Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ
ଆଞ୍ଚଳିକ

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ
ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

ଚିଲିକା: ମରାଳ ମାଳିନୀ ନୀଳାମ୍ବୁ ଚିଲିକା ତଟ ଦେଶ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଐତିହାସିକ ଚିଲିକା ବୋଇତ ବନ୍ଦାଣ ମଞ୍ଚରେ ମଞ୍ଚ ପୂଜା ପରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚିଲିକା ସାହିତ୍ୟ ସମାଜ ପକ୍ଷରୁ ଏକ ମନୋଜ୍ଞ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଚିଲିକାର ଐତିହ୍ୟ, ନୌ ବାଣିଜ୍ୟ ଓ ପରମ୍ପରା ଉପରେ ଆଧାରିତ ଏହି କଵିତା ପାଠୋତ୍ସବରେ କବିତା ଗୁଡ଼ିକର ସନ୍ ଯୋଜନାରେ ଥିଲେ ବିଶିଷ୍ଟ କବି ତଥା ସପ୍ତଫେଣୀ ପତ୍ରିକାର ସମ୍ପାଦକ ଗୋପୀନାଥ ଦାଶ।

ସ୍ବରଚିତ କବିତା ଆବୃତ୍ତି କରିଥିଲେ କବି ଡଃ କୈଳାସ ଚନ୍ଦ୍ର ମହାରଣା, ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ଶଶୀଭୂଷଣ ବରାଳ, ରୋଜି ମିଶ୍ର, ଅମ୍ବିକା ପ୍ରସାଦ ସାମନ୍ତରାୟ, ଦିଗମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ହରିହର ତ୍ରିପାଠୀ, ରବୀନ୍ଦ୍ରନାଥ ପ୍ରଧାନ, ମାଗୁଣି ଚରଣ ସାହୁ, ସସ୍ମିତା ପାଣିଗ୍ରାହୀ, ପ୍ରିୟ ଦର୍ଶିନୀ ମହାରଣା, ଆଇନଜୀବୀ ରବୀନ୍ଦ୍ରନାଥ ମାନସିଂହ, ସୁଶାନ୍ତ କୁମାର ଦାଶ, ଝରଣା ରାଣୀ ରଥ, ରମେଶ ଚନ୍ଦ୍ର ମହାପାତ୍ର, ଦୂଷ୍ମନ୍ତ ହରିଚନ୍ଦନ, ବାଳମୁକୁନ୍ଦ ଦାସ, ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଦିଲ୍ଲୀପ କୁମାର ହୋତା, ଦିଗମ୍ବର ବିଶ୍ଵାଳ, ହରିହର ତ୍ରିପାଠୀ, ସୌମ୍ୟକାନ୍ତ ତ୍ରିପାଠୀ, ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ର, ଗୋପୀନାଥ ଦାଶ, ପ୍ରମୁଖ ଶତାଧିକ କବି ଓ କବୟତ୍ରୀ।

ଏହି ଅବସରରେ ଚିଲିକା ସାହିତ୍ୟ ସମାଜର ର ବାର୍ଷିକ ଉତ୍ସବ ଆଗାମୀ ନଭେମ୍ବର ୨୪ ତାରିଖରେ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରିବା ସହ ଅନୁଷ୍ଠାନ ର ମୁଖପତ୍ର କଲ୍ଲୋଳ ବ୍ୟତୀତ ଅନ୍ୟ ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା ପ୍ରକାଶନ ପାଇଁ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ ଓ ପ୍ରଫେସର ଡ଼ଃ କୈଳାସ ଚନ୍ଦ୍ର ମହାରଣାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। କବିତା ପାଠୋତ୍ସବରେ ଚିଲିକାର ଆତ୍ମା, ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟର ସ୍ଵର ଅନୁରଣିତ ହୋଇଥିଲା। ପ୍ରାରମ୍ଭରେ ଚିଲିକା ସାହିତ୍ୟ ସମାଜ ର ସମ୍ପାଦକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ରମେଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

କବିତା ପାଠୋତ୍ସବ ଚିଲିକା ବାଲୁଗାଁ ମହାବିଦ୍ୟାଳୟ ବୋଇତ ବନ୍ଦାଣ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.