Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ
ଆଞ୍ଚଳିକ

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ
ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

ରଣପୁର: ଭକ୍ତି, ଉତ୍ସାହ ଓ ସାଂସ୍କୃତିକ ମହକରେ ମୁଖରିତ ହୋଇଛି ରଣପୁର ସହର। ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ପ୍ରଗତି ଯୁବକ ସଂଘ, ରଣପୁର ପକ୍ଷରୁ ଆୟୋଜିତ ହେଉଛି ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ। ଦୀର୍ଘ ବର୍ଷର ଏହି ପରମ୍ପରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି।

ମହୋତ୍ସବରେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବାଦିପାଲା ଆୟୋଜିତ ହେଉଛି। ଏଥିରେ ଖୋର୍ଦ୍ଧା ବଂକୋଇର ପ୍ରଫୁଲ୍ଲ ଚନ୍ଦ୍ର ସାନନ୍ତରାୟ ଏବଂ କଟକ ନରସିଂହପୁରର ଶରତ କୁମାର ଦଳେଇଙ୍କ ଦ୍ୱାରା ବାଦିପାଲା ପରିବେଷଣ କରାଯାଉଛି। ଏହାସହ ୧୮ ତାରିଖରେ ନୃତ୍ୟ ପ୍ରତିଯୋଗିତା, ୧୯ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୦ ତାରିଖରେ ‘ସେହି ଗୋଟିଏ ଭୁଲ ପାଇଁ’ ଶୀର୍ଷକ ସାମାଜିକ ନାଟକ ପରିବେଷଣ ହେବ। ଶେଷରେ ୨୧ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।

ମହୋତ୍ସବର ପ୍ରଥମ ଦିବସରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂଜା କମିଟିର ସଭାପତି ଲିଙ୍ଗରାଜ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ଦାଶ, କମିଟି ପରିଚାଳକ ରମେଶ ଚନ୍ଦ୍ର ମହାପାତ୍ର ଓ ଉପଦେଷ୍ଟା ସୁରେଶ ଚନ୍ଦ୍ର ଶର୍ମା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାର ଦାୟିତ୍ୱ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ତୁଲାଇଥିଲେ।

ପରମ୍ପରା ଓ ଆଧୁନିକତାର ସୁନ୍ଦର ସମନ୍ୱୟରେ ଆୟୋଜିତ ଏହି ମହୋତ୍ସବ ରଣପୁରର ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ଆହୁରି ଜୀବନ୍ତ କରିଛି। ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ ଉପଭୋଗ କରିବା ପାଇଁ ରଣପୁରବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଭକ୍ତ ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

ବିଘ୍ନ ବିନାୟକ ରଣପୁର ଶ୍ରୀଗଣେଶ ପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ବହୁ ବଡ଼ବଡ଼ିଆଙ୍କ ନାଁରେ ଏଫଆଇଆର୍

September 14, 2026

ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

September 14, 2026

‘UCC’କୁ ବିରୋଧ କଲା JDU: ଏବେ ଚିରାଗ ପାସୱାନ ମଧ୍ୟ ସ୍ପଷ୍ଟ କଲେ ମତ

September 14, 2026

ଭିଣୋଇର ଶ୍ରାଦ୍ଧ କର୍ମରେ ଗାଧୋଉଥିଲା ବେଳେ ନଦୀ ସ୍ରୋତରେ ଭାସି ଶଳାଙ୍କ ମୃତ୍ୟୁ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.