Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ପଛୁଆ ବର୍ଗଙ୍କ ସର୍ଭେ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ବ୍ଲକରେ ପଛୁଆ ବର୍ଗଙ୍କ ସର୍ଭେ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

April 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ଆସନ୍ତା ମଇ ୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପଛୁଆ ବର୍ଗ ଶିକ୍ଷାଗତ ଓ ସାମାଜିକ ସ୍ଥିତି ସମ୍ପର୍କିତ ସର୍ଭେ ହେବାକୁ ଯାଉଅଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧୀନରେ ନିୟୋଜିତ ହେବାକୁ ଥିବା ଏନୁମରେଟର ଏବଂ ସୁପରଭାଇଜର ମାନଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଗତକାଲି ସୋମବାର ୧୦ ତାରିଖ ଏବଂ ଆଜି ୧୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୨ ଜଣ ଏନୁମରେଟର ଏବଂ ୭ ଜଣ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଉଛି।

ସେମାନଙ୍କୁ ୪ ଜଣ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ତାଲିମ ପ୍ରଦାନ କରୁଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ନୋଡାଲ ଅଧିକାରୀଣି ଶୀତଲ ଅଗ୍ରୱାଲ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ଥାନୀୟ ତହସିଲଦାର ତଥା ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର କୁଞ୍ଜ ବିହାରୀ ବଡ଼ଜେନା କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରିଥିଲେ।

ବ୍ଲକର ୬୦ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସର୍ଭେ କେନ୍ଦ୍ର ଭାବରେ ଗ୍ରହଣ କରାଯାଇଥିବା ବେଳେ ଏନୁମରେଟର ମାନେ ନିରପେକ୍ଷ ଭାବେ ନିର୍ଭୁଲ ତଥ୍ୟ ସଂଗ୍ରହ କରି ସର୍ଭେକୁ ସଫଳ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶ୍ରୀମତୀ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।

ସେହିଭଳି ସରକାରୀ କାର୍ଯ୍ୟ ସହିତ ଏନୁମେଟର ଏବଂ ସୁପରଭାଇଜର ମାନେ ନିଜ ନିଜ ଅଂଚଳର ସମସ୍ତ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ କରି ସର୍ଭେକୁ ସଫଳ କରିବାକୁ ତହସିଲଦାର ଶ୍ରୀ ବଡ଼ଜେନା ପରାମର୍ଶ ଦେଇଛନ୍ତି।

ତାଲିମ ଶିବିର ପଛୁଆ ବର୍ଗ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.