Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ବଦଳାନ୍ତୁ ଶୋଇବାର ଶୈଳୀ, ନଚେତ୍ ରୋଗରେ ପଡ଼ିପାରନ୍ତି
ଜୀବନ ଶୈଳୀ

ବଦଳାନ୍ତୁ ଶୋଇବାର ଶୈଳୀ, ନଚେତ୍ ରୋଗରେ ପଡ଼ିପାରନ୍ତି

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଦଳାନ୍ତୁ ଶୋଇବାର ଶୈଳୀ, ନଚେତ୍ ରୋଗରେ ପଡ଼ିପାରନ୍ତି
ବଦଳାନ୍ତୁ ଶୋଇବାର ଶୈଳୀ, ନଚେତ୍ ରୋଗରେ ପଡ଼ିପାରନ୍ତି

ଖାଇବା ପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଠିକ୍ ଭାବରେ ନ ଶୋଇଲେ ଶରୀର ଖରାପ ହୋଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ହୋଇଥାଏ। ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଦିନସାରା କାମ କରି ଆମେ ଥକିପଡ଼ନ୍ତି। ଆଉ ଥକ୍କାରେ ଶୋଇବାବେଳେ ଭୁଲ କି ଠିକ ଶୈଳୀରେ ଶୋଇବା ଜଣାପଡିନଥାଏ। ବେଡ ସଫା ଅଛି ନା ନାହିଁ ସେ ସବୁ ବି ଆମେ ଭୁଲିଯାଉ। ଯାହା ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ଆଉ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଯଦି ଆପଣଙ୍କର ଲଗାତର ଥଣ୍ଡା କିମ୍ବା କାସ ହେଉଛି ତେବେ ଜାଣି ରଖନ୍ତୁ କିଛିକାଂଶରେ ଏହାର କାରଣ ହେଉଛି ଶୋଇବା ସ୍ଥାନ ଓ ଶୋଇବାର ଶୈଳୀ।

– ଡାକ୍ତରଙ୍କ କହିବା ଅନୁସାରେ ସବୁବେଳେ ଶୋଇବା ବେଳେ ବାମ ପଟକୁ ମୁହଁ କରି ଶୁଅନ୍ତୁ। ନଚେତ ଦେହ ଖରାପ ହେବ।

– ସବୁବେଳେ କପା ବା ତୁଳା ଗଦି, ତକିଆ ବ୍ୟବହାର କରନ୍ତୁ।

– ବେଡ କିମ୍ବା ତଳେ ଶୋଇବା ପାଇଁ ଆପଣ ଯେଉଁ ବେଡସିଟ ବା ତକିଆ ବ୍ୟବହାର କରନ୍ତି ତା’ ପ୍ରତି ଧ୍ୟାନ ଦିଅନ୍ତୁ। ଯେମିତି ସିନ୍‌ଥେଟିକ ମ୍ୟାଟେରିଆଲ ହୋଇନଥିବ ।

– ବେଡସିଟ୍‌ରେ ଅନେକ ଧୂଳିକଣା ଥାଏ। ଯାହା ଦ୍ୱାରା ଆପଣଙ୍କ ତ୍ୱଚାରେ ଆଲର୍ଜି ହେବା ସହ ଶୋଇବା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ବି ହୋଇପାରେ। ସେଥିପାଇଁ ବେଡସିଟ୍ ସଫା ସୁତୁରା ପ୍ରତି ଧ୍ୟାନ ଦେବେ।

– ବେଡସିଟ୍ ଧୋଇବା ପରେ ତାକୁ ଖରାରେ ଶୁଖାଇ ଭଲ ଭାବେ ଝାଡ଼ିଆଣନ୍ତୁ। ଶୁଖାଇବା ସମୟରେ ଯାହା ବି ଧୂଳି ଲାଗିଥାଏ ତାହା ସବୁ ଝଡ଼ିଯାଏ।

– ଶୋଇବା ସମୟରେ ବ୍ୟବହାର କରୁଥିବା କମ୍ବଳକୁ ସଫା କରିବା ପାଇଁ ଭଲ ଲିକ୍ୱିଡ ବ୍ୟବହାର କରନ୍ତୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଇବାର କିଛି ନିୟମ :

ସ୍ୱାସ୍ଥ୍ୟ ସହ ନିଦ୍ରାର ଗଭୀର ସମ୍ପର୍କ ରହିଛି। ଯେଉଁଗୁଡିକୁ ପାଳନ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ପରିବାରରେ ମଧ୍ୟ ସୁଖ ଶାନ୍ତି ଆସିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିର୍ଜନ ବା ଅନ୍ଧାର ଘରେ ଏକଲା ଶୋଇବାକୁ ବାରଣ କରାଯାଇଛି।

– ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ।

ଉତ୍ତମନିଦ୍ରା ଶୋଇବା ଶୈଳୀ ସ୍ୱାସ୍ଥ୍ୟ ଟିପ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026
Latest News

ବଦଳାନ୍ତୁ ଶୋଇବାର ଶୈଳୀ, ନଚେତ୍ ରୋଗରେ ପଡ଼ିପାରନ୍ତି

September 12, 2026

ଆମେରିକାରେ UPIର ନୂଆ ଅଧ୍ୟାୟ, Zelle ସହ ହେବ ଡିଜିଟାଲ୍‌ ପେମେଣ୍ଟ ବ୍ରିଜ୍‌

September 12, 2026

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.