Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳୁଛି କେତେ ଆସନ

ଭୁବନେଶ୍ଵର: ଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏହା ସହିତ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଆଜି ଶେଷ ହୋଇଛି। କିନ୍ତୁ ଆଜି ସମସ୍ତ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ କରାଯାଇଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..

ଜନ କୀ ବାତ୍ (୫୪୩):

ଏନଡିଏ: ୩୬୨-୩୯୨

ଇଣ୍ଡିଆ: ୧୪୧-୧୬୧

ଅନ୍ୟ: ୧୦-୨୦

ନିୟୁଜ ନେସନ (୫୪୩):

ଏନଡିଏ: ୩୪୨-୩୭୮

ଇଣ୍ଡିଆ: ୧୫୩-୧୬୯

ଅନ୍ୟ: ୨୧-୨୩

ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):

ଏନଡିଏ: ୩୫୩-୩୬୮

ଇଣ୍ଡିଆ: ୧୧୮-୧୩୩

ଅନ୍ୟ: ୪୩-୪୮

ଦୈନିକ ଭାସ୍କର (୫୪୩):

ଏନଡିଏ: ୨୮୧-୩୫୦

ଇଣ୍ଡିଆ: ୧୪୫-୨୦୧

ଅନ୍ୟ: ୩୩-୪୯

ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):

ଏନଡିଏ: ୩୭୧

ଇଣ୍ଡିଆ: ୧୨୫

ଅନ୍ୟ: ୪୭

ଆଜତକ (୫୪୩):

ଏନଡିଏ: ୩୬୧-୪୦୧

ଇଣ୍ଡିଆ: ୧୩୧-୧୬୬

ଅନ୍ୟ: ୦୮-୨୦

ଏବିପି ସିଭୋଟର (୫୪୩/୪୦୨):

ଏନଡିଏ: ୩୫୩-୩୮୩

ଇଣ୍ଡିଆ: ୧୫୨-୧୮୨

ଅନ୍ୟ: ୦୪-୧୨

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଏକଜିଟ୍ ପୋଲ୍ ଫଳାଫଳ ଉପରେ କଂଗ୍ରେସର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ସୁପ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ଉପରେ କଂଗ୍ରେସ ପ୍ରତିକ୍ରିୟା ଦେଇ କହିଛି ଯେ, ଏହା ଠିକ୍ ନୁହେଁ। ପାର୍ଟି ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଏହି ଏକଜିଟ୍ ପୋଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏବଂ ଜନସାଧାରଣଙ୍କ ନୁହେଁ।

କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଏହା ଏକ ସରକାରୀ ଏକଜିଟ୍ ପୋଲ୍। ଏହା ହେଉଛି ପିଏମ ମୋଦୀଙ୍କ ଏକଜିଟ୍ ପୋଲ୍। ଜନତାଙ୍କ ଏକଜିଟ୍ ପୋଲ୍ ରେ ​​ବିରୋଧୀ ଦଳ ୨୯୫ ଟି ଆସନ ପାଇବ। ବିରୋଧୀ ଦଳଙ୍କ ଗୋଟିଏ ସିଟ୍ ମଧ୍ୟ କମ ହେବ ନାହିଁ।

ସେ କହିଛନ୍ତି ଯେ, ଟିଭିରେ ଚାଲିଥିବା ଏକଜିଟ୍ ପୋଲ୍ ଏବଂ ଜନସାଧାରଣଙ୍କ ଏକଜିଟ୍ ପୋଲ୍ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବାସ୍ତବରେ, ଏପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ବିରୋଧୀ ଦଳ ‘ଇଣ୍ଡିଆ’ କୁ ଏକ ବିପର୍ଯ୍ୟୟର ପୂର୍ବାନୁମାନ କରିଛି। ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ସର୍ବାଧିକ ଆସନ ପାଉଥିବାର ଦେଖାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..

ଇଣ୍ଡିଆ ଟିଭି ସିଏନଏକ୍ସ (୫୪୩/୨୮୭):

ଏନଡିଏ: ୧୮୪-୨୦୭

ଇଣ୍ଡିଆ: ୮୧-୧୦୪

ଅନ୍ୟ: ୦୩-୧୩

ଏବିପି ସିଭୋଟର (୫୪୩/୪୦୨):

ଏନଡିଏ: ୨୩୧-୨୭୫

ଇଣ୍ଡିଆ: ୧୨୨-୧୬୧

ଅନ୍ୟ: ୦୨-୧୦

ଜନ କୀ ବାତ୍ (୫୪୩):

ଏନଡିଏ: ୩୬୨-୩୯୨

ଇଣ୍ଡିଆ: ୧୪୧-୧୬୧

ଅନ୍ୟ: ୧୦-୨୦

ନିୟୁଜ ନେସନ (୫୪୩):

ଏନଡିଏ: ୩୪୨-୩୭୮

ଇଣ୍ଡିଆ: ୧୫୩-୧୬୯

ଅନ୍ୟ: ୨୧-୨୩

ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):

ଏନଡିଏ: ୩୫୩-୩୬୮

ଇଣ୍ଡିଆ: ୧୧୮-୧୩୩

ଅନ୍ୟ: ୪୩-୪୮

ଦୈନିକ ଭାସ୍କର (୫୪୩):

ଏନଡିଏ: ୨୮୧-୩୫୦

ଇଣ୍ଡିଆ: ୧୪୫-୨୦୧

ଅନ୍ୟ: ୩୩-୪୯

ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):

