Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ
ଆଞ୍ଚଳିକ

ନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ

July 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଗଣଶିକ୍ଷା ବିଭାଗ ଓଡ଼ିଶାର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା।

ଏହି ବୈଠକ ରଣାପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା, ଯାହାର ଉଦ୍‌ଘାଟନ କରିଥିଲେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ, ରାଜସୁନାଖଳା ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ।

ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଭ୍ରମରବର ତାଡ଼ ଶ୍ଳୋକ ଗାନ କରିଥିଲେ। କ୍ଲଷ୍ଟର ସଂଯୋଜକ ସୁଶୀଲ କୁମାର ରଣା ସ୍ୱାଗତ ଭାଷଣ ଦେଇ ପରିଚୟ ପ୍ରଦାନ ପର୍ବ ଆରମ୍ଭ କରିଥିଲେ। ବୈଠକରେ ଅଂଶଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଖାତା, ପେନ ଓ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏହି ବୈଠକରେ ଜୁଲାଇ ମାସର ଶିକ୍ଷାସମ୍ପର୍କିତ କ୍ୟାଲେଣ୍ଡର ଅନୁଯାୟୀ ଶିଶୁ ବାଟିକା କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତକ, ଜାତୀୟ ଶିକ୍ଷା ନୀତି ୨୦୨୦, ଜିଓ ବୋର୍ଡ ର ବ୍ୟବହାର, ବହୁ ଶ୍ରେଣୀ ଶିକ୍ଷାଦାନ ପ୍ରଣାଳୀ, ସମୟ ନିର୍ଘଣ୍ଟ ଓ ନମୁନା ପାଠଟିକା, ବିଦ୍ୟାଳୟ ବିକାଶ ଯୋଜନା ଓ ବିଦ୍ୟାଳୟ ନିରାପତ୍ତା ଯୋଜନା, ବିଦ୍ୟା ପ୍ରବେଶ
ଇତ୍ୟାଦି ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା।

ପର୍ଯ୍ୟବେକ୍ଷକ ବିଜୟ କୁମାର ତ୍ରିପାଠୀ ଶିଶୁ ବାଟିକା ଶିକ୍ଷା ର ଗୁରୁତ୍ୱ, ପଞ୍ଚକୋଷ ବିକାଶ ଓ ବିକାଶର ଦିଗଗୁଡିକ ଉପରେ ଆଲୋଚନା ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ଶିକ୍ଷଣ ସାମଗ୍ରୀ ବ୍ୟବହାର ଓ ଶିକ୍ଷା ଗୁଣାତ୍ମକତା ବୃଦ୍ଧି ବିଷୟରେ ଉପଦେଶ ଦେଇଥିଲେ।

ବୈଠକ ଶେଷରେ ଜିଓ ବୋର୍ଡ ର ସଠିକ୍ ବ୍ୟବହାର, ସମୟ ନିର୍ଘଣ୍ଟ ପ୍ରସ୍ତୁତି, ଶିକ୍ଷଣ ସାମଗ୍ରୀ ବ୍ୟବହାର, ବିଦ୍ୟାଳୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରାଯିଵା ପାଇଁ ସ୍ଥିର ମତ ପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡ, ଆଶମଣୀ ସାମନ୍ତରାୟ, ସୁକାନ୍ତ ବେହେରା, ଭାଗବତ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ଗଣଶିକ୍ଷା ବିଭାଗ ନୟାଗଡ଼ ଜିଲ୍ଲା ନରସିଂହପୁର କ୍ଲଷ୍ଟର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

ଋଷ ସହିତ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ: ଜାଣନ୍ତୁ କାରଣ

August 17, 2026

କେନ୍ଦ୍ରୀୟ ରାଜନୀତିକୁ ଆସିବେ ଫଡନାଭିସ୍?: ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସ୍ପଷ୍ଟ ହେଲା ଚିତ୍ର

August 17, 2026

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍’ ମିଟ୍

August 17, 2026

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ: ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ

August 17, 2026

ବର୍ଷା ରୁତୁ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.