Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‌ଅସରାଏ ବର୍ଷାରେ ବାଣପୁର ସହର କୃତ୍ରିମ ହ୍ରଦରେ ପରିଣତ: ଡ୍ରେନେଜ ପାଇଁ ସାଧାରଣରେ ଦାବି
ଆଞ୍ଚଳିକ

‌ଅସରାଏ ବର୍ଷାରେ ବାଣପୁର ସହର କୃତ୍ରିମ ହ୍ରଦରେ ପରିଣତ: ଡ୍ରେନେଜ ପାଇଁ ସାଧାରଣରେ ଦାବି

July 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ସ୍ୱଳ୍ପ ବର୍ଷାରେ କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର ସହର। ବାଣପୁର ଏନ.ଏ. ସି ଗଠିତ ହେବାଠାରୁ ଆଜି ଯାଏଁ ସହରରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନାହିଁ। ଯାହା ଫଳରେ ଅସରାଏ ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମିଯାଉଛି। ସହର ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ଏକ ରୋଚକ ଉଦାହରଣ ଆଜି ଦେଖିବାକୁ ମିଲିଥଲା ବାଣପୁର ଏନ.ଏ.ସି ରେ। ଆଜି ପୂର୍ବାହ୍ନ ପାଖାପାଖି ଏଗାର ଘଟିକାରେ ସ୍ୱଳ୍ପ ସମୟ ପାଇଁ ବାଣପୁରରେ ବହୁ ଜୋରରେ ବର୍ଷା ହୋଇଥିଲା ଯାହାଫଳରେ ବର୍ଷା ଛାଡ଼ିବାପରେ ସହରରେ ବିଭିନ୍ନ ରାସ୍ତା ଯଥା ବାଣପୁର ଥାନାଠୁ ଗାଲୁଆ ଛକ ଏବଂ ପେଟ୍ରୋଲ ପମ୍ପ ଠାରୁ ଚିଆଙ୍କ ସାହି ଶଙ୍ଖ ଯାଏଁ ଆଣ୍ଠୁଏ ଉଚ୍ଚାରେ ଜଳ ଜମା ହୋଇଯାଇଥିଲା। ବହୁ ପଥିକ ଏବଂ ଯାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏପରିକି ଜଣେ ଯାତ୍ରୀର ସାଇକେଲ ଟି କିଛି ବାଟ ଭାସିଯାଇଥଲା ଏବଂ ଜଣେ ମୋଟର ସାଇକେଲ ଆରୋହୀ ସନ୍ତୁଳନ ରକ୍ଷା ନକରି ପାଣି ରେ ପଡିଯାଇଥିଲେ। ସହରର ଏ ସବୁ ଗୁରୁତ୍ୱପୂର୍ଣ ଜନଗହଳି ରାସ୍ତାରେ ସବୁବେଳେ ଏପରି ସମସ୍ୟା ଲାଗି ରହିଛି। ଯଦି ଯଥାଶୀଘ୍ର ସହରରେ ଡ୍ରେନେଜ ବ୍ୟବସ୍ଥା ନହୁଏ ତାହାଲେ ଆଗକୁ ବର୍ଷାଦିନରେ ସହରବାସି ଜଳବନ୍ଦୀ ହୋଇ ରହିବେ ଏଥିରେ କୌଣସି ସନ୍ଦେହ ନାଇଁ। କାର୍ଯ୍ୟନିର୍ବାହୀ ଅଧିକାରି ଏ ଦିଗରେ ଯଥାଶୀଘ୍ର ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହେଉଛି।

ଅସରାଏ ବର୍ଷା କୃତ୍ରିମ ହ୍ରଦ ବାଣପୁର ସହର
Share. Facebook Twitter LinkedIn Email WhatsApp Copy Link

Related Posts

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025
Latest News

୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 22, 2025

ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

December 22, 2025

ଚାଷୀ ସଚେତନତା ରଥର ଶୁଭାରମ୍ଭ କାଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

December 22, 2025

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025

ସରକାରୀ ନିୟମ ନ ମାନିଲେ, ଧାନ ମିଲରଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.