ଏନଡିଏ: ୩୭୧

ଇଣ୍ଡିଆ: ୧୨୫

ଅନ୍ୟ: ୪୭

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୁକେଶ ଅମ୍ବାନୀଙ୍କ ମୁକୁଟ ଛଡ଼ାଇ ନେଲେ ଗୌତମ ଆଦାନୀ: ଏସିଆର ହେଲେ ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି। ଗୌତମ ଆଦାନୀ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଗତ କିଛି ଦିନ ହେବ ଆଦାନୀ ଗ୍ରୁପ୍‌ର ଷ୍ଟକ୍ ରେ ବହୁତ ବୃଦ୍ଧି ଘଟିଛି। ଆଦାନୀ ଗ୍ରୁପର ମାର୍କେଟ କ୍ୟାପ୍ ୧୭.୯୪ ଲକ୍ଷ କୋଟିରେ ପହଞ୍ଚିଛି। ଏହି କାରଣରୁ ଗୌତମ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୧୧୧ ବିଲିୟନ ଡ଼ଲାରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧୦୯ ବିଲିୟନ ଡଲାର ଅଟେ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଶୁକ୍ରବାର ଦିନ ୫.୪୫ ବିଲିୟନ ଡ଼ଲାର (ପ୍ରାୟ ୪୫,୦୦୦ କୋଟି ଟଙ୍କା) ବୃଦ୍ଧି ପାଇଛି। ଏହି କାରଣରୁ, ସେ ୧୬ ମାସ ପରେ ହରାଇଥିବା ସାମ୍ରାଜ୍ୟକୁ ପୁନଃ ପ୍ରାପ୍ତ କରିବାରେ ସଫଳ ହୋଇଥିଲେ। ଅନେକ ସଙ୍କଟକୁ ସଫଳତାର ସହ ମୁକାବିଲା କରିବା ପରେ ସେ ପୁଣି ଥରେ ଏହି ସ୍ଥିତିରେ ପହଞ୍ଚିଛନ୍ତି। ହିନ୍ଦେନବର୍ଗ ରିପୋର୍ଟ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ପାଇଁ ବହୁତ କ୍ଷତି ଘଟାଇଥିଲା। କିନ୍ତୁ, କ୍ଲିନ୍ ଚିଟ୍ ପାଇବା ପରେ ଆଦାନୀ ଗ୍ରୁପ୍ ର ଷ୍ଟକ୍ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଗୌତମ ଆଦାନୀଙ୍କ ସମ୍ପତ୍ତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେ ବିଲିୟନେୟାର ତାଲିକାରେ ପରିବର୍ତ୍ତନ କରିଛନ୍ତି।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀ ବର୍ତ୍ତମାନ ଦୁନିଆର ଏକାଦଶ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶ ଅମ୍ବାନୀ ବର୍ତ୍ତମାନ ଏହି ତାଲିକାରେ ୧୨ ନମ୍ବରକୁ ଖସି ଆସିଛନ୍ତି। ୧୧୧ ବିଲିୟନ ଡଲାରର ସମ୍ପତ୍ତି ସହିତ ଗୌତମ ଆଦାନୀ ବର୍ତ୍ତମାନ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ମୁକେଶ ଅମ୍ବାନୀ ଦୀର୍ଘ ଦିନ ଧରି ଏହି ପଦବୀରେ ରହିଆସିଛନ୍ତି। ଏହା ସହିତ ସେ ୨୦୨୪ ମସିହାରେ ସର୍ବାଧିକ ଧନ ଅର୍ଜନ କରୁଥିବା ଲୋକଙ୍କ ତାଲିକାରେ ମଧ୍ୟ ଉପରକୁ ଚଢିଛନ୍ତି। ଜାନୁଆରୀ ୧ ତାରିଖ ୨୦୨୪ ଠାରୁ ସେ ପ୍ରାୟ ୧୨.୭ ବିଲିୟନ ଡଲାର ରୋଜଗାର କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

T20 World Cup: ବାଂଲାଦେଶ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ଭାରତର କାର୍ଯ୍ୟସୂଚୀ, ମ୍ୟାଚ୍ ସମୟ

ନୂଆଦିଲ୍ଲୀ: କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ବୁଧବାର ଦିନ ନିଜର ଅଭ୍ୟାସ ଆରମ୍ଭ କରିଛି। ଏବଂ ଏହା ସହିତ, କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ଧ୍ୟାନ ମଧ୍ୟ ଜୁନ୍ ୧ ତାରିଖରେ ନ୍ୟୁୟର୍କରେ ଖେଳାଯିବାକୁ ଥିବା ବାଂଲାଦେଶ ସହିତ ଏକମାତ୍ର ୱାର୍ମ ଅପ୍ ମ୍ୟାଚ୍ ଉପରେ ରହିଛି। ୱାର୍ମ ଅପ୍ ମ୍ୟାଚ୍ ପରେ ଭାରତ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷ ମୁଖ୍ୟ ରାଉଣ୍ଡରେ ଖେଳିବ। ଏବଂ ଟିମ୍ ରୋହିତଙ୍କ ସମସ୍ତ ଗ୍ରୁପ୍ ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହେବ। ମ୍ୟାଚ୍ ଏବଂ ଟିମ୍ ଇଣ୍ଡିଆର ଅନ୍ୟାନ୍ୟ ଦିଗ ବିଷୟରେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ରହିବା ଆବଶ୍ୟକ। ଗ୍ରୁପ୍ ଷ୍ଟେଜ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ସମସ୍ତ ଦିଗ ଏବଂ ଏହାର କାର୍ଯ୍ୟସୂଚୀ ଉପରେ ଧ୍ୟାନ ଦେବା।

ଏହା ହେଉଛି ବିଶ୍ୱକପର ଭାରତୀୟ ଦଳ:

ରୋହିତ ଶର୍ମା (କ୍ୟାପଟେନ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଡବ୍ଲୁ.କେ), ସଞ୍ଜୁ ସାସମାନ (ଡବ୍ଲୁ.କେ), ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ

ଭାରତର ଗ୍ରୁପ୍ (ଗ୍ରୁପ୍ ଏ) ଏବଂ ମ୍ୟାଚ୍: ପାକିସ୍ତାନ, ଆମେରିକା, ଆୟର୍ଲାଣ୍ଡ, କାନାଡା।

ଜୁନ୍ ୧ ତାରିଖ: ବନାମ ବାଂଲାଦେଶ, ନ୍ୟୁୟର୍କ (ରାତି ୮ ଟା, ୱାର୍ମ ଅପ୍)

ଜୁନ୍ ୫ ତାରିଖ: ବନାମ ଆୟର୍ଲାଣ୍ଡ, ନ୍ୟୁୟର୍କ (ରାତି ୮, ଗ୍ରୁପ୍ ମ୍ୟାଚ୍)

ଜୁନ୍ ୯ ତାରିଖ: ବନାମ ପାକିସ୍ଥାନ, ନ୍ୟୁୟର୍କ (ରାତି ୮)

ଜୁନ୍ ୧୨ ତାରିଖ: ବନାମ ଆମେରିକା (ନ୍ୟୁୟର୍କ, ରାତି ୮ ଟା)

ଜୁନ୍ ୧୫ ତାରିଖ: ବନାମ କାନାଡା, (ଫ୍ଲୋରିଡା, ରାତି ୮ ଟା)

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ନିଷ୍ପତ୍ତି ବଦଳାଇଲା କଂଗ୍ରେସ: ଏକଜିଟ୍ ପୋଲ୍ ସମ୍ବନ୍ଧରେ ୨୪ ଘଣ୍ଟାରେ ହିଁ ମାରିଲା ୟୁ-ଟର୍ନ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ମତଦାନର ୨୪ ଘଣ୍ଟା ପରେ ଲୋକସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ନିଷ୍ପତ୍ତି ପରିବର୍ତ୍ତନ କରିଛି। ଦଳ ଏକଜିଟ୍ ପୋଲ୍ ବିତର୍କରେ ଭାଗ ନେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲା। ଏହାକୁ ବଦଳାଇ କଂଗ୍ରେସ ଆଜି ବିତର୍କରେ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛି।

