Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

December 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

ଆଜାଦି କି ଅମୃତ ମହୋତ୍ସବ ଆନ୍ଧ୍ର ରାଜ୍ୟପାଳ ପ୍ରଜାପିତା ବ୍ରହ୍ମା କୁମାରୀ ବାର୍ଷିକ ଉତ୍ସବ ବାଲୁଗାଁ ବିଶ୍ୱଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.