Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ
ବିଶେଷ ଖବର

ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ

September 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ

ଭୁବନେଶ୍ବର: ଗତକାଲିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଜାରି ରହିଛି। କେବଳ ରାଜଧାନୀ ନୁହେଁ ଅଧା ଓଡିଶାରେ ଏହି ବର୍ଷା ଲାଗି ରହିଛି। ଏପରି ବର୍ଷାରେ ରାଜଧାନୀର ଅବସ୍ଥା ସାଂଘାତିକ ହୋଇପଡିଛି। ଏହି ଭଳି ଏକ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ ସେ ରାଜନୀତି କରିଛନ୍ତି ଖୋଦ୍ ବିଏମସିର ପୂର୍ବତନ କମିସନର ତଥା ବର୍ତ୍ତମାନ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ। ବର୍ଷାରେ ରାଜଧାନୀର ଅବସ୍ଥା କିପରି ହୋଇଛି ତାହାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିବାରେ ଲାଗିଛନ୍ତି।

ସେତିକି ନୁହେଁ ଗଣମାଧ୍ୟମ ଆଗରେ ଭୁବନେଶ୍ବରର ଏପରି ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ ବୋଲି କହିଛନ୍ତି। ପ୍ରକୃତରେ ଭୁବନେଶ୍ବରର ଅବସ୍ଥା ଯାହା ଏହାକୁ ଯେ କେହି ନିନ୍ଦା କରିବ ଏଥିରେ ସନ୍ଦେହ ନାହିଁ। ହେଲେ ଖୋଦ ଭୁବନେଶ୍ବର ସାଂସଦ ଏପରି କହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୁବନେଶ୍ବରର ଏପରି ଅବସ୍ଥାରେ ସାଂସଦ ଅପରାଜିତା ମଧ୍ୟ ସମ ପରିମାଣରେ ଦାୟୀ, ଏ କଥା ବୋଧହୁଏ ସେ ଭୁଲି ଯାଉଛନ୍ତି। କାରଣ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ ହୁଏତ ଅବସ୍ଥା ଏତେ ସାଂଘାତିକ ହୋଇ ନ ଥାଆନ୍ତା। ଏ କଥା ବୋଧହୁଏ ସାଂସଦ ଅପରାଜିତା ଷଡଙ୍ଗୀ ଜାଣିପାରୁ ନାହାଁନ୍ତି।

କେବଳ ସାଂସଦ ହିସାବରେ ନୁହେଁ, ସେ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ କମିଶନର ଭାବେ ମଧ୍ୟ ଏହି ଅବସ୍ଥା ପାଇଁ ଦାୟି ରହିବେ। କାରଣ ସେ ଯେତେବେଳେ କମିସନର ଥିଲେ ଭଲ କାମ କରିଛନ୍ତି ବୋଲି ବେଶ ପ୍ରଚାର ପ୍ରସାର କରାଯାଇଥିଲା। ସେହି ଭଲ କାମର ଅବସ୍ଥା କଣ ତାହା ଅପରାଜିତା ନିଜେ ବର୍ତ୍ତମାନ ହୃଦବୋଧ କରୁଥିବେ। ହେଲେ ଏପରି ଅବସ୍ଥାରେ ସେ ନିଜକୁ କାହିଁକି ଦୋଷମୁକ୍ତ କରୁଛନ୍ତି ତାହା ବୁଝି ହେଉ ନାହିଁ।

ନିଜେ ଯେଉଁ ଅଞ୍ଚଳର କମିସନର ଥିଲେ ଏବଂ ବର୍ତ୍ତମାନ ଯେଉଁ ଅଞ୍ଚଳର ସାଂସଦ ଅଛନ୍ତି ସେହି ଅଞ୍ଚଳର ବେହାଲ ଅବସ୍ଥାକୁ ସେ ଲୋକଲୋଚନକୁ ଆଣୁଛନ୍ତି। ଅର୍ଥାତ ନିଜ ଗୋଡରେ ନିଜେ କୁରାଢି ମାରୁଛନ୍ତି ଅପରାଜିତ ଷଡଙ୍ଗୀ। ତାଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ଯେ ସେମାନେ ବର୍ଷାରେ ବୁଡି ରହିଥିବା ବେଳେ ତାହାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇବା। ତାଙ୍କୁ ଭୋଟ ଦେଇ ନ ଥିଲେ ଯେ, କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜେ ଦୋଷ ମୁକ୍ତ ହେବା।

ଏହି ସମ୍ବେଦନଶୀଳ ଘଟଣାରେ ଏପରି ଭୂମିକା ନିର୍ବାହ କରିବା ଏକ ଅପରିପକ୍ବ ନେତ୍ରୀ ଭାବେ ଅପରାଜିତା ନିଜକୁ ପ୍ରମାଣିତ କରାଉଛନ୍ତି।

ବିଏମସି ଭୁବନେଶ୍ବର ଭୁବନେଶ୍ବର ସାଂସଦ ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Latest News

ହଠାତ୍ ଇସ୍ତଫା ଦେଲେ ଭାରତୀୟ ପ୍ରଶିକ୍ଷକ!: KKR ରେ ପୁଣି ଦେବେ ଯୋଗ

July 28, 2026

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.