କଂଗ୍ରେସ ନେତା ତଥା ମୁଖପାତ୍ର ପୱନ ଖେଡା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଏକଜିଟ୍ ପୋଲ୍ ବିତର୍କରେ ଭାଗ ନେବାକୁ ସମସ୍ତ ଦିଗ ଉପରେ ଆଲୋଚନା କରିବା ପରେ ସର୍ବସମ୍ମତି କ୍ରମେ ଇଣ୍ଡିଆନ୍ ଆଲାଇନ୍ସର ସମସ୍ତ ଦଳ ଏକଜିଟ୍ ପୋଲ୍ ବିତର୍କରେ ଭାଗ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ବାସ୍ତବରେ ପୱନ ଖେଡା ଶୁକ୍ରବାର ଦିନ ଘୋଷଣା କରିଥିଲେ ଯେ, ଏକଜିଟ୍ ପୋଲ୍ ବିତର୍କରେ କଂଗ୍ରେସ ଅଂଶଗ୍ରହଣ କରିବ ନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଜୟର ମନ୍ତ୍ର ଦେଲେ ଗାଭାସ୍କର, ଶିବମ ଦୁବେ ଏବଂ ହାର୍ଦ୍ଦିକଙ୍କ ଉପରେ ଦେଲେ ବଡ଼ ବିବୃତ୍ତି

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ନେଟରେ ବହୁତ ଝାଳ ବୁହାଉଛି, କିନ୍ତୁ ବୋଲିଂ ମିଶ୍ରଣ ବିଷୟରେ ଭାରତୀୟ ଦଳ ପାଇଁ ସବୁଠୁ ବଡ ଦ୍ଵନ୍ଦ୍ଵ ରହିଛି। ଦଳରେ ତିନୋଟି ଦ୍ରୁତ ବୋଲର, ଦୁଇଜଣ ଅଲରାଉଣ୍ଡର, ଦୁଇ ଲେଗ ସ୍ପିନର ଏବଂ ଦୁଇ ବାମହାତୀ ସ୍ପିନ୍ ଅଲରାଉଣ୍ଡର ଅଛନ୍ତି। ଏଭଳି ପରିସ୍ଥିତିରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଏକ ଚମତ୍କାର ବୋଲିଂ ଯୋଜନା କହିଛନ୍ତି।

ଦୈନିକ ଜାଗରଣକୁ ଗାଭାସ୍କର କହିଛନ୍ତି ଯେ, ଭାରତ ତିନି ଜଣ ସ୍ପିନରଙ୍କ ସହ ଯିବା ଉଚିତ। ତେବେ ଅଲରାଉଣ୍ଡର ଅକ୍ସର ପଟେଲ କିମ୍ବା ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ମଧ୍ୟରେ କାହାକୁ ଚୟନ କରାଯିବା ଉଚିତ ତାହା ସେ କହି ନାହାଁନ୍ତି, କାରଣ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ଖେଳିବା ନିଶ୍ଚିତ। ଦ୍ରୁତ ବୋଲିଂ ପାଇଁ ଜସପ୍ରୀତ ବୁମରାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାକଅପ୍ ଭାବରେ ବାଛିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାର ଅର୍ଥ ହେଲା ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂଙ୍କ ସହ ଅଲରାଉଣ୍ଡର ଶିବମ ଦୁବେ ଗାଭାସ୍କରଙ୍କ ଏକାଦଶ ଖେଳିବାରେ ସ୍ଥାନ ପାଇପାରିବେ ନାହିଁ।

ସୁନୀଲ ଗାଭାସ୍କର କହିଛନ୍ତି ଯେ, ୱେଷ୍ଟଇଣ୍ଡିଜରେ ଏକ ସନ୍ତୁଳିତ ବୋଲିଂ ଆକ୍ରମଣ ଆବଶ୍ୟକ। ତେଣୁ ଭାରତ ତିନି ସ୍ପିନର ଏବଂ ଦୁଇ ଦ୍ରୁତ ବୋଲରଙ୍କ ସହ ଯାଇପାରିବ। ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାକଅପ୍ ବୋଲର ଭାବରେ କାର୍ଯ୍ୟ କରିପାରିବେ। ଏହା ଦଳର ସନ୍ତୁଳନ ବଜାୟ ରଖିବ।

ଗାଭାସ୍କର ବିଶ୍ୱାସ କରନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚତୁର୍ଥ ଓଭର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ, ଯାହାଦ୍ୱାରା ବାକି ବୋଲରମାନେ ସେମାନଙ୍କର କୋଟା ପୂରଣ କରିବାକୁ ସକ୍ଷମ ହେବେ। ସେ କହିଛନ୍ତି ଯେ, ହାର୍ଦ୍ଦିକ ଏବଂ ଶିବମ୍ ଦୁବେ ଏକାଠି ଚାରି ଓଭର ବୋଲିଂ କରିପାରିବେ।

ଏହା ବ୍ୟତୀତ ଗାଭାସ୍କର ସ୍ୱୀକାର କରିଛନ୍ତି ଯେ, ବିଶ୍ୱକପ ପାଇଁ ଭାରତ ଏକ ସନ୍ତୁଳିତ ଦଳ ଚୟନ କରିଛି। ସେ କହିଛନ୍ତି ଯେ, “ମୁଁ ଭାବୁଛି ଏହି ଦଳ ଅଭିଜ୍ଞତା ଏବଂ ଯୁବ ଖେଳାଳିଙ୍କର ଏକ ଭଲ ମିଶ୍ରଣ ଅଟେ। ରୋହିତ, ବିରାଟ, ସୂର୍ଯ୍ୟକୁମାର, ବୁମରାଙ୍କ ସହିତ ଯୁବ ଖେଳାଳି ଯଶସ୍ଵୀ, ଋଷଭ ଏବଂ ଶିବମ୍ ଦଳକୁ ମଜବୁତ କରୁଛନ୍ତି।”

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଶରଦ ପାୱାରଙ୍କ ବଡ ନିଷ୍ପତ୍ତି: ଏହି ନେତାଙ୍କୁ କଲେ ଜାତୀୟ କାର୍ଯ୍ୟକାରୀ ସଭାପତି

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ସଭାପତି ଶରଦ ପାୱାର ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ପିସି ଚାକୋଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ରାଜୀବ ଝାଙ୍କୁ ନିଯୁକ୍ତ କରାଯାଇଛି।

ଶରଦ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି କିଏ?:

