ଦିଲ୍ଲୀ ହସ୍ପିଟାଲର 8 ନର୍ସ କରୋନା ଆକ୍ରାନ୍ତ

Published: Apr 26, 2020, 8:03 pm IST

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏକ ହସ୍ପିଟାଲରେ 8 ଜଣ ନର୍ସ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର କଳାବତୀ ସରଣ ହସ୍ପିଟାଲରେ ସେବିକା ଭାବରେ କାର୍ଯ୍ୟ କରୁଥିବା ଏହି 8 ଜଣ ନର୍ସ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏହି 8 ଜଣ ଯାକ ନର୍ସ ପେଡିଆଟ୍ରିକ ବିଭାଗରେ କାମ କରୁଥିବା ଜଣାପଡିଛି । ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ଏହି ନର୍ସ ମାନଙ୍କ ନମୂନା ପଜିଟିଭ୍‌ ଆସିବା ପରେ ଏମାନଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଏହା ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଉକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । (ଏଜେନ୍ସି)

Related posts