Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ
ଆଞ୍ଚଳିକ

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ
ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନରସିଂହପୁର କ୍ଲଷ୍ଟରରେ ଶୁକ୍ରବାର ଦିନ ମଣ୍ଡଳ ସ୍ତରୀୟ ସୁରଭି ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ସମିତିସଭ୍ୟ ଗୀତାଞ୍ଜଳି ସାହୁ, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଶିକ୍ଷବିତ ବିଦେଶିନୀ ପତି, ଅଶୋକ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ କବି ଅଜୟ କୁମାର ପ୍ରଧାନ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସଭାପତି ସୁବଳ ଚରଣ ସିଂ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରୀ ବିହାରୀ ସୁବୁଦ୍ଧି, ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ସୁନୀଲ କୁମାର ମହାନ୍ତି, ଅତିଥି ଶିକ୍ଷକ ଫକୀର ନାୟକ, ପ୍ରଶାନ୍ତ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ।

ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାମନ୍ତରାୟପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ କରିଥିଲେ। ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଖାଦ୍ୟପେୟ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ (ସି.ଆର.ସି.ସି.) ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ, ଗଣିତ ଦୌଡ଼, ହସ୍ତାକ୍ଷର ଲିଖନ, ଦଳଗତ ନୃତ୍ୟ ଆଦି କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା।

ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ଶିକ୍ଷକ ପୁଷ୍କର ପ୍ରଧାନ, ଭ୍ରମରବର ତାଡ଼, ସରୋଜିନୀ ମଙ୍ଗରାଜ, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ସୁବୁଦ୍ଧି, ରମେଶ ଚନ୍ଦ୍ର ସାହୁ, ଭାଗବତ ଜେନା, ଲକ୍ଷ୍ମୀ ଦେଇ, ପୂର୍ଣଚନ୍ଦ୍ର ପତି, ସ୍ବର୍ଣ୍ଣପ୍ରଭା ସିଂଦେଓ, ପ୍ରଭାତି ପରିଡା, ଆଶାମଣୀ ସାମନ୍ତରାୟ, ସୁରେନ୍ଦ୍ର କୁମାର ସାହୁ, ବିଜୟ କୁମାର ଚମ୍ପତିଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ଓ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ବ୍ଲକ ସ୍ତରୀୟ ସୁରଭିରେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା କରାଯାଇଛି।

'ସୁରଭି' ନୟାଗଡ଼ ଜିଲ୍ଲା ନରସିଂହପୁର ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆଜିଠାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ

May 30, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.