Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଥାନାକୁ ଅଭିଯୋଗ କରିବାକୁ ଆସି ବନ୍ଧାହେଲେ ଅଭିଯୋଗକାରୀ : ତିନୋଟି ପୃଥକ ମାମଲାରେ ୫ ଜଣଙ୍କୁ କୋର୍ଟଚାଲାଣ
ଆଞ୍ଚଳିକ

ବାଣପୁର ଥାନାକୁ ଅଭିଯୋଗ କରିବାକୁ ଆସି ବନ୍ଧାହେଲେ ଅଭିଯୋଗକାରୀ : ତିନୋଟି ପୃଥକ ମାମଲାରେ ୫ ଜଣଙ୍କୁ କୋର୍ଟଚାଲାଣ

December 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଣପୁର,୧୩/୧୨ : ବୁଧବାର ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତିନୋଟି ପୃଥକ ଘଟଣାରେ ପୋଲିସ୍‌ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବଚସା ଏବଂ ଆକ୍ରମଣକୁ ନେଇ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଟଙ୍କା ଦେଣନେଣକୁ କେନ୍ଦ୍ରକରି ଅନ୍ୟ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଦିବାକର ରାଉଳ ଓ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସାରୁ ଉଭୟ ହାତାହାତି ହେବାରୁ ନିକଟରେ ଥିବା ରମେଶ ବେହେରାଙ୍କ ଗୁପ୍‌ଚୁପ୍‌ ଗାଡି ଉପରେ ପଡି ଯାଇଥିଲେ। ଗୁପ୍‌ଚୁପ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ କ୍ଷତିପୂରଣ ପ୍ରଦାନ ନକରି ଉଭୟ ସେଠାରୁ ପଳାଇଥିଲେ। ପ୍ରଶାନ୍ତ ଘଟଣା ସ୍ଥଳରୁ ଦୌଡୁଥିବା ବେଳେ ଦିବାକର ତାଙ୍କ ପଛରେ ଗୋଡାଇଥିଲେ। ନଇ ସାହି ଦେଇ ଯାଉଥିବା ବେଳେ ମୁସ୍‌ଲିମ୍‌ ସାହିର କରିମ୍‌ ଖାନ୍‌ ଏବଂ ସୋଏବ୍‌ ଅଖ୍‌ତାରଙ୍କ ସହିତ ଦିବାକରଙ୍କ ଝଗଡା ହୋଇଥିଲା। ଉଭୟଙ୍କ ଆକ୍ରମଣରେ ଦିବାକରଙ୍କ ମୁଣ୍ଡ ଫାଟିଯିବା କାରଣରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ କେସ୍‌ ନମ୍ବର ୩୪୮/୧୯ରେ ମାମଲା ରୁଜୁ କରିଥିଲା। ଏହା ସହିତ ସୋଏବ ଏବଂ କରିମ୍‌ଙ୍କ ବିରୋଧରେ ଧାରା ୩୪୧,୨୯୪, ୫୦୬, ୩୨୩ ଏବଂ ୩୨୪ ଲାଗୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା।

ଏହାପରେ ଗୁପ୍‌ଚୁପ୍‌ ବେପାରୀ ରମେଶ ବେହେରାଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ଗୁପ୍‌ଚୁପ୍‌ ଗାଡି ଭଙ୍ଗାକୁ ନେଇ ଦିବାକର ଏବଂ ପ୍ରଶାନ୍ତଙ୍କ ନାମରେ ସେ ଅଭିଯୋଗ କରିଥିଲେ। ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୩୪୯/୧୯ ଦାୟର କରାଯିବା ସହିତ ଧାରା ୨୯୪, ୩୨୩, ୫୦୬, ୪୨୭ ଓ ୩୪ ଅନୁସାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ଦୁଇ ମାମଲାକୁ ବାଣପୁର ଥାନା ଏ.ସ.ଆଇ ବସନ୍ତ କୁମାର ସେଠି ପରିଚାଳନା କରୁଛନ୍ତି।

ସେହିପରି ଟଙ୍କା ଦେଣନେଣ ମାମଲାରେ ପୋଲିସ୍‌ ଅନ୍ୟଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କପିଳେଶ୍ବରପୁରର ତୁଳସୀ ବେହେରାଙ୍କ ନିକଟରୁ ପାଟପୁରର ରବି ପଲେଇ ୪୦ ହଜାର ଟଙ୍କା ଉଧାର ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ରବି ଅର୍ଥ ଫେରସ୍ତ କରୁନଥିବାରୁ ତୁଳସୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ରବିଙ୍କୁ କୋର୍ଟ ଚାଲାଣ କରିଥିଲା। ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୩୪୭/୧୯ରେ ଧାରା ୪୨୦, ୪୦୬, ୨୯୪ ଏବଂ ୫୦୬ ଅନୁସାରେ ରବିଙ୍କୁ କୋର୍ଟ ଚାଲାଣ କରାଯାଇଛି। ବାଣପୁର ଥାନା ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ ଏହି ମାମଲା ପରିଚାଳନା କରୁଛନ୍ତି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

 

କୋର୍ଟଚାଲାଣ ବାଣପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.