Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ଉଦଯାପିତ ହେଲା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର
ଆଞ୍ଚଳିକ

ବାଲୁଗାଁ: ଉଦଯାପିତ ହେଲା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର

January 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶଵବିଦ୍ୟାଳୟର ପ୍ରଯୋଜନା ଓ ବାଲୁଗାଁ ମହାବିଦ୍ୟାଳୟର ଆନୁକୁଲ୍ୟରେ ଗତ ଜାନୁୟାରୀ ମାସ ୩ ତାରିଖରୁ ଜାନୁୟାରୀ ୮ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ବାଲୁଗାଁ ମହାବିଦ୍ୟାଳୟରେ ସଭାଗୃହରେ ଆୟୋଜିତ ସଭା ଓ ଆଲୋଚନା ମାଧ୍ୟମରେ ମହାସମାରୋହରେ ଉଦଯାପିତ ହୋଇଅଛି। ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାସ ସଭାପତିତ୍ବ କରିଥିବା ସମୟରେ +୨ ଅଧ୍ୟକ୍ଷା ଡଃ ଜୟନ୍ତୀ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଓଡ଼ିଶାର ସୁପ୍ରସିଦ୍ଧ ସମାଜସେବୀ ତଥା ଜାତୀୟ ଯୁବ ପ୍ରକଳ୍ପର ଟ୍ରଷ୍ଟିବୋର୍ଡ ସଭ୍ୟ ମଧୁସୂଦନ ଦାସ, ଓଡ଼ିଶା ପୁନର୍ଗଠନ ସଂଘର ସମ୍ପାଦକ ମାନସ କୁମାର ଦାସ ଓ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ଯଥାକ୍ରମେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତାରୂପେ ଯୋଗଦେଇ ନୂତନ ଓଡ଼ିଶା ଓ ଭାରତ ଗଠନ ନିମନ୍ତେ ଯୁବ ସମାଜ ସଂକଳ୍ପ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହି ସ୍ଵତନ୍ତ୍ର ଶିବିରର ବିଭିନ୍ନ ଦିବସରେ ପୋଷ୍ୟଗ୍ରାମ ଓ ଗୋପବନ୍ଧୁ କଲୋନୀ, ଶାନ୍ତି ନଗର ଓ ଉପକୂଳରେ ସଫେଇ ଅଭିଯାନ, ସାକ୍ଷରତା ସର୍ଭେ, ସଡ଼କ ସୁରକ୍ଷା, ଗନ୍ଧିବାଦର ପ୍ରାସଙ୍ଗିକତା, ନାରୀ ସଶକ୍ତିକରଣର ସାମର୍ଥ୍ୟ ବିକାଶ କୌଶଳ, ବୃକ୍ଷରୋପଣ, ତମାଖୁ ମୁକ୍ତ ମହାବିଦ୍ୟାଳୟ ରକ୍ତଦାନ ଓ କୋଭିଡ-୧୯ ସମ୍ପର୍କିତ ସଚେତନତାର ବାର୍ତ୍ତା ଓ ମହତ୍ତ୍ଵ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ କୌଶଳ ଅର୍ଜନ କରିବାରେ ସାମର୍ଥ୍ୟବାନ ହୋଇଥିଲେ। ବିଭିନ୍ନ ଦିବସରେ ସମ୍ବଳ ଅଧିକାରୀରୂପେ, ଅଧ୍ୟାପିକା ମନସ୍ଵିନୀ ପଟ୍ଟନାୟକ, ହିମାଂଶୁ କୁମାର ଦାସ, ଅଧ୍ୟାପକ ପ୍ରବୀଣ କୁମାର ଜେନା, ବାଣପୁର ଗ୍ରାମୀଣ ମହିଳା ମହାିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟସ୍ତରୀୟ ସମ୍ପାଦକ ଶ୍ରୀ ସୋମ, ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ, ଏନ.ସି.ସି ଅଫିସର ଡଃ ଅକ୍ଷର କୁମାର ମିଶ୍ର ପ୍ରମୁଖ ସ୍ବେଚ୍ଛାସେବୀଙ୍କ ଗ୍ରହଣରେ ନିଜର ଅଭିଜ୍ଞତା ପ୍ରକାଶ କରିବା ସହ ଯୁବ ମାନ ପ୍ରାଣକୁ ଉଦୀପିତ କରିଥିଲେ।

ଏହି ଶିବିରରେ ଜାତୀୟ ସେବା ଯୋଜନାର ଜିଲ୍ଲା ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡଃ ଜୟଶ୍ରୀବାଳା ମଲ୍ଲିକ ଓ ସି.ୱାଇ.ଏସ.ଡି ର ସମ୍ପାଦକ ଜିତେନ୍ଦ୍ର କୁମାର ସୁନ୍ଦରାୟ, ଜାତୀୟ ସେବା ଯୋଜନାର ଆଞ୍ଚଳିକ କର୍ଯ୍ୟାଳୟର ଯୁବ ଅଧିକାରୀ ଅଜିତ କୁମାର, ମଳୟ ରଞ୍ଜନ ତ୍ରିପାଠୀ ଓ ନିଖିଳ ପାଣିଗ୍ରାହୀ ପ୍ରମୁଖ ଅଧିକାରୀଗଣ ପରିଦର୍ଶନରେ ଆସି ସ୍ବେଚ୍ଛାସେବୀ କାର୍ଯ୍ୟାବଳୀ ଓ ଶୃଙ୍ଖଳାକୁ ବେଶ ପ୍ରଶଂସା କରିଥିଲେ।

ଏହି ଉଦଯାପନି ସମାରୋହରେ ବିଭିନ୍ନ ଦିବସରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ନିଜର ଉତ୍କର୍ଷତା ନିମନ୍ତେ ସ୍ବେଚ୍ଛାସେବୀ ଆଲୋକ କୁମାର ବେହେରା, ସଂଗ୍ରାମ କେଶରୀ ବେହେରା, ରଶ୍ମିରେଖା ବେହେରା, ସଂଚିତା ନାୟକ, ସୋନାଲି ଜାଲି, ଶୁଭସ୍ମିତା ମହାରଣା, ରାଜସ୍ମିତା ଦସ, ସନ୍ତୋଷ କୁମାର ବାରିକ, କାର୍ତ୍ତିକଶ୍ୱର ଜେନା, ବିଚିତ୍ର ପରିଡ଼ା, ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ କୈଳାସ ଚନ୍ଦ୍ର ମହାରଣା, ଏବଂ ଶିବିରକୁ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ।

ଜାତୀୟ ସେବା ଯୋଜନା ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.