Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ
ଆଜିର ଖବର

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

ଭୁବନେଶ୍ୱର: ତଳମୁଣ୍ଡ ଆଡକୁ ଘୁ ଘୁ ହୋଇ ମାଡ଼ି ଆସୁଛି ବନ୍ୟାଜଳ। ମହାରୂପ ଦେଖାଇଛି ମହାନଦୀର। ଅଥଳ-ଥଳ ପାଣି… ଆଖି ପାଉନଥିବା ବିଶାଳ ଅବତାର। ହୀରାକୁଦର ମୋଟ୍ ୩୦ ଗେଟ୍ ଖୋଲିବା ପରେ ଫୁଲି ଉଠିଛି ଓଡ଼ିଶାର ସବୁଠୁ ବଡ଼ ନଦୀ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମୁଣ୍ଡୁଳିରେ ୮ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବା ପରେଏହାର ପ୍ରଭାବ ଉପକୂଳ ଓଡ଼ିଶାର କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ସମେତ କେନ୍ଦ୍ରାପଡ଼ା ଜିଲ୍ଲାର କିଛି କିଛି ଅଞ୍ଚଳ ପ୍ରଭାବିତ ହୋଇପାରେ।
ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ସୁ ସୁ ଶବ୍ଦ ଓ ଘୁ ଘୁ ଗର୍ଜନ କରି ତଳମୁଣ୍ଡକୁ ଛୁଟୁଛି ପାଣି। ମହାନଦୀରେ ଆସିଥିବା ଏ ବନ୍ୟାର ପ୍ରଭାବ ସମ୍ବଲପୁରରେ ପଡ଼ିଛି। ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ମାଳତୀଗୁଣ୍ଡେରପୁର ବ୍ରିଜ୍ ବୁଡ଼ିଛି। ଫଳରେ ସମ୍ବଲପୁର ଓ ସୋନପୁର ମଧ୍ୟରେ ଠପ୍ ହୋଇଛି ଯୋଗାଯୋଗ। ଏପଟେ ବିନିକା ଅଞ୍ଚଳରେ ରାସ୍ତାଘାଟ ବୁଡ଼ିବା ସହ ଏକର ଏକର ଜମିରେ ଫସଲ ଭାସୁଛି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବି ସମାନ ଅବସ୍ଥା। ମହାନଦୀରେ ଆସିଥିବା ବନ୍ୟାଜଳ ଶାଖା ନଦୀ ରଣ ଓ ଚନ୍ଦ୍ରପାରେ ପଶିବା ପରେ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ିଛି। ବାଙ୍କୀର ହୁଳୁହୁଳା ପୋଲଉପରେ ୩ ଫୁଟର ପାଣି ଚାଲିବା ପରେ ବାଙ୍କୀ ବ୍ଲକର ୬ଟି ପଞ୍ଚାୟତ ଓ ତିଗିରିଆ ବ୍ଲକର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
ଏପଟେ ମହାନଦୀରେ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଧବଳେଶ୍ୱର ପୀଠକୁ ଆସନ୍ତାକାଲି ସନ୍ଧ୍ୟା ଯାଏଁ ଭକ୍ତଙ୍କ ପ୍ରବେଶ ବାରଣ କରି ୧୬୩ ଧାରା ଜାରି କରାଯାଇଛି। ସେହିଭଳି ବଡ଼ମ୍ବାରର ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିଛି। ଏପଟେ ମହାନଦୀରେ ବନ୍ୟାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ପଡ଼ିବା ଆରମ୍ଭ ହୋଇଛି।
ଅନୁମାନ କରାଯାଉଛି ମହାନଦୀରେ ଆସୁଥିବା ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବା ବେଳକୁ ଏଠି ପାଣିର ପରିମାଣ ଥିବ ପ୍ରାୟ ୮ ଲକ୍ଷ କ୍ୟୁସେକ୍‌। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସୋମବାର ସନ୍ଧ୍ୟା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିବ। ତେବେ ମହାନଦୀର ଏ ପାଣି ମୁଖ୍ୟତଃ ୪ଟି ଜିଲ୍ଲାକୁ ପ୍ରଭାବିତ କରିବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳରେ ଚାଷ ବାସ ନଷ୍ଟ ହେବାର ଅନୁମାନ କରାଯାଉଛି। ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର କିଛି ମାତ୍ରାରେ ପ୍ରଭାବିତ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ପ୍ରବାହିତ ପରେ ତଳମୁଣ୍ଡରେ ଥିବା ଜିଲ୍ଲାବାସୀ ବନ୍ୟାକୁ ନେଇ ପୁଣି ଭୟଭୀତ ହୋଇଛନ୍ତି। ସେପେଟେ ମହାନଦୀ ଉପର ମୁଣ୍ଡରେ ଦେଖିବାକୁ ମିଳିଛି ଭୀଷଣ ବନ୍ୟାର ପ୍ରଭାବ। ବିଶେଷକରି ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ବରଗଡ଼ ଆମ୍ବାଭୋନା ବ୍ଲକରେ ତଳିଆ ଅଞ୍ଚଳର ପଶିବା ପରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ଶହ ଶହ ପରିବାର।

Floodwater Mahanadi
Share. Facebook Twitter LinkedIn Email WhatsApp Copy Link

Related Posts

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026

ସମ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ

September 28, 2026

କେନ୍ଦ୍ରାପଡା ଗସ୍ତ କଲେ ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ ପ୍ରତିନିଧି ଦଳ 

September 28, 2026

କୋରାପୁଟ ଶାନ୍ତି ଲଜ୍‌ରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

September 28, 2026
Latest News

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026

ସମ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ

September 28, 2026

କେନ୍ଦ୍ରାପଡା ଗସ୍ତ କଲେ ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ ପ୍ରତିନିଧି ଦଳ 

September 28, 2026

କୋରାପୁଟ ଶାନ୍ତି ଲଜ୍‌ରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.