Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସର୍ବଭାରତୀୟ କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁରରୁ ତିନି ଜଣ
ଆଞ୍ଚଳିକ

ସର୍ବଭାରତୀୟ କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁରରୁ ତିନି ଜଣ

December 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର, ୧୭/୧୨: କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁର ଅଞ୍ଚଳର  ତିନି ଜଣ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ସରକାରୀ ଶାରିରୀକ ମହାବିଦ୍ୟାଳୟର ନାରାୟଣ ସାହୁ। ସମ୍ପ୍ରତି ନାରାୟଣ ସାହୁ ଶାରିରୀକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ରହିଛନ୍ତି ଜାଭିୟର୍‌ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ସାଇ ତରୁଣ ଆଚାରୀ। ଏହି ପରୀକ୍ଷାରେ ନବମ ସ୍ଥାନରେ ରହିଛନ୍ତି ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ତିନି (ଦ୍ବିତୀୟ ବର୍ଷ)ର ଛାତ୍ର ରୁଦ୍ରମାଧବ ପାଣି। ବାଣପୁର କ୍ରୀଡ଼ା ଭାରତୀ ତରଫରୁ ଉପସଭାପତି ଶ୍ରୀମତୀ ସରୋଜିନୀ ଷଡଙ୍ଗୀ ଓ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ବୈରାଗୀ ଚରଣ ବଳ ଏହି ପରୀକ୍ଷାକୁ ପରିଚାଳନା କରିଥିଲେ। ସର୍ବଭାରତୀୟ ସ୍ତରରେ ଅନଲାଇନ୍‌ ମାଧ୍ୟମରେ ହୋଇଥିବା କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ବାଣପୁରର ତିନିଜଣ ଛାତ୍ର ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।

 

କ୍ରୀଡ଼ା ଭାରତୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026
Latest News

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

June 17, 2026

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026

ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍‌ରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.