ବାଣପୁର: ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ୩୪ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, ଡେମୋନଷ୍ଟେଟର ରବିନ୍ଦ୍ର କୁମାର ମାର୍ଥା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ରଜନୀକାନ୍ତ ମହାପାତ୍ର ପ୍ରମୁଖ ତିନି ଜଣ କର୍ମଚାରୀ ବର୍ତ୍ତମାନ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସର୍ବେଶ୍ବର ଷଡଙ୍ଗୀଙ୍କ ସଭାପତିତ୍ବରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ଅବସର ଗ୍ରହଣ କରିଥିବା ତିନି କର୍ମଚାରୀଙ୍କୁ ଉପଢୌକନ, ମାନପତ୍ର, ଫୁଲତୋଡ଼ା ସହ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରା, କଲ୍ୟାଣୀ ବୈରିଗଞ୍ଜନ, ସୁଚିତ୍ରା ଦାଶ, ରୋଜାଲିନ ଦାଶ, ସାଗରିକା ଦାସ, କସ୍ତୁରୀ ପଟ୍ଟନାୟକ, କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, କମ୍ପ୍ୟୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡା, ଗ୍ରନ୍ଥାଗାରୀକ ଅକ୍ରୁର ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ପ୍ରମୁଖ ସାମିଲ ହୋଇ ଅବସର ନେଇ ଥିବା କର୍ମଚାରୀ ମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଶେଷରେ ଅବସର ଗ୍ରହଣ କରି ଥିବା ତିନି କର୍ମଚାରୀ ବିଦ୍ୟାଳୟରେ ବିତାଇଥିବା ୩୪ବର୍ଷର ନିଜର ଅନୁଭୂତି ବଖାଣି ଥିଲେ।


