Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘରୋଇ ସ୍କୁଲ ବ୍ୟବସାୟ ବାଧା ପ୍ରାପ୍ତ ହେଉଥିବାରୁ ସ୍କୁଲ ଖୋଲୁଛନ୍ତି ସରକାର; ଅଭିଭାବକ ସଂଘ
ବିଶେଷ ଖବର

ଘରୋଇ ସ୍କୁଲ ବ୍ୟବସାୟ ବାଧା ପ୍ରାପ୍ତ ହେଉଥିବାରୁ ସ୍କୁଲ ଖୋଲୁଛନ୍ତି ସରକାର; ଅଭିଭାବକ ସଂଘ

December 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ କାରୋନା ପୁଣି କାୟା ବିସ୍ତାର ଆରମ୍ଭ କରିବା ସମୟରେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀ ଗୁଡିକ ଖୋଲିବା ନିଷ୍ପତ୍ତି ସପକ୍ଷରେ ନାହିଁ ଅଭିଭାବକ ସଂଘ। ସରକାର ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ ବା ଓପାଫ ଦାବି କରିଛି।

ବିଶେଷକରି ଘରୋଇ ସ୍କୁଲ ଗୁଡିକରେ ମାତ୍ରାଧିକ ପିଲାଙ୍କ ସମାଗମ ହେତୁ କାରୋନା ଗାଇଡଲାଇନ କୌଣସି ସ୍କୁଲ ପାଳନ କରିପାରିବେ ନାହିଁ। ଘରୋଇ ସ୍କୁଲ ଗୁଡିକର ନିରାପଦ ପ୍ରତି ସରକାରଙ୍କର କୌଣସି କଟକଣା ନଥିବାରୁ ସେଠାରେ ପିଲାମାନଙ୍କ ନିରାପଦ ଉପରେ ସନ୍ଦେହ ରହିଛି।

ସରକାରଙ୍କ ନିରାପଦ ସର୍ତ୍ତାନୁସାରେ NOC  ପ୍ରାୟତଃ ଆଜି ପର୍ଯ୍ୟନ୍ତ କୌଣସି ସ୍କୁଲ ହାସଲ କରି ନଥିବା ବେଳେ ଆଜି କୋଭିଡ ସର୍ତ୍ତାବଳୀକୁ କୌଣସି ସ୍କୁଲ ମାନିବ, ତାହା ବିଶ୍ଵାସ କରିପାରୁ ନାହାନ୍ତି କୌଣସି ଅଭିଭାବକ ।  କୋମଳମତି ଛାତ୍ର ଛାତ୍ରୀମାନେ କଦାପି କୋଭିଡ ନିୟମ ସମ୍ପୂର୍ଣ୍ଣ ଭାବରେ ମାନି ପାରିବେ ନାହିଁ । ତେଣୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଲା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲନ୍ତୁ ବୋଲି ସଂଘ ଦାବୀ କରିଛି।

ଏବେ ମଧ୍ୟ ଷଷ୍ଠ ରୁ ଦଶମ ଯାଏଁ ସବୁ ପିଲା ବିଦ୍ୟାଳୟ ଯିବା ପାଇଁ ବାପା ମା ରାଜି ହୋଇ ପାରୁ ନାହାଁନ୍ତି।  କୌଣସି ସ୍କୁଲର ପିଲାମାନେ ପ୍ରଭାବିତ ହେଲେ ତାହା ଚପାଇ ଦିଆଯାଉଥିବାର ନଜରକୁ ମଧ୍ୟ ଆସିଛି ।  ଫେବ୍ରୁଆରି ରେ ତୃତୀୟ ଲହରି ଆସୁଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇସାରିଲେଣି ।

ମାତ୍ର ଦୁଇଦିନ ତଳେ ଯେଉଁ ମନ୍ତ୍ରୀ କହିଲେ ଦଶମ ବୋର୍ଡ ପରୀକ୍ଷା ହୋଇ ପାରିବ କି ନାହିଁ ଠିକ୍ ନାହିଁ ,ସେହି ମନ୍ତ୍ରୀ ପୁଣି ଆଜି କେମିତି ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଲେ ବୋଲି ସଂଘ ପ୍ରଶ୍ନ କରିଛି।  କେତକ ପ୍ରଭାବୀ ଘରୋଇ ସ୍କୁଲ, ପିଲାମାନଙ୍କ ଠାରୁ ସହଜ ଉପାୟରେ ପଇସା ଆଦାୟ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଏହି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ବୋଲି ସଂଘ କହିଛି।

ପିଲାମାନେ କୋଭିଡ ସଂକ୍ରମଣର ତୀବ୍ର ବାହାକ ହୋଇପାରୁଥିବାରୁ, ଅନ୍ତତଃ ଏହି ପରିସ୍ଥିତିରେ ନୂଆ ସେସନ ପର୍ଯ୍ୟନ୍ତ ଅଭିଭାବକମାନେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ନ ଛାଡିବାକୁ ଓପାଫ ସମସ୍ତ ଅଭିଭାବକମାନଙ୍କୁ ଅନୁରୋଧ କରିଛି।

ଅଭିଭାବକ ସଂଘ ଗଣଶିକ୍ଷା ସ୍କୁଲ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.