Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲା ମହୋତ୍ସବ କଲ୍ଲୋଳ – 2020 ପାଳନ ନିମନ୍ତେ ଦ୍ବିତୀୟ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ଜିଲ୍ଲା ମହୋତ୍ସବ କଲ୍ଲୋଳ – 2020 ପାଳନ ନିମନ୍ତେ ଦ୍ବିତୀୟ ପ୍ରସ୍ତୁତି ବୈଠକ

March 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜିଲ୍ଲାପାନଙ୍କ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ମହୋତ୍ସବ କଲ୍ଲୋଳ-2020 ପାଳନ ନିମେନ୍ତ ଦ୍ବିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଯୋଗଦେଇ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ, ଜଗତସିଂହପୁର ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଜିଲ୍ଲା। ଏ ବର୍ଷ ଜିଲ୍ଲା ମହୋତ୍ସବକୁ ସରସ ସୁନ୍ଦର ଭାବେ ଆୟୋଜିତ କରାଯିବ ଯେପରି ସାରା ରାଜ୍ୟରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓ ଗଣ ପର୍ବରେ ପାଳିତ ହେବ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ କହିଲେ ଜିଲ୍ଲା ମହୋତ୍ସବ ସମସ୍ତ ଜିଲ୍ଲାବାସୀଙ୍କର।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଏ ବର୍ଷ ଜିଲ୍ଲା ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯିବ ବୋଲ କହିଛନ୍ତି । ଜିଲ୍ଲା ମହୋତ୍ସବରେ ସ୍ମରଣିକା ଆଦିପତ୍ର ପ୍ରକାଶ ପାଇବା ସହିତ ଅପରାହ୍ନ 5ଟାରୁ ସ୍ଥାନୀୟ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ପାଞ୍ଚଦିନ ଧରି ପାଳିତ ହେବାକୁ ଥିବା ଜିଲ୍ଲା ମହୋତ୍ସବରେ ସମସ୍ତ ପ୍ରକାରର ସୁବିଧା ତଥା ପାନୀୟ ଜଳ, ବିଦ୍ୟୁତ ଓ ରାତ୍ର ଜଗୁଆ ବ୍ୟବସ୍ଥା ନିମନ୍ତେ ଆରକ୍ଷୀ ଅଧୀକ୍ଷକ, ବିଦ୍ୟୁତ ସେବା ନିମେନ୍ତ ନିର୍ବାହୀ ଯନ୍ତ୍ରୀ ସେସୁଙ୍କୁ ଦାୟିତ୍ବ ପ୍ରଦାନ କରାଗଲା।

ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜରୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ସାହିତ୍ୟିକ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶେଷରେ ଧନ୍ୟବାଦ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025
Latest News

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ: ମା’ ପୁଅଙ୍କ ସମେତ ୪ ଗିରଫ

September 11, 2025

ନୋଟାରୀ ଓ ଆଇନଜୀବୀଙ୍କ ଲାଗି ହେବ ସ୍ୱତନ୍ତ୍ର ୱେବ ପୋର୍ଟାଲ: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 11, 2025

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ୧୦ ନକ୍ସଲ ନିହତ

September 11, 2025

ବିରାଟ-ରୋହିତଙ୍କ ପ୍ରଭାବ?: ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବିକ୍ରି ହେଉନାହିଁ ଟିକେଟ୍

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.