Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାଗରିକ ହେବାକୁ ହେଲେ ଆଉ କେତେ ପ୍ରମାଣପତ୍ର ଦରକାର ହୋ ସରକାର !!
ବିଶେଷ ଖବର

ନାଗରିକ ହେବାକୁ ହେଲେ ଆଉ କେତେ ପ୍ରମାଣପତ୍ର ଦରକାର ହୋ ସରକାର !!

December 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗୋଟେ ସମୟରେ ଟି.ଏନ.ଶେଷାନ ସାହେବ ଆସି କହିଲେ, କେବଳ ଭୋଟର ତାଲିକାରେ ନାଁ ରହିଲେ ତମେ ନାଗରିକ ହେବା ଯଥେଷ୍ଟ ନୁହେଁ। ତମକୁ ଗୋଟେ ଭୋଟର ପରିଚୟ ପତ୍ର ତିଆରି କରିବାକୁ ପଡିବ। ଆମେ ବାଧ୍ୟ ନାଗରିକ ମାନେ ଧାଡି ବାନ୍ଧି ଫୋଟୋ ଉଠାଇଲୁ। ଆମକୁ ଗୋଟେ ଗୋଟେ ପରିଚୟପତ୍ର ଦିଆଗଲା। ଆମେ ଭାବିଲୁ, ଏଣିକି ଆମର ଦୁଃଖ ଗଲା। ଆମର ଫୋଟୋ ସଂଲଗ୍ନ ପରିଚୟପତ୍ର ଦେଖି ଆଉ କେହି ଆମକୁ ପାକିସ୍ତାନୀ କି ବାଂଲାଦେଶୀ ବୋଲି କହିପାରିବେ ନାହିଁ। ତାର କିଛି ବର୍ଷ ପରେ ନନ୍ଦନ ନିଲେକ୍କେନୀ ନାମକ ଜଣେ କରିତକର୍ମା ବ୍ୟବସାୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ବୁଝାଇଦେଲେ, ଆଜ୍ଞା, ଭୋଟର ପରିଚୟପତ୍ର ଯଥେଷ୍ଟ ନୁହେଁ। ଏ ଦେଶରେ ଜନ୍ମ ହେଉଥିବା ଛୁଆଠୁ ମରିବାକୁ ଯାଉଥିବା ବୁଧ ପର୍ୟନ୍ତ, ସମସ୍ତଙ୍କର ଆଙ୍ଗୁଠି ଚିହ୍ନ, ଆଖିଡୋଳା ତଥା ଆହୁରି ଅନେକ ବ୍ୟକ୍ତିଗତ ତଥ୍ୟ ସରକାରଙ୍କ ପାଖରେ ରହିବା ଦରକାର। ସେଠୁ ଆରମ୍ଭ ହେଲା ଆଧାରକାର୍ଡ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଜଣେ ବଡ ନେତା ଆମକୁ କହିଲେ, ଆଧାର କାର୍ଡ ଗୋଟେ ଶୋଷଣକାରୀ ବ୍ୟବସ୍ଥା। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଠୁଳ କରିବା ସରକାରଙ୍କ କାମ ନୁହେଁ। ହେଲେ ସେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହବା ପରେ ଆମକୁ ବାଧ୍ୟ କଲେ ଆଧାର କାର୍ଡକୁ ବ୍ୟାଙ୍କ ଓ ଟେଲିଫୋନ ସହ ସଂଯୋଗ କରିବା ପାଇଁ। ସବୁ ନାଗରିକ ପୁଣି ଧାଡିରେ ଠିଆ ହେଲେ। ନିଜକୁ ଏକ ଏକ ନମ୍ବରରେ ରୂପାନ୍ତରିତ କଲେ।

ତାରି ଭିତରେ ପୁଣି କୁହାଗଲା, କେୱାଇସି ବା ନୋ ୟୋର କଷ୍ଟମର ବ୍ୟବସ୍ଥାରେ, ବ୍ୟାଙ୍କରେ ଧାଡି ବାନ୍ଧି ଠିଆ ହୁଅ।ରନ୍ଧନ ଗ୍ୟାସ ଦୋକାନ ଆଗରେ ଠିଆ ହୁଅ। ଆୟକର କମିଶନଙ୍କ ଆଗରେ ଠିଆ ହୁଅ। ସବୁଠୁ ଶେଷରେ କୁହାଗଲା, ତମ ପାଖରେ ଯାହା ପଇସା ଅଛି, ସବୁକିଛି କେବଳ ରଦ୍ଦି କାଗଜ, ଏବେ ନୂଆ ଟଙ୍କା ନେଇ ଜାତୀୟତାର ପ୍ରମାଣ ଦିଅ। ଏତେ  ସବୁ ଭିତରେ ଆମେ କେହି କେହି ପାସପୋର୍ଟ ବି ତିଆରି କରିଛୁ। ଏତେ ସବୁ ସତ୍ତ୍ୱେ ପୁଣି ଆଜି କୁହାଯାଉଛି, ନା- ସେସବୁ ଚଳିବ ନାହିଁ, ଏବେ ତମର ନାଗରିକତାକୁ ନେଇ ଆଉ ଥରେ ପ୍ରମାଣ ଦେଖାଅ। ବେଚାରା ବାଧ୍ୟ ଏବେ କରିବ କଣ?

