Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଦ୍ୟୁମ୍ନ ବଳ ଜନ୍ମ ଜୟନ୍ତୀ ଅବସରରେ ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳିତ
ଆଞ୍ଚଳିକ

ପ୍ରଦ୍ୟୁମ୍ନ ବଳ ଜନ୍ମ ଜୟନ୍ତୀ ଅବସରରେ ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳିତ

November 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରାଜ୍ୟ ସାମ୍ବାଦିକ ସଂଘ (ଏସ .ୟୁ.ଯେ) ଓଡିଶା କଳାହାଣ୍ଡି ଜିଲ୍ଲା ଶାଖା କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ମୂଲ୍ୟ ବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳନ କରାଯାଇଛି। ଦୈନିକ ଓଡିଆ ସମ୍ବାଦ ପତ୍ର ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଙ୍କ ସାଲିଶ ବିହୀନ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସମ୍ପର୍କରେ ସ୍ମରଣୀୟ ଗାଥା ଉପରେ ଆଲୋଚନା କରାଯାଇଥିଲା।

ଜିଲ୍ଲା ସମ୍ପାଦକ ପରମାନନ୍ଦ ଠାକୁର ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ଏବଂ ଜିଲ୍ଲା ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ ୟୁ ଯେ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଉପସଭାପତି ରାମ କୁମାର ସେନାପତି, କାର୍ଯ୍ୟକାରୀ ସଭ୍ୟ ରଘୁମଣି ପୂଝାରୀ, ମହମ୍ମଦ ମନଶୁର ଇଲାହି, ତୁଳସୀ ରାମ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ।

ସହ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ସାମ୍ବାଦିକ ମାନେ କିପରି ଭାବେ ଏକତ୍ରିତ ହେବ ସହ ସାମୁହିକ ଭାବେ ଜନତାଙ୍କ ସ୍ୱର ହୋଇ କାର୍ଯ୍ୟ କରିବା ସହ ନିରପେକ୍ଷ ସାମ୍ବାଦିକତା କରିବାର ଲକ୍ଷ୍ୟ ଓ ସପ୍ନ ରଖି ଏକ ଆଦର୍ଶ ସାମ୍ବାଦିକ ଭାବରେ ମଣିଷ ସମାଜ ସାମନାରେ ପ୍ରତିଷ୍ଠିତ କରାଇ ପାରିବ ତାହା ଉପରେ ସମସ୍ତେ ସକଳ୍ପିତ ହେବାକୁ ଡାକରା ଦିଆ ଯାଇଥିଲା। ଲକ୍ଷ୍ମଣ ରେଖା ଭିତରେ ରହିବା ସହିତ ବ୍ୟକ୍ତିଗତ ସ୍ବାର୍ଥ ଓ ଗୋଷ୍ଠୀଗତ ରାଜନୀତିର ବହୁ ଉର୍ଦ୍ଧ୍ବରେ ରହି ଆଜିର ଏହି ପବିତ୍ର ଦିନରେ ସଲିଶ ବିହୀନ ମୂଲ୍ୟ ବୋଧ ଭିତ୍ତିକ ସମ୍ବାଦିକତାର ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବାକୁ ଆହ୍ବାନ କରାଯାଇଥିଲା।

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ର ଏକ ସ୍ୱତନ୍ତ୍ର ଆପ ର ଶୁଭ ଉଦଘାଟନ କରାଯାଇଥିଲା। କଳାହାଣ୍ଡିର ପ୍ରତିଭା ବାନ ସାଲିଶ ବିହୀନ ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ ଙ୍କ ସ୍ମୃତିରେ କଳାହାଣ୍ଡି ର ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଆଗାମି ଦିନରେ କଳାହାଣ୍ଡି ଜିଲ୍ଲାର ପ୍ରତିଭାବୟାନ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପୂଜ୍ୟପୂଜାର ପରମ୍ପରା କୁ ବଜାୟ ରଖାଯିବାକୁ ନିଷ୍ପତି କରାଯାଇଥିଲା। ଶେଷରେ ବରିଷ୍ଠ ସଭ୍ୟ ଲକ୍ଷ୍ମୀକାନ୍ତ ଧଙ୍ଗଡ଼ାମାଝୀ ଧନ୍ୟବାଦ ଦେଇତଥିଲେ।

ଜନ୍ମ ଜୟନ୍ତୀ ପ୍ରଦ୍ୟୁମ୍ନ ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.