Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

December 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ୟୁଥ ରେଡ଼କ୍ରସ, ରେଡ ରିବନ କ୍ଲବ ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଉଦ୍ୟମରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରାତଃ ସମୟରୁ ଛାତ୍ର ଛାତ୍ରୀମାନେମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ନାରା ଦେଇ ଚିଲିକାକୂଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ।

ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାତ୍ର ଛାତ୍ରୀମାନେ ଏକାଠି ହୋଇ ଡାକ୍ତର ସୁନୀଲ କୁମାର ସ୍ୱାଇଁଙ୍କ ଠାରୁ ବାଲୁଗାଁ ସମନ୍ୱିତ ଏଚ ଆଇ ଭି କେନ୍ଦ୍ରରେ ପଞ୍ଜିକୃତ ଏଡ଼ସ ସଂକ୍ରମିତଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏଡ୍ସ ସଚେତନତା ଶୋଭାଯାତ୍ରା ପରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଡ୍ସ ରୋଗର ସାମ୍ପ୍ରତିକ ଭୟାବହତା ସମ୍ପର୍କରେ ଡକ୍ଟର ସୁବୁଦ୍ଧି ଆଲୋଚନା କରିବା ସହ ସଠିକ ମାର୍ଗ ଗ୍ରହଣ କଲେ ବିଶ୍ୱ ଏଡ୍ସ ମୁକ୍ତ ହୋଇପାରିବ ବୋଲି କହିଥିଲେ।

ମୁଖ୍ୟ ଅତିଥି ତଥା ଚିଲିକା ବାଲୁଗାଁ ରୋଟାରୀ କ୍ଲବର ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ହ୍ୟୁମାନ ଇମ୍ୟୁନୋ ଡେଫିସିଏନସି ସିଣ୍ଡ୍ରୋମ (ଏଚଆଇଭି ) ଭାଇରସ ସଂକ୍ରମଣର ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ। ସମଗ୍ର ବିଶ୍ୱର ଏହି ଦିଗରେ କିପରି ବ୍ୟାପକ ଗବେଷଣା ଓ ପରୀକ୍ଷା ନିରୀକ୍ଷା ଚାଲିଛି ତାହାର ବିବରଣୀ ପ୍ରଦାନ କରିଥିଲେ।  ଯୁବବର୍ଗ ସଠିକ ମାର୍ଗ ଗ୍ରହଣ କଲେ ହିଁ ଏଡ୍ସର ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି କହିଥିଲେ।

ଏହାପରେ ୟୁଥ ରେଡ଼କ୍ରସ ଓ ରେଡ ରିବନ କ୍ଲବ ଉପଦେଷ୍ଟା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଏଡ୍ସ ନିରାକାରଣରେ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱ ଓ ସଚେତନତା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିବା ସହ ବିଶ୍ୱ ଏଡ୍ସ ଦିବସ ଅବସରରେ ଆୟୋଜିତ ହୋଇଥିବା କୁଇଜ, ସ୍ଲୋଗାନ ଓ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ମିଳିତ ଭାବେ ଏହି ପୁରସ୍କାର ବିତରଣ କରିଥିଲେ।

ଏହି ଅବସରରେ ଏନସିସି ଅଧିକାରୀ ଚନ୍ଦନ ନାୟକ, ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ବରିଷ୍ଠ ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁଏନଏସଏସ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ୟୁଥ ରେଡକ୍ରସ ଅଧିକାରୀ ଅଧ୍ୟାପକ ଧୋବୀ ଚରଣ ପରିଡ଼ା।

ଜାତୀୟ ସେବା ଯୋଜନା ବାଲୁଗାଁ ମହାବିଦ୍ୟାଳୟ ବିଶ୍ୱ ଏଡ଼ସ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.