Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ
ଆଜିର ଖବର

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
13 pilgrims, including 4 children, killed in a road accident in Jharkhand

ରାମଗଡ଼: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ରାଞ୍ଚି-ପାଟନା ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରସିଦ୍ଧ ରାଜରପ୍ପା ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଏକ ଯାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଶିଶୁ ଓ ୪ ଜଣ ମହିଳାଙ୍କ ସମେତ ମୋଟ୍ ୧୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ରାମଗଡ଼ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, କୁଜୁ ଥାନା ଅନ୍ତର୍ଗତ ପାଇଙ୍କି ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ଭୋର ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଥିଲା। ଗାଡ଼ିଟିରେ ମୋଟ୍ ୧୪ ଜଣ ଯାତ୍ରୀ ଥିଲେ। ମୃତକମାନେ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜଙ୍ଘାରୋ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ରାଜରପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଯାଉଥିବାବେଳେ ରାଜପଥରେ ସେମାନଙ୍କ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଶିଶୁ, ୪ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି। ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ କ୍ଷତିଗ୍ରସ୍ତ ଗାଡ଼ି ଭିତରୁ ମୃତାହତଙ୍କୁ ବାହାର କରିବା ସହ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇବାରେ ସହାୟତା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆବଶ୍ୟକୀୟ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହାର କାରଣ ଖୋଜାଯାଉଛି।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ମଧ୍ୟ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଏକ ଟ୍ରକ୍‌ରେ ନିଆଁ ଲାଗିଯିବାରୁ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପାଲକୋଟ ରୋଡ୍‌ର କାର୍ତ୍ତିକ ଓରାଓଁ ମହାବିଦ୍ୟାଳୟ ନିକଟରେ ଓଡ଼ିଶାର ରାଉରକେଲାରୁ ଉତ୍ତରପ୍ରଦେଶର ଆଲିଗଡ଼କୁ ଲୁହା ଛଡ଼ ନେଇ ଯାଉଥିବା ଉକ୍ତ ଟ୍ରକ୍‌ଟି ସାମ୍ନାରୁ ଆସୁଥିବା ଏକ ଗାଡ଼ିକୁ ବଞ୍ଚାଇବାକୁ ଯାଇ ଅନ୍ୟ ଏକ କାର୍‌କୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୧୧,୦୦୦ ଭୋଲ୍ଟ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବାରୁ ସେଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। କ୍ୟାବିନ୍ ଭିତରେ ଫସି ରହିଥିବା ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ୩୫ ବର୍ଷୀୟ ଚାଳକ ପଙ୍କଜ କୁମାରଙ୍କର ଏଥିରେ ମୃତ୍ୟୁ ଘଟିଥିଲା।

ଝାଡ଼ଖଣ୍ଡ ରାମଗଡ଼ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026

ପଞ୍ଚମ ‘କାଶୀ ତାମିଲ ସଙ୍ଗମମ୍’ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି

November 29, 2026

ଭାରତ-ଡେନମାର୍କ ସମ୍ପର୍କକୁ ନୂଆ ଦିଶା: ସ୍ୱଚ୍ଛ ଶକ୍ତି ଓ ଜଳ ପରିଚାଳନା ନେଇ ବୁଝାମଣା

November 29, 2026

ସୋନିଆଙ୍କ ନାଗରିକତା ବିବାଦ: କୋର୍ଟରେ ଦିଲ୍ଲୀ ପୁଲିସର ଷ୍ଟାଟସ୍ ରିପୋର୍ଟ ଦାଖଲ

November 29, 2026
Latest News

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026

ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି

November 29, 2026

ବାଲିଯାତ୍ରାରେ ପ୍ରବଳ ଜନସମାଗମ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.