ବାଣପୁର: ସ୍ଥାନୀୟ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ଠାରେ ପି ଏମ ପୋଷଣ, ଡିପାର୍ଟମେଣ୍ଟ ଭୁବନେଶ୍ୱର ଙ୍କର ନିର୍ଦ୍ଧେଶ ଅନୁଯାୟୀ ଓ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ବାଣପୁର ଙ୍କ ନିର୍ଦ୍ଧେଶ ଅନୁଯାୟୀ ୩୪୨ ଜଣ ମଧ୍ୟାହ୍ନ ଭୋଜନ ୩୪୨ ପାଚିକା ଓ ସହାୟିକା ମାନଙ୍କର ଆଜି ତାଲିମ ଶିବିର ପରିଚାଳନା ହୋଇଯାଇଛି।
ଏଥିରେ ପାଚିକା ସହାୟିକାମାନଙ୍କୁ ଗ୍ୟାସ ସିଲିଣ୍ଡର, ବେଶ ପୋଷାକ, ଦାୟିତ୍ୱ ବୋଧ ଓ ଗୁଣବତ୍ତା ଆଦି ପ୍ରସ୍ତୁତି ସହିତ ଛାତ୍ରଛାତ୍ରୀ ମାନଙ୍କ ର ଉତ୍ତମ ସ୍ୱାସ୍ଥ୍ୟ ଓ ସ୍ମରଣ ଶକ୍ତି ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରାଯାଇଥିବା ବେଳେ ABEO -CUM-BRCC ଧନ୍ୟବାଦ ପ୍ରଦାନ କରିଥିଲେ। ବିଇଓ ଙ୍କ ସଭାପତିତ୍ୱ ରେ ଶାନ୍ତି ଶୃଙ୍ଖଳା ସହିତ ତାଲିମ କାଯ୍ୟ ସମ୍ପାଦନ କରାଯାଇଛି।


