Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲିଗୁଡା ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟକୁ ତୀବ୍ର କଲା ପୂର୍ବତଟ ରେଳପଥ
ଆଜିର ଖବର

ମାଲିଗୁଡା ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟକୁ ତୀବ୍ର କଲା ପୂର୍ବତଟ ରେଳପଥ

September 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାଲିଗୁଡା ଷ୍ଟେସନ
ମାଲିଗୁଡା ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟକୁ ତୀବ୍ର କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପରିସୀମା ମଧ୍ୟରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଧସିବା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଭାବିତ ରେଳସେକ୍ସନ ଗୁଡ଼ିକରେ ପୁନରୁଦ୍ଧାର ଓ ସୁରକ୍ଷା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତୀବ୍ର କରାଯାଇଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ୍ ସେପ୍ଟେମ୍ବର ୨୮ ତାରିଖରେ କୋରାପୁଟ–ଜୟପୁର ରେଳ ସେକ୍ସନର ଅନ୍ୟତମ ପ୍ରମୁଖ ପ୍ରଭାବିତ ସ୍ଥାନ ମାଲିଗୁଡାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ ରେଳପଥର ପୁନରୁଦ୍ଧାର ଏବଂ ନିରାପତ୍ତା ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ପରିଦର୍ଶନ ସମୟରେ ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ମଧ୍ୟରେ ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଏବଂ ପ୍ରମୁଖ ମୁଖ୍ୟ ସିଗନାଲ ଓ ଟେଲିକମ୍ୟୁନିକେସନ୍ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଏବଂ ଗ୍ରହଣ କରାଯାଉଥିବା ସୁରକ୍ଷାମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍‌) ଙ୍କ ସହ ବରିଷ୍ଠ ମଣ୍ଡଳ ଅଧିକାରୀମାନେ ମହାପ୍ରବନ୍ଧକଙ୍କୁ ପ୍ରଭାବିତ ସ୍ଥାନର ପରିସ୍ଥିତି, ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ରେଳ ଚଳାଚଳକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

କୋରାପୁଟ–ରାୟଗଡ଼ା ଏବଂ କୋରାପୁଟ–ଜୟପୁର ସେକ୍ସନର ବିଭିନ୍ନ ସ୍ଥାନରେ ଲଗାତାର ଏବଂ ଅତ୍ୟଧିକ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ମାଟି ଅତଡ଼ା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ମାଲିଗୁଡ଼ା ୟାର୍ଡ ବ୍ୟତୀତ ପ୍ରଭାବିତ ଅନ୍ୟ ସମସ୍ତ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯାଇ ରେଳ ଚଳାଚଳ ସ୍ୱାଭାବିକ କରାଯାଇଛି।

ତେବେ, ମାଲିଗୁଡା ଯାର୍ଡରେ ଭୂସ୍ଖଳନର ପରିମାଣ ଏବଂ ରେଳ ଭିତ୍ତିଭୂମି ଉପରେ ପଡ଼ିଥିବା ବିପୁଳ ପରିମାଣର ମାଟି ଓ ଆବର୍ଜନା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି।ମାଲିଗୁଡ଼ା ଷ୍ଟେସନ ନିକଟରେ ଟ୍ରାକ୍, OHE ଏବଂ ସିଗନାଲିଂ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଭୂସ୍ଖଳନ ପ୍ରଭାବିତ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଦିନରାତି ନିରବଚ୍ଛିନ୍ନ ଭାବେ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିବା ସହ ରାତ୍ରି ସମୟରେ ମଧ୍ୟ କାର୍ଯ୍ୟ କରାଯାଉଛି। ଏଥିପାଇଁ ଅତିରିକ୍ତ ମାନବ ସମ୍ବଳ, ଭାରୀ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ସାଧନ ନିୟୋଜିତ କରାଯାଉଛି। ସମସ୍ତ ପୁନରୁଦ୍ଧାର କାର୍ଯ୍ୟରେ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।

ମାଲିଗୁଡାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୬୦୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ରେଳପଥରୁ ମାଟି ଓ ଆବର୍ଜନା ହଟାଇବା ଏବଂ ରେଳ ଭିତ୍ତିଭୂମିକୁ ଯଥାଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଭାରୀ ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ବିଭାଗୀୟ ଟିମ୍‌ଗୁଡ଼ିକୁ ନିରନ୍ତର ଭାବେ ନିୟୋଜିତ କରାଯାଉଛି।

ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ସୁବିଧା ପାଇଁ କାର୍ଯ୍ୟସ୍ଥଳରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ଆଶ୍ରୟସ୍ଥଳ, ଚଳନ୍ତି ଶୌଚାଳୟ, ପାନୀୟ ଜଳ, ଖାଦ୍ୟ ବ୍ୟବସ୍ଥା ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ସହ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଦୀର୍ଘ ସମୟ ଧରି ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ଏବଂ ପ୍ରଭାବିତ ସ୍ଥାନରେ ବହୁ ସଂଖ୍ୟକ କର୍ମଚାରୀ ନିୟୋଜିତ ଥିବାରୁ, ଶ୍ରମିକ ଓ ରେଳ କର୍ମଚାରୀମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ, ସିଗନାଲ୍ ଓ ଟେଲିକମ୍ୟୁନିକେସନ୍, ଅପରେଟିଂ, ମେକାନିକାଲ, କମର୍ସିଆଲ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ରାୟଗଡ଼ା ଡିଆରଏମ୍‌ଙ୍କ ନେତୃତ୍ୱରେ ପ୍ରଭାବିତ ସ୍ଥାନରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରୁଛନ୍ତି।

ମୁଖ୍ୟାଳୟ ଏବଂ ଡିଭିଜନ ସ୍ତରରେ ପରିସ୍ଥିତି ଉପରେ ଘନିଷ୍ଠ ନଜର ରଖାଯାଉଛି। ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ସର୍ବୋଚ୍ଚ ନିରାପତ୍ତା ସୁନିଶ୍ଚିତ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି।

ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ପୂର୍ବତଟ ରେଳପଥ ମାଲିଗୁଡା ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଲ୍ଲା ଅଫରୋଜଙ୍କୁ ବଡ଼ ଝଟ୍‌କା: ହେପାଜତ ରଦ୍ଦ କଲେ ସୁପ୍ରିମକୋର୍ଟ

September 29, 2026

ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଦେଶଭକ୍ତିର ଏକ ମନ୍ତ୍ର

September 29, 2026

ରାଜଧାନୀରେ ଇଣ୍ଡିଆ ବ୍ଲକର ବିକ୍ଷୋଭ, ଚାରିଟି ଦାବୀ ନେଇ ଗର୍ଜ୍ଜିଲେ କଂଗ୍ରେସ ଓ ସମର୍ଥିତ ଦଳର କର୍ମି

September 29, 2026

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026
Latest News

ମାଲିଗୁଡା ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟକୁ ତୀବ୍ର କଲା ପୂର୍ବତଟ ରେଳପଥ

September 29, 2026

ମୁଲ୍ଲା ଅଫରୋଜଙ୍କୁ ବଡ଼ ଝଟ୍‌କା: ହେପାଜତ ରଦ୍ଦ କଲେ ସୁପ୍ରିମକୋର୍ଟ

September 29, 2026

ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଦେଶଭକ୍ତିର ଏକ ମନ୍ତ୍ର

September 29, 2026

ରାଜଧାନୀରେ ଇଣ୍ଡିଆ ବ୍ଲକର ବିକ୍ଷୋଭ, ଚାରିଟି ଦାବୀ ନେଇ ଗର୍ଜ୍ଜିଲେ କଂଗ୍ରେସ ଓ ସମର୍ଥିତ ଦଳର କର୍ମି

September 29, 2026

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.