Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଗାଲୁଆ ଗ୍ରାମ ପଞ୍ଚାୟତରେ “ତାଲୁକ ଆଇନ ସହାୟତା କମିଟ” ଦ୍ବାରା ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ଗାଲୁଆ ଗ୍ରାମ ପଞ୍ଚାୟତରେ “ତାଲୁକ ଆଇନ ସହାୟତା କମିଟ” ଦ୍ବାରା ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ

May 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ସାଧରଣ ଜନତାଙ୍କ ଆଇନ ସହାୟତା ପାଇଁ ଆଂଚଳିକ ସମସ୍ତ ନ୍ୟାୟାଳୟରେ ସିନିୟର ଜଜଙ୍କ ତତ୍ତ୍ବାବଧାନରେ ତାଲୁକ ଲିଗାଲ କମିଟି ଗଠନ କରାଯାଇଛି। ସେହି କମିଟିରେ ଆଇନଜୀବି ଓ ପାରା ଲିଗାଲ ଭଲିଣ୍ଟିୟର(PLV)ରେଜିଷ୍ଟ୍ରୀଭୁକ୍ତ ସଭ୍ୟଙ୍କ ସହାୟତାରେ ଜାତୀୟ ସର୍ଭିସ ଅଥୋରିଟ୍ ଆକ୍ଟ୧୮୮୭ର ଧାରା୧୨ ଅନୁସାରେ ବିଭିନ୍ନ ବର୍ଗର ଜନ ସାଧାରଣଙ୍କୁ ବିନା ଖର୍ଚ୍ଚରେ ଆଇନ ସହାୟତା ପ୍ରଦାନ କରାଯାଇଛି। ଏହି ଆଇନ ସେବା ବିଶେଷଭାବେ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଭିକ୍ଷୁକ, ଶାରୀରିକ ବିକଳାଙ୍ଗ, ମାନସିକ ରୋଗୀ, ଘରୋଇ ହିଂସା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଶିଳ୍ପ ଶ୍ରମିକ, ଦୁର୍ଘଟଣା ଗ୍ରସ୍ତ ଶିଳ୍ପ ଶ୍ରମିକ, ଜେଲରେ ଥିବା କଏଦୀ, ଗ୍ରାମ ବିବାଦ, ଫୌଜିଦାର ଓ ଦେଓ୍ବାନୀ ମକଦ୍ଦମା ସମାଧାନ ଓ ନ୍ୟାୟ ଦେବାର ପ୍ରଧାନ୍ୟ ଏହି କେନ୍ଦ୍ର ମାନଙ୍କରେ ସମାଧାନ କରିବାର ସମସ୍ତ  ବନ୍ଦୋବସ୍ତ ସହ ବିନା ଖର୍ଚ୍ଚରେ ଶୃଙ୍ଖଳତାର ସହ ସମାଧାନ କରାଯିବ। ଏହି କାର୍ଯ୍ୟକ୍ରମ ଆଗାମୀ ମାସ ଠାରୁ ଆରମ୍ଭ କରାଯିବ।

ଖୋର୍ଦ୍ଧା ଜିଲ୍ଲା ବାଣପୁର”ତାଲୁକ ଲିଗାଲ ସର୍ଭିସ କମିଟି(TLSC)ର ସଭାପତି ମାନ୍ୟବର ସବଜଜ୍‌ ଓ ଆସିଷ୍ଟାଣ୍ଟ ସେସନ୍ସ ଜଜ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ଶତପଥିଙ୍କ ଦ୍ବାରା ଗାଲୁଆ ଗ୍ରାମପଞ୍ଚାୟତ ଅଫିସ ପରିସରରେ ରାଜ୍ୟ ଓ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ପଞ୍ଚାୟତ ଅଫିସ ଠାରେ ଏକ “ଭିଲେଜ ଲିଗାଲ କେୟାର ଆଣ୍ଡ ସପୋର୍ଟ ସେଣ୍ଟର’ ପୁନଃସ୍ଥାପନ କରାଗଲା।

ଏହି କର୍ଯ୍ୟକ୍ରମରେ ଆସୋସିଏଟ ଆଡଭୋକେଟ ସଚ୍ଚିତ କୁମାର ମିଶ୍ର, ଆଡଭୋକେଟ ସନ୍ତୋଷ କୁମାର ବେହେରା, ଫ୍ରଣ୍ଟ ଲାଇନ ଅଫିସ ରିଟେନର ଆଡଭୋକେଟ ସୁନୀଲ କୁମାର ମହାପାତ୍ର, ତାଲୁକ ଲିଗାଲ ସର୍ଭିସ କମିଟିର”ପାରା ଲିଗାଲ ଭଲୁଣ୍ଟିୟର ବରିଷ୍ଠ ନାଗରିକ ରାଜେନ୍ଦ୍ର ପ୍ରସାଦ ରଥ, ଶ୍ରୀ ଗୋଦାବରୀଶ ମହାପାତ୍ର, ସେକ ମୋହିନୁଲ ହକ, ସନ୍ତୋଷ କୁମାର ଚୌଧୁରୀ, ଶ୍ରୀ ଅମିତାଭ ପଟ୍ଟୋଯୋଶି, ପ୍ରଭାତୀ ମହାପାତ୍ର, ଗାତାମଣୀ ଦେଇ, EPTର ପ୍ରତିନିଧି ଦୀପକ କୁମାର, ପଞ୍ଚାୟତ ସରପଞ୍ଚ ରୋଜାଲିନ୍‌ ସମାନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ପ୍ରଧାନ, ସ୍ଵେଚ୍ଛାସେବୀ ଚିତ୍ତରଞ୍ଜନ ସାମନ୍ତରାୟ, ବାଣପୁର ପୋଲିସ୍‌ ପ୍ରଶାସନର ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ ଓ ତାଙ୍କ ସହକର୍ମୀ ଚିନ୍ତାମଣି ଘଡାଇ ସୌମ୍ୟ ରଞ୍ଜନ ସାହୁ, ପ୍ରହ୍ଲାଦ ବେହେରା, ସାମ୍ବାଦିକ ସୁନୀଲ୍‌ କୁମାର ସୁବୁଦ୍ଧି, ସାମ୍ବାଦିକ ସୀତାରାମ ଅଗ୍ରଓ୍ବାଲ, ଦିଗମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ଏହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026
Latest News

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

June 17, 2026

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026

ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍‌ରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.