Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ସାଇବର ସଚେତନତା ରଥକୁ ବିପୁଳ ସ୍ୱାଗତ
ଆଞ୍ଚଳିକ

ବାଣପୁରରେ ସାଇବର ସଚେତନତା ରଥକୁ ବିପୁଳ ସ୍ୱାଗତ

October 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନା ଅଞ୍ଚଳରେ ଆଜି ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପୂର୍ବାହ୍ନରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଗୋଦାବରୀଶ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ କୁମାର ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ରମେଶ ଚନ୍ଦ୍ର ଦେବତା, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଓ ସହ ପ୍ରଶାସନିକ ଅଧିକାରିଣୀ ଡା ସୁଜାତା ମିଶ୍ର ଯୋଗଦେଇଥିଲେ।

ଏହି ଅବସରରେ ସାଇବର ଠକେଇ ସମ୍ପ୍ରତି ସମାଜରେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ସଚେତନତା ଏକମାତ୍ର ଉପାୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସାଇବର ଲୁଟେରାଙ୍କ ଶିକାର ବିଶେଷ କରି ଯୁବ ପିଢ଼ି ଓ ବରିଷ୍ଠ ନାଗରିକ ମାନେ ହେଉଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ହେଲେ ତୁରନ୍ତ ସ୍ଥାନୀୟ ପୋଲିସର ସହାୟତା ନେବାକୁ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅଜଣା ଫୋନ କଲ ଆସିଲେ ଓଟିପି ନଦେବା,  ୟୁପିଆଇରେ ପେମେଣ୍ଟ କରିବା ବେଳେ ସତର୍କ ରହିବା, ସାଇବର ଠକେଇର ଶିକାର ହେଲେ ୧୯୩୦ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ଭଳି ଏକାଧିକ ଉପାୟ ଅବଲମ୍ବନ କରିବା ପାଇଁ ଅତିଥିମାନେ କହିଥିଲେ।

ସଭା ଶେଷରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପରିଶେଷରେ ସାଇବର ସଚେତନତା ରଥକୁ ବାଣପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରିକ୍ରମା କରାଯାଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥଲା।

ସୂଚନା ଥାଉକି ଓଡିଶା ପୋଲିସ ଆଇସିଆଇସିଆଇ ଫାଉଣ୍ଡେସନର ସହାୟତାରେ ସାରା ଓଡ଼ିଶାରେ ଉକ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି।

ଓଡିଶା ପୋଲିସ ଖୋର୍ଦ୍ଧା ଏସପି ବାଣପୁର ଥାନା ସିଦ୍ଧାର୍ଥ କଟାରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌: ୫୨୦ ଅଭିଯୁକ୍ତ ଗିରଫ

May 30, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

୧୪୫ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କଲା ଭାରତୀୟ ରେଳବାଇ

June 2, 2026

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.