Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ
ଆଞ୍ଚଳିକ

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ
ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

ରଣପୁର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୟାଗଡ, ରାଜସୁନାଖଳା ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାଠଚକ୍ର ଗୁରୁବାର ଉଦଘାଟିତ ହୋଇ ଆଜି ଉଦଯାପିତ ହୋଇଯାଇଛି। ଏହି ପାଠଚକ୍ର ୧୨ ଓ ୧୩ ଫେବୃଆରୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଶିକ୍ଷକମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ, ପାଠଦାନ କୌଶଳ ଓ ଶିକ୍ଷାର ଗୁଣଗତ ଉନ୍ନତି ଉପରେ ଆଲୋଚନାର ମଞ୍ଚ ସୃଷ୍ଟି କରିଥିଲା।

ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଏ.ଡି.ଏମ. ରୋଜିନା ଦାଶ ଯୋଗଦେଇ ଶିକ୍ଷା ମାଧ୍ୟମରେ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେ କହିଥିଲେ, ପାଠଚକ୍ର ଭଳି କାର୍ଯ୍ୟକ୍ରମ ଶିକ୍ଷକଙ୍କୁ ନୂତନ ଧାରଣା ଓ ନୂତନ ପାଠଦାନ ପ୍ରଣାଳୀ ସହ ପରିଚିତ କରାଇ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଉନ୍ନତ କରିଥାଏ।

ସ୍ୱତନ୍ତ୍ର ଅତିଥି ଭାବେ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଯୋଗଦେଇ ଶିକ୍ଷକମାନଙ୍କ ନିଷ୍ଠା ଓ ସମର୍ପଣ ଭାବନାକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଅକ୍ଷୟ କୁମାର ମହାନ୍ତି ପାଠଚକ୍ର ମାଧ୍ୟମରେ ଅଭିଜ୍ଞତା ବିନିମୟ ଶିକ୍ଷାକ୍ଷେତ୍ରରେ ନୂତନ ଦିଗ ଖୋଲିଥାଏ ବୋଲି ମତପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ପ୍ରଫେସର ପ୍ରକାଶ କୁମାର ସାହୁ, ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ସନ୍ତୋଷ କୁମାର ମିଶ୍ର ଓ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ପ୍ରମୁଖ ଯୋଗଦେଇ ପାଠଚକ୍ରର ଗୁରୁତ୍ୱ ଉପରେ ମତ ରଖିଥିଲେ।

ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପ୍ରଦାନ କରି ଅତିଥିମାନଙ୍କୁ ଆତ୍ମୀୟ ସ୍ୱାଗତ ଜଣାଇଥିଲେ। ଶିକ୍ଷକ ପ୍ରଶିକ୍ଷକ ମାନସ ରଞ୍ଜନ ସାହୁ ବିଭୁ ବନ୍ଦନା ପ୍ରଦାନ କରିଥିବାବେଳେ, ଦୀପକ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ “ସୁରଭି” ନାମକ ପତ୍ରିକା ଉନ୍ମୋଚନ କରାଯାଇଥିଲା, ଯାହା ପ୍ରତିଷ୍ଠାନର ଶିକ୍ଷାମୂଳକ କାର୍ଯ୍ୟକଳାପର ଏକ ଦର୍ପଣ ଭାବେ ପରିଚିତ ହେବ।

ପାଠଚକ୍ରର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ପ୍ରତାପ କୁମାର ମହାପାତ୍ର ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ଏହି ପାଠଚକ୍ର ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବା ସହିତ ଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସମସ୍ତେ ମତପ୍ରକାଶ କରିଥିଲେ।

ଜିଲ୍ଲା ସ୍ତରୀୟ ପାଠଚକ୍ର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ଗୋଟିଏ ଦିନରେ ୫୦.୫ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ କରାଯାଇଛି: କେନ୍ଦ୍ର ସରକାର

April 18, 2026

କୃଷିଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ

April 18, 2026

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.