Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଧୁମଧାମରେ ପାଳିତ ହେବ ବାଣପୁର ରଥ ଯାତ୍ରା: ଜାଣନ୍ତୁ କିଭଳି ରହିଛି ପ୍ରସ୍ତୁତି
ଆଞ୍ଚଳିକ

ଧୁମଧାମରେ ପାଳିତ ହେବ ବାଣପୁର ରଥ ଯାତ୍ରା: ଜାଣନ୍ତୁ କିଭଳି ରହିଛି ପ୍ରସ୍ତୁତି

June 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଦୁଇ ଦିନ ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ଧୁମଧାମରେ ପାଳନ ହେବ ରଥଯାତ୍ରା।

ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଏବଂ ଶ୍ରୀ ଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ସଭାଗୃହରେ ଏକ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୁର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ଵେଚ୍ଛାସେବୀ ପରିଚାଳନା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆଜିର ବୈଠକରେ ସମସ୍ତ ବ୍ୟବସାୟୀ ସଂଘ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ।

ତେବେ ଚଳିତ ବର୍ଷ ବାଣପୁର ରଥଯାତ୍ରାକୁ ଧୁମଧାମରେ ଏବଂ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ନାୟକ। ଏଥି ନିମନ୍ତେ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପ୍ରଥମ ଥର ପାଇଁ ଡ୍ରେସ କୋଡ଼ ଏବଂ ଆଇ କାର୍ଡ ବ୍ୟବସ୍ଥା କରାଯାଇଛି। ଉକ୍ତ ଆଇ କାର୍ଡ ଓ ଟି ସାର୍ଟ ସ୍ଥାନୀୟ ଆଇଆଇସି ପ୍ରଦାନ କରିବେ।

ବିଭିନ୍ନ ଅନୁଷ୍ଠାନର ସ୍ଵେଚ୍ଛାସେବୀଙ୍କ ସମେତ ଏନସିସି ଛାତ୍ରଛାତ୍ରୀ, ଆରଏସଏସ କର୍ମକର୍ତ୍ତା ରଥ ଟାଣିବା ଦାୟିତ୍ୱରେ ରହିବାକୁ ଥିବା ବେଳେ ମହିଳା ଭକ୍ତମାନେ ଦେବି ସୁଭଦ୍ରାଙ୍କ ରଥ ଟାଣିବେ। ତତସହିତ ବିଭିନ୍ନ ସେବାକାର୍ଯ୍ୟ ଯଥା ପିଇବା ପାଣି, ଦହି ପଣା, ଲେମ୍ବୁ ପାଣି ଆଦିର ବ୍ୟବସ୍ଥା ସ୍ଵେଚ୍ଛାସେବୀ ଏବଂ ଏନଏସି ପ୍ରଶାସନ ଦ୍ୱାରା କରାଯିବ। ପୂର୍ବପରି ବିଭିନ୍ନ ବ୍ୟବସାୟୀ ସଂଘ ନିଜ ନିଜର ସେବା କାର୍ଯ୍ୟ ଜାରି ରଖିବେ।

ରଥ ଟଣା ସମୟରେ ଯେପରି କିଛି ଅଘଟଣ ନଘଟେ ସେଥି ନିମନ୍ତେ ବାଲୁଗାଁ ଏସଡ଼ିପିଓ ଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରଥ ଟଣା ପୁର୍ବରୁ ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଏସଡିପିଓ କିଛି ପ୍ରଶିକ୍ଷଣ କୌଶଳ ପ୍ରଦାନ କରିବେ। କହିବାକୁ ଗଲେ ବାଣପୁରରେ ଚଳିତ ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ତାହା ଉପରେ ବେଶ ସଜାଗ ଅଛି ପ୍ରଶାସନ। ରଥ ଟଣା ସମୟରେ ସମସ୍ତ ବଜାର ବନ୍ଦ ରହିବ।

ଅନୁରୂପ ଭାବେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ରଥଯାତ୍ରାକୁ ଆକର୍ଷଣୀୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ରଥଟଣା ପଥକୁ ଚିତ୍ରଣ କରାଯିବ ବୋଲି କହିଛନ୍ତି। ବିଶରପାଟଣା ସ୍ଥିତ ‘ଆଇ ଲଭ ବାଣପୁର’ ସେଲ୍ଫି ପଇଣ୍ଟ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଶ୍ରୀ ଚକାଦେବଙ୍କ ଗୁଣ୍ଡିଚା ଘର ରାସ୍ତାକୁ ବିଭିନ୍ନ ଝୋଟି ଓ ଚିତାରେ ଚିତ୍ରିତ କରାଯିବ। ଏଥି ନିମନ୍ତେ ସ୍ୱତନ୍ତ୍ର ଚିତ୍ରକାର ନିୟୋଜିତ ହେବେ। ଏହାଦ୍ୱାରା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବା ସହ ରଥଯାତ୍ରା ଟି ଆକର୍ଷଣୀୟ ହେବ।

ରଥଯାତ୍ରା ସମୟରେ ମେଡିକାଲ ଓ ବିଦ୍ୟୁତ ବିଭାଗକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଣପୁର ତହସିଲଦାର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ। ପରିଶେଷରେ ଚଳିତ ରଥଯାତ୍ରାକୁ ସଫଳ କରିବା ପାଇଁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।

ବାଣପୁର ଏନଏସି ମା’ ଭଗବତୀ ମନ୍ଦିର ରଥ ଯାତ୍ରା ଶ୍ରୀ ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026
Latest News

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026

କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନକୁ ବୋମା ଧମକ: ଶୌଚାଳୟରୁ ମିଳିଲା ଚିଠି

February 14, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବ ତଟ ରେଳପଥରେ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ, ଦେଖନ୍ତୁ ତାଲିକା

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.