ପି ସି ଚାକୋ କେରଳର ତ୍ରିସୁର ଲୋକସଭା ଆସନର ପୂର୍ବତନ ସାଂସଦ। ସମସ୍ୟା ଦର୍ଶାଇ ମାର୍ଚ୍ଚ ୧୦ ତାରିଖ ୨୦୨୧ରେ ସେ ଇସ୍ତଫା ଦେବା ପର୍ଯ୍ୟନ୍ତ ସେ କଂଗ୍ରେସର ସଦସ୍ୟ ଥିଲେ। ଚାକୋଙ୍କର ଏକ ଦୀର୍ଘ ରାଜନୈତିକ ଇତିହାସ ଅଛି। ସେ ଭାରତୀୟ ଯୁବ କଂଗ୍ରେସର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଦଳ ମଧ୍ୟରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ପରେ ସେ ୨୦୨୧ରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ମଧ୍ୟ ଏନସିପିର କେରଳ ରାଜ୍ୟ ୟୁନିଟର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ହିଂସା ଭୟରେ ଭୋଟ୍ ଦେବାକୁ ଆସୁନାହାଁନ୍ତି ମତଦାତା: ବଙ୍ଗଳା ବିଜେପି ମୁଖ୍ୟ

କଲିକତା: ଦକ୍ଷିଣ ୨୪ ପରଗନାର ଭାଙ୍ଗରରେ ଟିଏମସି ଏବଂ ଆଇଏସ୍ଏଫ୍ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ମିଳିଥିଲା। ତେବେ ଏହି ହିଂସାକୁ ନେଇ ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ତଥା ବାଲୁରଘାଟରୁ ଲୋକସଭା ପ୍ରାର୍ଥୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ ଭାଙ୍ଗରରେ ଟିଏମସି ଏବଂ ଆଇଏସ୍ଏଫ୍ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ସବୁଠାରୁ ଖରାପ ହୋଇଛି। ବର୍ତ୍ତମାନ ଲୋକମାନେ ଭୋଟ ଦେବା ପାଇଁ ବାହାରକୁ ଆସିପାରୁନାହାନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ନିର୍ବାଚନ ଅପଡେଟ: ସନ୍ଦେଶଖାଲିରେ ପୋଲିସ ଷ୍ଟେସନ ଘେରିଲେ ମହିଳା

ଭୁବନେଶ୍ଵର: ଆଜି ୨୦୨୪ ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗର କିଛି କିଛି ସ୍ଥାନରେ ହିଂସା ସାମ୍ନାକୁ ଆସୁଥିବା ବେଳେ ଅନେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପରିସ୍ଥିତି ଖରାପ ହୋଇଯାଇଥିବା ଖବର ମିଳିଛି। ମହିଳାମାନେ ପୋଲିସ ଷ୍ଟେସନକୁ ଘେରିଛନ୍ତି ଏବଂ ସେଠାରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମହିଳାମାନେ ରାଜବାଡି ପୋଲିସ ପୋଷ୍ଟକୁ ଘେରି ରହିଛନ୍ତି। ଏଠାରେ ଜବରଦସ୍ତ ସ୍ଲୋଗାନ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୦% ଭୋଟ୍: ହିମାଚଳରେ ସର୍ବାଧିକ, ଜାଣନ୍ତୁ ଓଡିଶାରେ କେତେ?

ଭୁବନେଶ୍ଵର: ଦେଶର ୫୭ ଟି ଆସନରେ ହେବାକୁ ଥିବା ଭୋଟ୍ ତଥ୍ୟକୁ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୦.୦୯ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ୱାରୀ ଭୋଟ୍ ପ୍ରତିଶତ ସୂଚନା ନିମ୍ନରେ ଦିଆଯାଇଛି….

ହିମାଚଳ ପ୍ରଦେଶ- ୪୮.୬୩%

ଝାଡଖଣ୍ଡ- ୪୬.୮୦%

ପଶ୍ଚିମବଙ୍ଗ- ୪୫.୦୭%

ଚଣ୍ଡିଗଡ଼- ୪୦.୧୪%

ୟୁପି- ୩୯.୩୧%

ପଞ୍ଜାବ- ୩୭.୮୦%

ଓଡିଶା- ୩୭.୬୪%

ବିହାର- ୩୫.୬୫%

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁରରେ ମତଦାନ ବେଳେ ବିଏଲଓ ଙ୍କ ଦେହାନ୍ତ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ବର -୧୫୭ର ଜଣେ ବିଏଲଓ (ବ୍ଲକ ସ୍ତରୀୟ ଅଧିକାରୀ) ଙ୍କ ଦେହାନ୍ତ ହୋଇଛି। ଜିଲ୍ଲାପାଳ ଏବଂ ଡିଏମ୍ ତଥା ଡିଇଓ ନିଖିଲ ପୱନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୃତ ଅଧିକାରୀଙ୍କ ନାମ ମନୋରଜନ ସାହୁ (୫୮), ଯିଏ ନିର୍ବାଚନ ଡ୍ୟୁଟିରେ ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଳେଇଚନ୍ଦନପୁରର ୧୫୭ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ମନୋରଞ୍ଜନ ଅଚେତ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ବିଞ୍ଝାରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅସଂଖ୍ୟ କଣ୍ଢେଇକୁ ଜୀବନ ଦେଉଥିବା ମାଗୁଣି କୁଅଁର ଆଉ ନାହାନ୍ତି: ୮୯ ବର୍ଷ ବୟସରେ ହେଲା ପରଲୋକ

କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିଜର ପୈତୃକ ବାସଭାବନ କେନ୍ଦୁଝର ଜିଲ୍ଲା ବୈଦରାଜ ସାହିରେ ତାଙ୍କର ଦେହାନ୍ତ ହୋଇଛି।

ମଞ୍ଚରେ ସେ ସବୁବେଳେ ପ୍ରଚ୍ଛଦପଟରେ ରହୁଥିଲେ। ତେଣୁ ତାଙ୍କୁ ଦେଖିବାକୁ ମିଳୁନଥିଲା। ତାଙ୍କ କଣ୍ଠସ୍ୱରରେ କାଠର କଣ୍ଢେଇମାନେ ଜୀବନ୍ତ ହୋଇ ଉଠୁଥିଲେ। ନିଜର କୁଶଳୀ ଆଙ୍ଗୁଠିରେ ସେ କଣ୍ଢେଇ ମାନଙ୍କୁ ନଚାଉଥିଲେ ଓ ସେମାନଙ୍କର ଜୀବନ ପାଲଟିଯାଉଥିଲା। ମାଗୁଣି ମଉସା, ଏକ ନୁହଁ, ସେ ଅନେକ। ଅନେକ ଚରିତ୍ରର ସଂଳାପ ସେ ଏକା କୁହନ୍ତି। ପୂରା ନାଟକର ସୂତ୍ରଧର, ନାୟକ, ନାୟିକା ଓ ଉଦଘୋଷକ, ସେହି ଏକମାତ୍ର ମାଗୁଣି କୁଅଁର। ସବୁ ରସର ସେ ନାୟକ, ତେବେ ହାସ୍ୟ ରସର ସେ ନିପୁଣ ଶିଳ୍ପୀ ଥିଲେ।

