Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେଗୁନିଆପଡା କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କଲେ ବିଧାୟିକା
ଆଞ୍ଚଳିକ

ବେଗୁନିଆପଡା କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କଲେ ବିଧାୟିକା

May 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବ୍ଲକର ବିଭିନ୍ନ କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ କରିବା ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବିଧାୟିକା । ଏହି କ୍ରମରେ ବିଧାୟିକ ଚିଙ୍ଗୁଡ଼ିଖୋଲ, ଚନ୍ଦନପୁର, ଏସ.ଛଚିନା, ବୁରୁଝରି, ସୁମଣ୍ଡଳ, ଶାଙ୍କୁଡ଼ା, ଷଣ୍ଢମୂଳ, ଅଙ୍ଗାରଗାଁ , କୁମ୍ଭାରଗାଁ, ତାଳସର, ବଡଖଇରଖମା, ଓଡିଶା ଆଦର୍ଶ ବିଦ୍ୟାଳୟ, ବେଗୁନିଆପଡା ଖଣ୍ଡିଆନଈ, ମର୍ଦ୍ଧକୋଟ ଆଦି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ, ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ କାମକୁ ପ୍ରଶଂସା କରିଥିଲେ ବିଧାୟିକା ।

ସଂଗରୋଧ ଗୃହରେ ଥିବା ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଦିଆଯାଉଥିବା ଖାଦ୍ୟ ଓ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । 21ଦିନ ରହିବା କଷ୍ଟ ହେଲେ ମଧ୍ୟ ସରକାରଙ୍କ ନିୟମ ପ୍ରକାରେ ରହିବା ଫଳରେ ନିଜ ଜୀବନ, ପରିବାର ଓ ସମାଜର ସୁରକ୍ଷା ହୋଇପାରିବ ବୋଲି ପ୍ରବାସୀ ଶ୍ରମିକଙ୍କୁ ବୁଝାଇଥିଲେ ବିଧାୟିକା ।ଏଣୁ ସୁବିଧା ଅସୁବିଧାକୁ ନିଜର ଭାବି ଏହି ବିପର୍ଯ୍ୟୟ ସମୟରେ ପରସ୍ପର ସହଯୋଗ କରି କରୋନାର ମୁକାବିଲା କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକ, ସରପଞ୍ଚ ହୃଷିକେଶ ମେହେଣ।, ସମାଜସେବୀ ଗୋପବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

October 31, 2026

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026
Latest News

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026

ମେଘାଳୟ ରାଜନୀତିରେ ବଡ଼ ଭୂକମ୍ପ! ୧୧ ବିଧାୟକ ଦଳ ଛାଡ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ UDP ମୁଖ୍ୟ

October 31, 2026

ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି

October 31, 2026

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି, ରବିବାର ଖୋଲା ରହିବ ସରକାରୀ ଅଫିସ୍

October 31, 2026

ମା’ଙ୍କ ସହ ଝଗଡ଼ା କରୁଥିଲା ବାପା, ଅଟକାଇବାକୁ ଯାଇ ଜୀବନ ହାରିଲା ପୁଅ! ଛୁରାମାଡ଼ରେ ଚାଲିଗଲା ଜୀବନ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.