ବାଣପୁରରେ ଅବକାରୀ ବିଭାଗର ଚଢାଉ: ୧୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଅଭିଯୁକ୍ତ ବେପାରୀ ଗିରଫ

Published: Apr 28, 2025, 7:32 pm IST

ବାଣପୁର: ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ, ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବାଣପୁର ଥାନା କୁମାରାଙ୍ଗ ଶାସନ ଗ୍ରାମରେ ଆଜି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ କସ୍ତୁରୀ ଦାସଙ୍କ ନିକଟରୁ ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ଜଣକ ଗଞ୍ଜେଇ ବେପାର କରୁଥିବା ସୂଚନା ପୁର୍ବରୁ ଅବକାରୀ ବିଭାଗ ପାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ଗ୍ରାମରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡିପିଏସ ଅଧିନିୟମରେ ମାମଲା ରୁଜୁ କରାଯାଇ ଖୋର୍ଦ୍ଧା କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜେଲ ଯାଇଥିବା ଜଣାପଡିଛି।

Related posts