ବାଣପୁର: ଖୋର୍ଦ୍ଧା ସାଇବର ଥାନା ତରଫରୁ ସ୍ଥାନୀୟ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସାଇବର ଥାନା ଇନ୍ସପେକ୍ଟର ସୁନିତା ବେହେରା, ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ମଲ୍ଲିକ, ବାଣପୁର ଥାନା ଇନ୍ସପେକ୍ଟର ରଶ୍ମିତା ସାସମଲ୍ଲ ପ୍ରମୁଖ ଯୋଗଦେଇ ବିଭିନ୍ନ ଉପାୟରେ ହେଉଥିବା ସାଇବର ଠକେଇ ଏବଂ ତାର ସୁରକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରି ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।