କିଛି ଦିନ ତଳେ ମାଗୁଣି ଚରଣ ଖୁବ୍ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ଶେଷ ଦର୍ଶନ ପାଇଁ ତାଙ୍କର ବାସଭବନକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି।

ବର୍ତ୍ତମାନ ମାଗୁଣିଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ସ୍ଥାନୀୟ ଲୋକଙ୍କ ଛୁଅ ଛୁଟୁଛି। ଆଜି ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ପ୍ରଶାସନ ପକ୍ଷରୁ ମାଗୁଣିଙ୍କୁ ଗାର୍ଡ ଅଫ ଅନର ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ ଶେଷ ତାରିଖ ଜୁନ ୪ 

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି. ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଉଛି।

ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ଆବେଦନର ଶେଷତାରିଖ ୦୪.୦୬.୨୦୨୪। ଚଳିତବର୍ଷ CEE ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷା ପରିଚାଳନା କରୁଅଛି। ଅଧିକ ଜାଣିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.cee.ncert.gov.in ରେ ଲଗଇନ କରିବା ସହ ହେଲ୍ପଲାଇନ ନମ୍ବର 8280337189/8280337190 ରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

କେବଳ ଲେମ୍ବୁ ପାଣି ସାହାଯ୍ୟରେ ନିରନ୍ତର ଧ୍ୟାନରେ ଅଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ନିର୍ମିତ ‘ଧ୍ୟାନ ମଣ୍ଡପମ୍’ରେ ଧ୍ୟାନ କରୁଛନ୍ତି। ପିଏମ ମୋଦୀ ମଇ ୩୦ ତାରିଖ ସନ୍ଧ୍ୟାରେ ଧ୍ୟାନ ଆରମ୍ଭ କରିଥିଲେ। ଆଜି ହେଉଛି ତାଙ୍କର ଧ୍ୟାନର ଶେଷ ଦିନ। ୪୫ ଘଣ୍ଟା ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଧ୍ୟାନ ମଣ୍ଡପମରୁ ବାହାରିବେ। ଏହି ସମୟରେ ତାଙ୍କର ଧ୍ୟାନର ଏକ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ସୂର୍ଯ୍ୟୋଦୟ ସମୟରେ ରକ୍ ମେମୋରିଆଲ ପ୍ରାଙ୍ଗଣରେ ପିଏମ ମୋଦୀ ଖାଲି ପାଦରେ ବୁଲୁଛନ୍ତି। ଏହି ସମୟ ମଧ୍ୟରେ ସେ ମାଳା ଜପ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ଏକ ଗେରୁଆ ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ସମାନ ରଙ୍ଗର ଗାମୁଛା ମଧ୍ୟ ତାଙ୍କ ଦେହରେ ଗୁଡ଼ାଇ ହୋଇ ରହିଛି। ସେ ସୂର୍ଯ୍ୟୋଦୟ ସମୟରେ ପ୍ରଭୁ ସୂର୍ଯ୍ୟଙ୍କୁ ‘ସୂର୍ଯ୍ୟ ଅର୍ଘ୍ୟ’ ଅର୍ପଣ କରୁଛନ୍ତି। ଏହି ସମୟରେ ସେ ଏକ ନରମ ସ୍ୱରରେ ମନ୍ତ୍ର ଜପ କରୁଛନ୍ତି।

ଭିଡିଓରେ ଆହୁରି ମଧ୍ୟ ପିଏମ ମୋଦୀ ଭଗବାନଙ୍କୁ ପୂଜା କରୁଥିବା ଏବଂ ଧ୍ୟାନ କରୁଥିବା ଦେଖିବାକୁ ମିଳିବ। ଏହା ପରେ ପିଏମ ମୋଦୀ ରକ ମେମୋରିଆଲର ପ୍ରାଙ୍ଗଣରେ ବୁଲୁଛନ୍ତି। ତା’ପରେ ସେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଯାଇ ଫୁଲ ଅର୍ପଣ କରନ୍ତି। ସେ ମଧ୍ୟ ହାତ ଯୋଡି ବିବେକାନନ୍ଦଙ୍କ ମୂର୍ତ୍ତି ଚାରିପାଖେ ପରିକ୍ରମା କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୩୮ ଘଣ୍ଟା ଧରି ନିରନ୍ତର ଧ୍ୟାନରେ ଅଛନ୍ତି। ତାଙ୍କର ଧ୍ୟାନ ଆହୁରି ୮ ଘଣ୍ଟା ଜାରି ରଖିବାକୁ ଯାଉଛି। ପିଏମ ମୋଦୀ ଗତ ୩୬ ଘଣ୍ଟା ଧରି କେବଳ ଲେମ୍ବୁ ପାଣି ସାହାଯ୍ୟରେ ତପ କରୁଛନ୍ତି। ତାଙ୍କର ଧ୍ୟାନ ସୂର୍ଯ୍ୟୋଦୟ ପୂର୍ବରୁ ମଧ୍ୟ ଆରମ୍ଭ ହୁଏ। ରକ୍ ମେମୋରିଆଲ୍ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସନ୍ତ ଥିରୁଭଲୁଭରଙ୍କ ପ୍ରତିମୂର୍ତ୍ତି ଦର୍ଶନ କରିପାରନ୍ତି। ଏହି ପ୍ରତିମୂର୍ତ୍ତି ରକ୍ ମେମୋରିଆଲ୍ ନିକଟରେ ଥିବା ଏକ ପଥର ଉପରେ ସ୍ଥାପିତ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମାଲଦ୍ୱୀପରେ ଆଚରଣରେ ବଡ ପରିବର୍ତ୍ତନ, ସିଙ୍ଗାପୁରରେ କଲା ଭାରତର ପ୍ରଶଂସା

ନୂଆଦିଲ୍ଲୀ: ଚାଇନା ସମର୍ଥକ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ହେବା ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି। ମାଲଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘାସନ ଭାରତକୁ ପାରମ୍ପାରିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ମାଲଦ୍ୱୀପ ଦିଲ୍ଲୀ ସହିତ ନିରନ୍ତର ଯୋଗାଯୋଗରେ ଅଛି। ସିଙ୍ଗାପୁରର ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ଶାଙ୍ଗ୍ରି-ଲା ସଂଳାପରେ ମହମ୍ମଦ ଘାସନ୍ ଭାଷଣ ଦେଇଥିଲେ। ଏହି ସମୟରେ ସେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ଅନୁଷ୍ଠିତ ପ୍ରତିରକ୍ଷା ଅଭ୍ୟାସ ବିଷୟରେ ସୂଚନା ଦେଇ ନୂଆଦିଲ୍ଲୀ ସହ ତାଙ୍କର ବନ୍ଧୁତାକୁ ସୂଚିତ କରିଥିଲେ।

