Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିର୍ତ୍ତୋଲରୁ ତାରତୋଲ ରାସ୍ତା ବିଛିନ୍ନ, ବନ୍ୟାଜଳରେ ଭାସୁଛି ଆଦିବାସୀ ପଡା
ଆଞ୍ଚଳିକ

ତିର୍ତ୍ତୋଲରୁ ତାରତୋଲ ରାସ୍ତା ବିଛିନ୍ନ, ବନ୍ୟାଜଳରେ ଭାସୁଛି ଆଦିବାସୀ ପଡା

September 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ବନ୍ୟାଜଳରେ ପ୍ରଭାବିତ ହୋଇ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତିର୍ତ୍ତୋଲ ତାରତୋଲ ରାସ୍ତାର ଆଦିବାସୀ ପଡା ନିକଟ ରାସ୍ତାରେ ଏକ ଘାଇସୃଷ୍ଟି ହେବା ସହିତ ରାସ୍ତା ଉପରେ ପାଣି ଚାଲୁଛି। ଏହି ସ୍ଥାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନଙ୍କ ସୁରକ୍ଷା ପାଇଁ ଘାଇ ସୃଷ୍ଟି ହୋଇଥିବା ବାଟଦେଇ ଗାଡି ମଟର ଚଳାଚଳ ଓ ସାଧାରଣ ଲୋକେ ଯାତାୟତ ନକରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ବାଉଁଶ ବନ୍ଧାଯିବା ସହିତ ଗତକାଲି ଠାରୁ ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ ଷ୍ଟାଫ୍ ଜଗାରଖା କରୁଛନ୍ତି।

ତିର୍ତ୍ତୋଲ ଆଦିବାସୀ ପଡା ଓ ଗୋପିଆକୁଦ ବନ୍ୟାଜଳରେ ଭାସୁଥିବା ବେଳେ ସେଠାରେ ରହୁଥିବା ଲୋକମାନେ ଘରଦ୍ବାର ଛାଡି ୧୨ନଂ ତାଳଦଣ୍ଡା କେନାଲ ବନ୍ଧ ଉପରେ ପାଲଟାଣି ରହିବା ସହ ଗୋପିଆକୁଦ ଗେଷ୍ଟହାଉସ ଓ ତିର୍ତ୍ତୋଲ ବଜାର ସ୍ଥିତ ଏମ୍ ଏସ୍ ଏକାଡେମୀ ବାଳକ ବିଦ୍ୟାଳୟରେ ମଧ୍ୟ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡିଛି। ତିର୍ତ୍ତୋଲ ଆଦିବାସୀ ପଡା ନିକଟରେ ହୋଇଥିବା ଏହି ଘାଇ ଯୋଗୁଁ ତିର୍ତ୍ତୋଲରୁ ତାରତୋଲ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ଧୋୟା ଅଞ୍ଚଳର ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନେ ରାହାମା ବାଟଦେଇ ବହୁବାଟ ବୁଲିକରି ଯାତାୟତ କରିବାକୁ ପଡୁଛି।

ଏମିତିକି ଧୋୟା ଅଞ୍ଚଳର ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ପାଇଁ ମଧ୍ୟ ବ୍ଲକ୍ ପ୍ରଶାସନକୁ ରାହାମା ବାଟଦେଇ ବୁଲିକରି ଯାତାୟତ କରିବାକୁ ପଡୁଛି। ପୁର୍ଣ୍ଣିମା ପଡୁଥିବାରୁ ସମୁଦ୍ରରେ ଜୁଆର ସୃଷ୍ଟି ହୋଇ ପାଣି ଫୁଲିକରି ରହିବା ଯୋଗୁଁ ମହାନଦୀର ବନ୍ୟାଜଳ ସମୁଦ୍ର ଟାଣୁନାହିଁ ବୋଲି କୁହାଯାଉଛି।

ତିର୍ତ୍ତୋଲ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.