Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବରିଷ୍ଠ ଡ଼ାକ୍ତର, ସାହିତ୍ୟିକ ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ
ଆଞ୍ଚଳିକ

ବରିଷ୍ଠ ଡ଼ାକ୍ତର, ସାହିତ୍ୟିକ ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ

November 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ଚିକିତ୍ସକ ତଥା ରାଜ୍ୟର ଜଣାଶୁଣା ସାହିତ୍ୟିକ, ନବୀନ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ୭୪ ବର୍ଷରେ ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ସ୍ୱର୍ଗତ ସ୍ୱାଇଁ ରାଜ୍ୟର ଏକ ଆଗଧାଡ଼ିର ସାହିତ୍ୟିକ, ଗବେଷକ ଓ ସୁବକ୍ତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ନବୀନ ପ୍ରତିଷ୍ଠାନ ସହିତ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କଳିଙ୍ଗ ସାହିତ୍ୟ ସମାଜ ଭଳି ବହୁ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ। ସେ ଏଗାରଟି ଗ୍ରନ୍ଥ ରଚନା କରି ପାଠକୀୟ ଆଦୃତ ଲାଭ କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇବା ପରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ, ଡା. ସଂକର୍ଷଣ ପାତ୍ର, ଡା. ଅମୂଲ୍ୟ ପଟ୍ଟନାୟକ, ଡା. ସାଗର ରଂଜନ ତ୍ରିପାଠୀ, ବହୁମୁଖୀ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ଦାସ, ସଂପାଦକ ମହମ୍ମଦ ଆସଲାମ୍‌, ନୀବନ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ପ୍ରକାଶିତ ମଂଜୁ ରଥ ସଂପାଦକ କପିଳଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ପବିତ୍ର ଚୌଧୁରୀ, ସରୀତା ପଣ୍ଡା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶିକ୍ଷାବିତ୍ ଜିତେନ୍ଦ୍ର ପଟ୍ଟନାୟକ, ରବି ମହାରଣା ପ୍ରମୁଖ ଶତାଧିକ ସାହିତ୍ୟିକ ଉପସ୍ଥିତ ଥିଲେ। ମୃତ୍ୟୁବେଳକୁ ତାଙ୍କ ସହଧର୍ମିଣୀ ଜ୍ୟୋତ୍ସ୍ନରାଣୀ ସ୍ୱାଇଁ, ଦୁଇପୁତ୍ର, ପୁତ୍ରବଧୁ ଓ ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗୋକର୍ଣ୍ଣେଶ୍ୱର ମନ୍ଦିର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ହୋଇଥିଲା।

ପରଲୋକ ସାହିତ୍ୟିକ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.