ସିଙ୍ଗାପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଚୀନ୍‌ର ନାମ ମଧ୍ୟ ନେଇ ନାହାଁନ୍ତି, ତେଣୁ ସେ ତାଙ୍କର ନୂତନ ବନ୍ଧୁଙ୍କୁ ରକ୍ଷା କରିଥିବା ଅନୁମାନ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ‘ମହମ୍ମଦ ମୁଇଜୁ ଅନ୍ତର୍ଜାତୀୟ ସହଯୋଗ, ବିଶେଷକରି ପ୍ରତିରକ୍ଷା ସହଯୋଗର ଦୃଢ ସମର୍ଥକ।’ ସେ କହିଛନ୍ତି ଯେ, ‘ନଭେମ୍ବର ୨୦୨୩ ରୁ ସରକାର ଆସିବା ପରେ ଆମେ ଆମର ପାରମ୍ପାରିକ ବନ୍ଧୁ ଭାରତ ଏବଂ ଆମେରିକା ସହିତ କଥାବାର୍ତ୍ତା ଜାରି ରଖିଛୁ। ସେହି ବର୍ଷ ମାଲଦ୍ୱୀପ ଭାରତ ଏବଂ ଶ୍ରୀଲଙ୍କା ସହିତ ମିଳିତ ନୌସେନା ଅଭ୍ୟାସ ମଧ୍ୟ ସମାପ୍ତ କରିଥିଲା। ଏହା ବ୍ୟତୀତ, ଚାରି ଦିନ ପୂର୍ବରୁ ଆମେ ଆମେରିକା ସହିତ ଏକ ଅଭ୍ୟାସ ଶେଷ କରିଥିଲୁ।

ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଛୋଟ ଦେଶ ସେମାନଙ୍କର ସ୍ଵାଧୀନତା, ସାର୍ବଭୌମତ୍ଵ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ଚେଷ୍ଟା କରନ୍ତି। ମାଲଦ୍ୱୀପର ରାଷ୍ଟ୍ରପତି ତାଙ୍କ ଦେଶର ସେନାକୁ ଏତେ ପରିମାଣରେ ମଜବୁତ କରିବାକୁ ଚାହୁଁଛନ୍ତି ଯେ, ଏହା ମାଲଦ୍ୱୀପରେ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତା ସୁନିଶ୍ଚିତ କରିପାରିବ। ଭାରତ ମହାସାଗରରେ ନାଭିଗେସନ୍ ପାଇଁ ଘାସନ୍ କହିଛନ୍ତି ଯେ, ମାଲଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ (MNDF) କୁ ମଜବୁତ କରିବା ଆବଶ୍ୟକ। ଏଥିପାଇଁ ଆଞ୍ଚଳିକ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆଲୋଚନା ସମୟରେ ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଦଳର ପୁରୁଣା ନୀତି ପରିତ୍ୟାଗ କରିନାହାଁନ୍ତି। ମହମ୍ମଦ ମୁଇଜୁଙ୍କ ପୁରୁଣା ପ୍ରତିବନ୍ଧକକୁ ଦୋହରାଇ ସେ କହିଛନ୍ତି ଯେ, ପ୍ରତିରକ୍ଷା ସହଯୋଗରେ ମାଲଦ୍ୱୀପ ମାଟିରେ କୌଣସି ବିଦେଶୀ ସାମରିକ ଉପସ୍ଥିତି ରହିବା ଉଚିତ ନୁହେଁ। ଘାସନ୍ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ ଆମର ବନ୍ଧୁ ଏବଂ ଅଂଶୀଦାରମାନେ ଗଣତାନ୍ତ୍ରିକ ନିଷ୍ପତ୍ତିକୁ ସମ୍ମାନ କରିବେ। ଯାହାଦ୍ୱାରା ମାଲଦ୍ୱୀପ ବ୍ୟାପକ ଏବଂ ଗଭୀର ପ୍ରତିରକ୍ଷା ସହଯୋଗ ଜାରି ରଖିପାରିବ। ଏହା ମାଲଦ୍ୱୀପ ନିଜେ ଏବଂ ଆମର ପ୍ରତିରକ୍ଷା ସହଭାଗୀମାନଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହେବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିମାନକୁ ବୋମାରେ ଉଡେଇଦେବା ଧମକ, ଜରୁରୀ ଅବତରଣ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ 6E 5314 ଆଜି ବୋମା ଧମକ ପାଇବା ପରେ ଆତଙ୍କ ସୃଷ୍ଟି କରିଥିଲା। ଏହା ପରେ ବିମାନଟି ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ ଗୌତମ ଗମ୍ଭୀର?: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବେ ନାହିଁ। ଏହି କାରଣରୁ ବିସିସିଆଇ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ଆବେଦନ ମଧ୍ୟ ମାଗିଛି। ଏହି ଦୌଡରେ ଅନେକ ବଡ ଖେଳାଳି ଅଛନ୍ତି, କିନ୍ତୁ ସମସ୍ତଙ୍କ ଆଖି ଗୌତମ ଗମ୍ଭୀରଙ୍କ ଉପରେ ରହିଛି। କେତେକ ରିପୋର୍ଟରେ ଗମ୍ଭୀରଙ୍କ ନାମ ଫାଇନାଲ ବୋଲି କୁହାଯାଉଛି। ଏହା ପଛର କାରଣ ମଧ୍ୟ ୨୦୨୪ ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସର ଭଲ ପ୍ରଦର୍ଶନ ଏବଂ ଚାମ୍ପିଅନ୍ ହେବାର କୁହାଯାଉଛି।

ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଗୌତମ ଗମ୍ଭୀର ଜଣେ ପ୍ରତିଯୋଗୀ କି?:

ଇଣ୍ଡିଆ ଟୁଡେ ସମେତ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଗୌତମଗମ୍ଭୀର ବର୍ତ୍ତମାନ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କରିବେ। ଏହା ମଧ୍ୟ କୁହାଯାଉଛି କାରଣ ଗମ୍ଭୀରଙ୍କ ପରାମର୍ଶରେ କୋଲକାତା ନାଇଟ୍ ରାଇଡର୍ସ ୨୦୨୪ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ଏହାପୂର୍ବରୁ ଗୌତମ ଗମ୍ଭୀର ମଧ୍ୟ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଜଡିତ ଥିଲେ।

ମେ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ଆବେଦନ ଗ୍ରହଣ କରିଥିଲା। କୁହାଯାଉଛି ଯେ, ଗୌତମ ଗମ୍ଭୀର ମଧ୍ୟ ଏଥିପାଇଁ ଆବେଦନ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ସହ ମଧ୍ୟ କଥା ହେଉଥିଲା। ତଥାପି, କୌଣସି କାରଣରୁ ତାଙ୍କ ସହିତ ଆଲୋଚନା ସଫଳ ହୋଇପାରିଲା ନାହିଁ।

