Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଧର୍ମାନୁଷ୍ଠାନ ବିକାଶ ଯୋଜନାରୁ ବାଦ୍‌ ପଡିଲା ମା’ ଭଗବତୀ ମନ୍ଦିର, ଏହାକୁ ନେଇ ସାଧାରଣରେ ଅସନ୍ତୋଷ
ଆଞ୍ଚଳିକ

ଧର୍ମାନୁଷ୍ଠାନ ବିକାଶ ଯୋଜନାରୁ ବାଦ୍‌ ପଡିଲା ମା’ ଭଗବତୀ ମନ୍ଦିର, ଏହାକୁ ନେଇ ସାଧାରଣରେ ଅସନ୍ତୋଷ

February 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ମନ୍ଦିରରେ "ନବାନ୍ନ" ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍‌ ଓ ୨ଟି ଗୁରୁଦ୍ବାର ସାମିଲ୍‌ ରହିଛି। ପ୍ରତ୍ୟେକ ଧାର୍ମିକ ସ୍ଥଳକୁ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ପରେ ବାଣପୁରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଚଳିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ରାଜ୍ୟ ସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିର ବାଦ୍‌ ପଡିଛି। ନିକଟରେ ବାଣପୁରର ଭଗବତୀ ମନ୍ଦିରଠାରେ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ କିଛି ଘୋଷଣା କରାଯିବା ନେଇ ଆକଳନ କରାଯାଇଥିଲା। କିନ୍ତୁ ଗତକାଲି ଧର୍ମାନୁଷ୍ଠାନ ପାଇଁ ଘୋଷଣା ପରେ ବାଣପୁର ବାଦ୍‌ ପଡିଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର ଐତିହ୍ୟ ତଥା ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ସମ୍ପନ୍ନ। ଏଠାରେ ଲୋକପ୍ରିୟ ମା’ ଭଗବତୀଙ୍କ ମନ୍ଦିର ବେଶ୍‌ ପ୍ରସିଦ୍ଧ। ଏହି ମନ୍ଦିରର ଉନ୍ନତି ପାଇଁ କିଛି ଘୋଷଣା କରାନଯିବା ବେଶ୍‌ ଆଶ୍ଚର୍ଯ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

ବାଣପୁର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.