ତାରି ଭିତରେ ପୁଣି ଧର୍ମ ପଶିଛି। ଏବେ ନାଗରିକ ହେବାକୁ ହେଲେ ଧର୍ମର ପ୍ରମାଣ ଏକ ପ୍ରାଥମିକ ଆବଶ୍ୟକତା ହେଲାଣି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଲେଣି, କେୱାଇସି ଫର୍ମରେ ଧର୍ମ କଥା ଉଲ୍ଲେଖ କର। ଭାରତ ମାଟିରେ ଜନ୍ମ ନେଇଥିବା ଓ ଆଇନକୁ ମାନି ଚାଲିବାର ପରିଣତି ହେଉଛି, ଏ ଦେଶର ସରକାରମାନଙ୍କ ଆଗରେ ନିଜକୁ ଗୁଲାମ କରି ରଖିବା। ଯେଉଁ ମାନେ ଆମ ଭୋଟ ପାଇ ସରକାର ଗଢିଲେ, ସେମାନେ ଆମକୁ ପରୀକ୍ଷାଗାରର ମୂଷା କି ବେଙ୍ଗ ବୋଲି ଭାବିଲେ। ନିଜ ନିଜର ରାଜନୈତିକ ରୁଟି ସେକିବାକୁ ଓ ନିଜର ଏକ ସୁରକ୍ଷିତ ଭୋଟ ବ୍ୟାଙ୍କ ତିଆରି କରିବାକୁ ଏବେ ନାଗରିକଙ୍କୁ ନେତାମାନେ ନିଜ ଇଚ୍ଛାରେ ଚଳାଇବାକୁ ଚେଷ୍ଟା କରୁଛନ୍ତି।

ହଠାତ ଭାରତରେ ନାଗରିକତା ଏକ ବଡ ପ୍ରସଙ୍ଗ ପାଲଟିଗଲା କେମିତି? ଆଜି ହଠାତ ସାରା ଦେଶର ଜନ ସାଧାରଣ ନିଜକୁ ଭାରତର ବାସିନ୍ଦା ବୋଲି ପ୍ରମାଣିତ କରିବେ କାହିଁକି? ଭୋଟର ପରିଚୟପତ୍ର, ପାସପୋର୍ଟ, ଆଧାର କାର୍ଡ, କିଛି ବି ଆଗକୁ ନାଗରିକ ପରିଚୟପତ୍ର ଭାବେ ବିବେଚିତ ହେବନାହିଁ। ଆପଣଙ୍କୁ ଅମିତ ଶାହଙ୍କ ନୂଆ ନାଗରିକତା ରେଜିଷ୍ଟରରେ ନାମ ଲେଖାଇବାକୁ ପଡିବ।

ଯଦି ଆପଣ ଭୂମିହୀନ, ଅପାଠୁଆ, ଯାଯାବର କିମ୍ବା ନାସ୍ତିକ ତାହେଲେ, ଆପଣ ଭାରତର ନାଗରିକ ହେବାର ସୁଯୋଗରୁ ବଞ୍ଚିତ ହୋଇ ପାରନ୍ତି। ଏବେ ଅମିତ ଶାହଙ୍କ ଭକ୍ତମାନେ କହୁଛନ୍ତି, ଆପଣ ଯଦି ନାଗରିକ ପ୍ରମାଣ ଦେବାକୁ ଡରୁଛନ୍ତି କାହିଁକି? ଆମର ପ୍ରଶ୍ନ, ମୋର ନାଗରିକତା ବିଷୟରେ ପ୍ରମାଣପତ୍ର ଦେବାକୁ ଆପଣ କିଏ? ଯିଏ ଏ ମାଟିରେ ଜନ୍ମ ନେଇଛି, ପୁରୁଷ ପୁରୁଷ ଧରି ଏ ମାଟିକୁ ଭଲ ପାଇଛି, ତାକୁ ବାରମ୍ବାର ଧାଡିରେ ଠିଆ କରାଇ ପ୍ରମାଣ ମାଗିବାକୁ ସରକାରର ନୈତିକ ଅଧିକାର ରହିଛି କି?

ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ଵାଧୀନ ନାଗରିକ ସରକାରଙ୍କର ପ୍ରଜା ନୁହେଁ। ଯଦି ନାଗରିକର ମର୍ୟାଦା ସହିତ ସରକାର ବାରମ୍ବାର ଖେଳ ଖେଳିବେ ତାହେଲେ, ନାଗରିକ ପ୍ରତିବାଦ କରିବାକୁ ବାଧ୍ୟ ହେବ ଓ ଆଜି ତାହା ହିଁ ଘଟୁଛି।

 

 

caa govt mha NRC
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.