Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ମଦ ବିକ୍ରୀକୁ ବିରୋଧ କରି କ୍ୟାବିନ ଭିତରେ ପଶିଲେ ଗ୍ରାମବାସୀ, ନଷ୍ଟ କଲେ ଚୋରା ମଦ
ଆଞ୍ଚଳିକ

ବାଣପୁର: ମଦ ବିକ୍ରୀକୁ ବିରୋଧ କରି କ୍ୟାବିନ ଭିତରେ ପଶିଲେ ଗ୍ରାମବାସୀ, ନଷ୍ଟ କଲେ ଚୋରା ମଦ

March 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ନନ୍ଦପୁର ପଞ୍ଚାୟତ ପାରିନୁଆଗାଁ ଓ ଭେଷରୀ କେନାଲ ରାସ୍ତା ନରଣଡିହ ଛକରେ ଦୀର୍ଘଦିନ ଧରି ରାସ୍ତା କଡରେ ଏକ କ୍ୟାବିନରେ ମଦ ବିକ୍ରୀ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଅସାମାଜିକ ଲୋକ ଏଠାକୁ ଆସି ମଦ ପିଅନ୍ତି। ଆଖପାଖ ଗ୍ରାମର ଯୁବକ ମାନେ ସର୍ବଦା ମଦ ପିଇ ଗ୍ରାମରେ ଅଶାନ୍ତି ସୃଷ୍ଟି କରୁଥିବାରୁ ମଦ ବିକ୍ରି କରୁଥିବା ଯୁବକ ବସନ୍ତ ମହାରଣାଙ୍କୁ ବିକ୍ରି ବନ୍ଦ କରିବାକୁ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ସେ ନିର୍ଭୟରେ ମଦ ବିକ୍ରି କରି ଚାଲୁଥିଲେ। ବସନ୍ତ ଏବଂ ତାଙ୍କର ବାପା ସୁରେନ୍ଦ୍ର ମହାରଣାଙ୍କୁ ବାଣପୁର ପୋଲିସ ଏବଂ ଅବକାରୀ ବିଭାଗ ମଦ ଜବତ କରି ବିଭିନ୍ନ ସମୟରେ ଜେଲ ପଠାଇ ଥିବାବେଳେ ଜାମିନରେ ଆସି ମଦ ବିକ୍ରି କରିବା ଜାରି ରଖିଛନ୍ତି।

ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଏହାକୁ ବିରୋଧ କରି ଆଜି ସକାଳୁ ଉକ୍ତ ଜାଗାରେ ଥିବା କ୍ୟାବିନ ଭିତରୁ ଚୋରା ମଦ ଜବତ କରି ନଷ୍ଟ କରିଛନ୍ତି। ଘଟଣା ସ୍ଥଳକୁ ବସନ୍ତ ନ ଆସି ତାଙ୍କର ବାପା ସୁରେନ୍ଦ୍ର ଆସି ଆମେ ଗରିବ ଲୋକ ଏଥିରୁ ପରିବାର ଚଳାଉଛୁ ବୋଲି କହିଥିଲେ। କିନ୍ତୁ ଏଠାରେ ମଦ ବିକ୍ରିକଲେ ପ୍ରତିଦିନ ଏହିପରି ଚଢ଼ାଉ କରି ମଦ ନଷ୍ଟ କରିବୁ ବୋଲି ଯୁବକ ମାନେ ବସନ୍ତଙ୍କୁ ଚେତାବନୀ ଦେଇଥିଲେ।

ଉକ୍ତ ଘଟଣାକୁ ନେଇ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ ମୁଦୁଲିଙ୍କୁ ପଚାରିବାରେ ମୁଁ ଚଢ଼ାଉ କରି ବସନ୍ତଙ୍କ ବାପାଙ୍କୁ ଜେଲ ପଠାଇଥିଲି। ପୁଣି ଯଦି ସେ ବିକ୍ରି କରନ୍ତି, ତାଙ୍କ ଉପରେ ଆଉଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତେବେ ପ୍ରତ୍ୟେକ ଦିନ ଚୋରା ମଦ ବିକ୍ରି କରୁଥିବା ସ୍ଥାନ ଉପରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିବାକୁ ସାଧାରଣରେ ଦାବି ହେଉଛି।

ନନ୍ଦପୁର ପଞ୍ଚାୟତ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.