ମୁଖ୍ୟ ପ୍ରଶିକ୍ଷକ ପାଇଁ ରିକି ପଣ୍ଟିଂ ଏବଂ ଜଷ୍ଟିନ ଲେଙ୍ଗରଙ୍କ ନାମ ମଧ୍ୟ ବିଚାର କରାଯାଉଥିଲା। କିନ୍ତୁ ବିସିସିଆଇ ପଣ୍ଟିଂ ଏବଂ ଲେଙ୍ଗରଙ୍କ ସହ କଥା ହୋଇଥିବା ଚର୍ଚ୍ଚାକୁ ଜୟ ଶାହା ତାଙ୍କର ଏକ ସାକ୍ଷାତକାରରେ ମନା କରିଦେଇଥିଲେ। ସେ କହିଥିଲେ ଯେ, ବିସିସିଆଇ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ହେବା କଥା କୌଣସି ଆଲୋଚନା ହୋଇନାହିଁ।

ଗୌତମ ଗମ୍ଭୀର ୨୦୧୨ ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିଲେ। ତା’ପରେ କୋଲକାତା ଏହାର ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିଲା। ଏହା ପରେ କୋଲକାତା ୨୦୧୪ ଆଇପିଏଲ ରେ ଆଇପିଏଲ ଟ୍ରଫି ଜିତିଥିଲା। ଏପରିକି ଏହି ସମୟରେ ଗୌତମ ଗମ୍ଭୀର ଦଳର ଅଧିନାୟକ ଥିଲେ। ଗୌତମ ଗମ୍ଭୀରଙ୍କୁ ଆଇପିଏଲ୍ ୨୦୨୪ ରେ କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା କରାଯାଇଥିଲା। ତାଙ୍କ ପରାମର୍ଶରେ କୋଲକାତା ନାଇଟ୍ ରାଇଡର୍ସ ୨୦୨୪ ଆଇପିଏଲ୍ ଟାଇଟଲ୍ ଜିତିଥିଲା କୋଲକାତା ନାଇଟ୍ ରାଇଡର୍ସର ଏହା ହେଉଛି ତୃତୀୟ ଆଇପିଏଲ୍ ଟାଇଟଲ୍।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପୋଲିସ ଆଉ ଏକ ଯୋଜନା ପଣ୍ଡ କରିଛି। ନଭି ମୁମ୍ବାଇର ପନଭେଲ ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ଦାବି କରିଛି ଯେ, ଏହି ଲୋକମାନେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଏବଂ ସେମାନେ ପନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସୂଚନାନୁସାରେ, ଏଥିପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଯୋଜନା ଥିଲା। ନଭି ମୁମ୍ବାଇ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜୀକୃତ କରି ସେମାନଙ୍କୁ ଗିରଫ କରିଛି।

ପୋଲିସ ସୂଚନା ପାଇଥିଲା ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ତାଙ୍କ କାନାଡାର ସମ୍ପର୍କୀୟ ଭାଇ ଅନମୋଲ ବିଷ୍ନୋଇ ଏବଂ ସହଯୋଗୀ ଗୋଲଡି ବରାର ସହ ମିଶି ପାକିସ୍ଥାନର ଜଣେ ଅସ୍ତ୍ର ଡିଲରଙ୍କଠାରୁ ଏକେ-୪୭, ଏମ-୧୬ ଏବଂ ଏକେ-୯୨ ସମେତ ଗୁଳି କିଣିଥିଲେ। ଏହାସହ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ।

ସୂଚନା ଅନୁଯାୟୀ, ଗିରଫ ଅପରାଧୀ ଏବଂ ଗ୍ୟାଙ୍ଗ ଦ୍ୱାରା ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସେମାନଙ୍କର ଉଦ୍ଦେଶ୍ୟ ଥିଲା ସଲମାନ ଖାନଙ୍କ କାରକୁ ଅଟକାଇବା କିମ୍ବା ଫାର୍ମହାଉସ ଉପରେ ଆକ୍ରମଣ କରିବା। ସୂତ୍ର ଏହା ମଧ୍ୟ କହିଛି ଯେ, ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବାରୁ ଦୁଇ ଜଣ ସୁଟର ଗିରଫ ହେବାର ଏକ ମାସ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଯୋଜନା ପ୍ରସ୍ତୁତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଇସ୍ପାତ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ସେଲ୍ ସହ ମିଶି ମେକନ୍ ଲିମିଟେଡ୍ ପକ୍ଷରୁ ଦୁଇଦିନିଆ ଇସ୍ପାତ ସମ୍ମିଳନୀ (ଆଇକନ-୨୦୨୪) ରାଞ୍ଚିଠାରେ ୨୦୨୪ ମେ ୩୦ ଓ ୩୧ ତାରିଖରେ କ୍ୟାପିଟାଲ ଗୁଡ୍ସ ଉପରେ ଫୋକସ୍ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତି ବିଦ୍ୟା ପ୍ରଦାନକାରୀ, ଇସ୍ପାତ ଉତ୍ପାଦନକାରୀ, ନିର୍ମାଣକାରୀ, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ଇସ୍ପାତ ଶିଳ୍ପର ଉଜ୍ଜ୍ୱଳ ମନ ଏବଂ ଅଗ୍ରଣୀ ଅଂଶୀଦାରମାନଙ୍କୁ ଏକାଠି କରି ନୂତନ ଭାଗିଦାରୀକୁ ପ୍ରୋତ୍ସାହିତ କରିବା, ଅଭିନବ ସମାଧାନ ଖୋଜିବା ଏବଂ ଇସ୍ପାତ ଶିଳ୍ପର ଭବିଷ୍ୟତକୁ ଆଗକୁ ବଢ଼ାଇବା।

