Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ସଭାର ଆୟୋଜନ ହୋଇଥିଲା। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର, ବିପ୍ଳବ କୁମାର ମୁଦୁଲି, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ଆଇନଜୀବୀ ସୀତାରାମ ଅଗ୍ରୱାଲ ଓ କାମେଶ୍ୱର ଆଚାରୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ବିଚାରପତି ଶ୍ରୀ ମହାପାତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ। ମନୁଷ୍ୟ ଟି ମନୁଷ୍ୟ ପରି ବଞ୍ଚିବା ଅଧିକାର, ଶିକ୍ଷାଗତ ଅଧିକାର, ସମାନତା ଅଧିକାର, ବଞ୍ଚିବା ପାଇଁ ଜଳ ଓ ସ୍ୱାସ୍ଥ୍ୟଗତ ଅଧିକାର,ନିଃଶୁଳ୍କ ଆଇନସେବା ଅଧିକାର ଏବଂ ବିଚାରଧୀନ ବନ୍ଦୀ ତ୍ୱରିତ ନ୍ୟାୟ ପାଇବା ପାଇଁ ତାହାର ଅଧିକାର ଥିବା ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ତେବେ ମୁଖ୍ୟ ଅତିଥିଙ୍କ ଠାରୁ ମାନବାଧିକାର ବିଷୟରେ ବହୁମୂଲ୍ୟ ତଥ୍ୟ ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀ ମୁଦୁଲି ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନେ ଦାଇତ୍ୱବାନ ହେବା ସହ କିପରି ବିଭିନ୍ନ ଆଇନଗତ ଅଧିକାର ବିଷୟରେ ସଚେତନ ହେବେ ସେ ବିଷୟରେ ଉଲ୍ଲେଖ କରିଥିଲେ।

ପରିଶେଷରେ ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

ତାଲୁକ ଆଇନ ସେବା ସମିତି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବାୟୁସେନାକୁ ତେଜସ୍ ଏବଂ HTT-40 ବିମାନ ହସ୍ତାନ୍ତର କଲା HAL

September 19, 2026

ସେପ୍ଟେମ୍ବର ୧୯ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 19, 2026

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

September 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.