ବାଲୁଗାଁ: ବାଲୁଗାଁ -ବାଣପୁର ରୋଡ଼ରେ ଥିବା ଭେଙ୍କଟେଶ୍ଵର ସ୍କୁଲ ରସମସ୍ତ ଗୁରୁଜୀ, ଗୁରୁମା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଗୁରୁଦିବସ ବହୁ ଧୁମଧାମରେ ପାଳନ କରାଯାଇଛି। ସ୍କୁଲର ସଭାପତି ରଂଜିତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏବଂ ସମ୍ପାଦିକା ସସ୍ମିତା ପ୍ରଧାନଙ୍କ ସଂଯୋଜନାରେ ଅଧ୍ୟକ୍ଷ ରାମଚାନ୍ଦ୍ର ଶାସମଲ ଏବଂ ସମସ୍ତ ଗୁରୂ କୁଳଙ୍କୁ ନେଇ ଗୁରୁ ଓ ଛାତ୍ରଛାତ୍ରୀଙ୍କ ସ୍ନେହ -ଭକ୍ତି ଭରା ପରମ୍ପରା ସୃଷ୍ଟି ହୋଇଥିଲା। ପ୍ରଥମେ ସ୍କୁଲର ପିଲାମାନେ ପୁଷ୍ପ ଦୀପ, ଚନ୍ଦନ ଦେବା ସହ ସମସ୍ତ ଗୁରୁ, ଗୁରୁମାମାନଙ୍କୁ ବନ୍ଦାପନା କରି ଆଶିଷ ଭିକ୍ଷା କରିଥିଲେ।
ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଉଦ୍ଦେଶ୍ୟରେ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ପବିତ୍ର ସ୍ନେହ, ମମତା ଭରା ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ରାଧା, କୃଷ୍ଣ, ବସୁଦେବ, ନନ୍ଦ ଭୂମିକାରେ ଅବତୀର୍ଣ୍ଣ ହେବା ଫଳରେ
ଜନ୍ମାଷ୍ଟମୀ ଭଳି ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ପରିଚାଳନା କମିଟି ମୁଖ୍ୟ ରଂଜିତ ପ୍ରାଧାନ ଏବଂ ଗୁରୁକୁଳଙ୍କ ଦ୍ୱାରା ପାନ୍ତାକୁଳିଆ କବି ଦିଗମ୍ବର ବିଶ୍ୱାଳଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ାଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ପିଲାଙ୍କ ଦ୍ୱାରା ବହୁ ରଙ୍ଗାରଙ୍ଗ
କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଅଧ୍ୟକ୍ଷ ରାମଚନ୍ଦ୍ର ଶାସମଲ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ସମସ୍ତଙ୍କୁ ଶଙ୍ଖୁଡି ପ୍ରସାଦରେ ଆପାୟିତ କରାଯାଇଥିଲା।


