Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟୁଇଟରରେ ଅଭିଯୋଗ ପରେ ବାଣପୁର ବିଡ଼ିଓଙ୍କ ତ୍ୱରିତ ପଦକ୍ଷେପ, ମରାମତି ହେଲା ନଳକୂପ ପ୍ଲାଟଫର୍ମ
ଆଞ୍ଚଳିକ

ଟୁଇଟରରେ ଅଭିଯୋଗ ପରେ ବାଣପୁର ବିଡ଼ିଓଙ୍କ ତ୍ୱରିତ ପଦକ୍ଷେପ, ମରାମତି ହେଲା ନଳକୂପ ପ୍ଲାଟଫର୍ମ

May 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗ୍ରୀଷ୍ମ ଦିନରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ନିର୍ମାଣ କରାଯାଇଥିବା ନଳକୂପ ଗୁଡିକ ଯେପରି ଖରାଦିନେ କାର୍ଯ୍ୟକ୍ଷମ ରହିବ ସରକାରଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏହା ମରାମତି ନ ହେବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଜନ ସାଧାରଣ କୌଣସି ଅସୁବିଧାକୁ ସ୍ଥାନୀୟ ପ୍ରଶାସନକୁ ନ ଜଣାଇ ସିଧା ସଳଖ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରୁଥିବା ନଜରକୁ ଆସୁଛି।

ଖବରରୁ ଜଣାଯାଇଛି ବାଣପୁର ବ୍ଲକ ଅଧିନସ୍ଥ ବିଷ୍ଣୁଡିହ ଗ୍ରାମପଞ୍ଚାୟତର ଏକ ନଳକୂପ କାର୍ଯ୍ୟକ୍ଷମନଥିବା ଜନୈକ ବ୍ୟକ୍ତି ଟୁଇଟର ମାଧ୍ୟମରେ ସମ୍ପୃକ୍ତ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ପାନୀୟ ଜଳ ବିଭାଗ ଯନ୍ତ୍ରୀଙ୍କୁ ଏହାର ମରାମତି ନିମନ୍ତେ ନିର୍ଦେଶ ଦେଇଥିଲେ ଏବଂ କ୍ଷେତ୍ର ପରିଦର୍ଶନ କରିଥିଲେ।

ତେବେ ତଦନ୍ତରୁ ଜଣାପଡିଥିଲା ଯେ ସମ୍ପୃକ୍ତ ନଳକୂପ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ଏହାର ପ୍ଲାଟଫର୍ମ ନଷ୍ଟ ହୋଇଯାଇଛି। ତତକ୍ଷଣାତ ଉକ୍ତ ନଳକୂପର ପ୍ଲାଟଫର୍ମ ନିର୍ମାଣ ହୋଇଯାଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ଜଣାଇବା ସହ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ପ୍ରତି ପଞ୍ଚାୟତରେ ଏକ ଅଭିଯୋଗ ରେଜିଷ୍ଟର ରଖିବାକୁ ପିଇଓ ମାନଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି। ପଞ୍ଜିକୃତ ହୋଇଥିବା ଅଭିଯୋଗକୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯଥାଶୀଘ୍ର ବ୍ଲକ ପ୍ରଶାସନକୁ ଅବଗତ କରି ତାହାର ତ୍ୱରିତ ସମାଧାନ କରିବାକୁ କଡା ନିର୍ଦେଶ ଦେଇଛନ୍ତି ବିଡ଼ିଓ।

ତ୍ୱରିତ ପଦକ୍ଷେପ ବାଣପୁର ବିଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026

ଟ୍ରମ୍ଫଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କଲା ଇରାନ ସମର୍ଥିତ ଇରାକୀ ଆତଙ୍କବାଦୀ ସଂଗଠନ

July 17, 2026

ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS: ଚାଞ୍ଚଲ୍ୟକର ଖୁଲାସା

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.