୨୫ କିଲୋ ଗଂଜେଇ ଜବତ: ପଲସର ସହିତ ଅଭିଯୁକ୍ତ ଗିରଫ

Published: May 24, 2020, 9:13 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜେଇ ଚୋରାଚାଲାଣ କରୁଥବା ଅଭିଯୋଗରେ ବଡ଼ବଜାର ପୋଲିସ୍ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୫ କିଲୋ ଗଂଜେଇ ସହ ଏକ ପଲସର ଗାଡ଼ି ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ପ୍ରହ୍ଲାଦ ନଗରର ସୁଦାମ ଡ଼ାକୁଆ (୨୪) ଏକ ପଲ୍‌ସର ବାଇକ୍‌ରେ ମୋହନାରୁ ଗଂଜେଇ ଧରି ଆସୁଥିଲା । ଫାଷ୍ଟଗେଟ୍ ନିକଟରେ ପୋଲିସ୍‌ର ଚେକିଂ ଜୋର୍‌ଦାର ଥିବାରୁ ସେ ପୁରୁଣା ବ୍ରହ୍ମପୁରକୁ ବାହାରୁଥିବା ଗଳାବାଟ ଓମ୍‌ନଗର ଦେଇ ସହରରେ ପ୍ରବେଶ କରୁଥିଲା । ଏନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ବଡ଼ବଜାର ପୋଲିସ୍ ତାକୁ ଅଟକାଇ ସେ ଧରିଥିବା ବ୍ୟାଗରୁ ୨୫ କିଲୋ ଗଂଜେଇ ଜବତ କରିଥିଲେ । ଏନେଇ ବଡ଼ବଜାର ଥାନାରେ ୧୧୮/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଦାମକୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।

Related posts