Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି
ବିଶେଷ ଖବର

ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

February 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Odisha Panchayat Election Panchayat Election ଓଡିଶା ନିର୍ବାଚନ କମିଶନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ଭୋଟ ପଞ୍ଚାୟତ ଭୋଟ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026
Latest News

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.