆଜି ଜାନୁୟାରୀ ୨୬ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇବେ ଶୁଭ ଖବର, ଖୁସି ହୋଇଯିବେ

January 26, 2026

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ଚାରି ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

January 25, 2026

ଅଭିଷେକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ: ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ବଡ଼ ବିଜୟ ହାସଲ

January 25, 2026

ଏକତା ପରିଷଦ ଟ୍ରଷ୍ଟ ଓ ଓଡ଼ିଆର୍ଟର ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ ପାଳିତ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.