ମେକନ୍ ର ସିଏମ୍ ଡି ସଞ୍ଜୟ କୁମାର ବର୍ମା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ପରିପ୍ରେକ୍ଷୀ ସ୍ଥିର କରିଥିଲେ। ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ସଚିବ ନଗେନ୍ଦ୍ର ନାଥ ସିହ୍ନା, ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ସୁକୃତି ଲିଖୀ, ଅଭିଜିତ ନରେନ୍ଦ୍ର ଯୁଗ୍ମ ସଚିବ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜୟ ରାୟ-ଜେଟି ପ୍ରମୁଖ ଉପସ୍ଥିତ ଥିଲେ। ଏନଏମଡିସିର ସିଏମଡି ଅମିତାଭ ମୁଖାର୍ଜୀ, ଏମଓଆଇଏଲର ସିଏମଡି ଅଜିତ କୁମାର ସକ୍ସେନା, ମେକନର ସିଏମଡି ତଥା ବାଣିଜ୍ୟିକ ଅତିରିକ୍ତ ନିର୍ଦ୍ଦେଶକ ସଞ୍ଜୟ କୁମାର ବର୍ମା ଏବଂ ସେଲ ର ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ। କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ସିଏମଡି ସେଲ୍, ସିଏମଡି-ଏମ୍ ଓଆଇଏଲ୍ ଏବଂ ସିଏମଡି -ଏନ୍ଏମଡିସି ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ସ୍ୱତନ୍ତ୍ର ଅଭିଭାଷଣରେ ଭାରତ ସରକାରଙ୍କ ସଚିବ ଶ୍ରୀ ନଗେନ୍ଦ୍ର ନାଥ ସିହ୍ନା କହିଥିଲେ ଯେ ଆଜି ଭାରତରେ ସ୍ଥାପିତ ହେଉଥିବା ଇସ୍ପାତ ପ୍ରକଳ୍ପ ଗୁଡ଼ିକ ପାଇଁ ସତର୍କ ପ୍ରକଳ୍ପ ଯୋଜନା ଏବଂ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ସବୁଠାରୁ ବଡ଼ ଆହ୍ଵାନ ପାଲଟିଛି। ଇସ୍ପାତ ପ୍ରକଳ୍ପଗୁଡ଼ିକୁ ସୁସ୍ଥ ରଖିବା ଏବଂ ଏହାର ଦୀର୍ଘମିଆଦୀ ସ୍ଥାୟୀତା ପାଇଁ ଆମର ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବାର ଅଭିନବ ଉପାୟ ଖୋଜିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଭାରୀ ଶିଳ୍ପ କ୍ଷେତ୍ରକୁ ପୁନରୁଦ୍ଧାର କରିବା ପାଇଁ ନୂତନ କାର୍ଯ୍ୟ ପଦ୍ଧତି, ନୂତନ ଚିନ୍ତାଧାରା, ନୂତନ ପ୍ରତିଭାଙ୍କୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଭାରତ ସରକାରଙ୍କ ଯୁଗ୍ମ ସଚିବ ଅଭିଜିତ ନରେନ୍ଦ୍ର କହିଛନ୍ତି ଯେ ଇସ୍ପାତ ଉତ୍ପାଦନରେ ଆମେ ଦ୍ବିତୀୟ ସ୍ଥାନରେ ଥିଲେ ମଧ୍ୟ ଇସ୍ପାତ ଶିଳ୍ପ ପାଇଁ ଯନ୍ତ୍ରପାତି ତିଆରି କରିବାରେ ଆମର ସୀମିତତା ରହିଛି। ସମସ୍ତ ଅଂଶୀଦାରଙ୍କୁ ନେଇ ଏକ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏନଏମଡିସିର ସିଏମଡି ଉଲ୍ଲେଖ କରିଛନ୍ତି ଯେ ଭାରତ ହେଉଛିପଞ୍ଚମ ବୃହତ୍ତମ ଅର୍ଥନୀତି, ଆମେ ସବୁଠାରୁ ଯୁବ ଏବଂ ଜୀବନ୍ତ ରାଷ୍ଟ୍ର। ଭାରତ ମୂଳତଃ ସେବା କ୍ଷେତ୍ର ଭିତ୍ତିକ ରାଷ୍ଟ୍ର। ଉତ୍ପାଦନ କ୍ଷେତ୍ରର ଯଥେଷ୍ଟ ଅଭିବୃଦ୍ଧି ହେବା ଦରକାର ଏବଂ କ୍ଷେତ୍ରଗୁଡିକ ୁ ସ୍ପଷ୍ଟ ଭାବରେ ଚିହ୍ନଟ କରାଯିବା ଦରକାର। ଭବିଷ୍ୟତର ସମ୍ଭାବନା ଏବଂ ଆବଶ୍ୟକତା ବିଷୟରେ ପରସ୍ପରକୁ ଶିକ୍ଷିତ କରିବା ପାଇଁ ଟେକ୍ନୋଲୋଜି ପ୍ରଦାନକାରୀ ଏବଂ ଟେକ୍ନୋଲୋଜି କ୍ରେତାଙ୍କ ମଧ୍ୟରେ ନିରନ୍ତର ଭାବବିନିମୟ ଆବଶ୍ୟକ।

ଏମ୍ ଓଆଇଏଲ୍ ର ସିଏମ୍ ଡି କହିଛନ୍ତି ଯେ କ୍ୟାପିଟାଲ ଗୁଡ୍ସ ସେକ୍ଟର ଅର୍ଥନୀତିର ଅତ୍ୟନ୍ତ ରଣନୈତିକ ଅଙ୍ଗ। କ୍ୟାପିଟାଲ ଗୁଡ୍ସ କ୍ଷେତ୍ରକୁ ନିର୍ମାଣକାରୀ କ୍ଷେତ୍ରରେ ମା’ ବୋଲି ବିବେଚନା କରାଯାଏ। ସମନ୍ୱିତ ଇସ୍ପାତ କାରଖାନାରେ ବଡ଼ ଇଞ୍ଜିନିୟରିଂ କର୍ମଶାଳା ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ସିଏମଡି ସେଲ୍ କହିଛନ୍ତି ଯେ ବିଶ୍ୱରେ ଅସ୍ଥିରତାକୁ ଦୃଷ୍ଟିରେ ରଖି ଆମକୁ ଯୋଗାଣ ଶୃଙ୍ଖଳା ସୁରକ୍ଷା ଉପରେ ଧ୍ୟାନ ଦେବାକୁ ପଡ଼ିବ କାରଣ ଯୋଗାଣ ଶୃଙ୍ଖଳାସୁରକ୍ଷିତ କରିବା ଅଧିକରୁ ଅଧିକ କଷ୍ଟକର ହେବାରେ ଲାଗିଛି। ସ୍ୱଦେଶୀ ପୁଞ୍ଜି ସାମଗ୍ରୀ ଉତ୍ପାଦନ ପାଇଁ ଏକ ବ୍ୟାପକ ଏବଂ ସ୍ଥାୟୀ ଇକୋ ସିଷ୍ଟମ୍ ର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସିଏମଡି-ମେକନ୍ ଜାତୀୟ ଇସ୍ପାତ ନୀତି (ଏନଏସପି)-୨୦୧୭ ବିଷୟରେ କହିଥିଲେ ଏବଂ ଆହୁରି ବିସ୍ତୃତ ଭାବରେ କହିଛନ୍ତି ଯେ ୩୦୦ ମେଟ୍ରିକ୍ ଟନ୍ ଇସ୍ପାତ କ୍ଷମତାରେ ପହଞ୍ଚିବା ପାଇଁ ନୀତି ଲକ୍ଷ୍ୟ ଅନୁଯାୟୀ ଭାରତୀୟ ଇସ୍ପାତ ଶିଳ୍ପରୁ ୧୨୦-୧୩୦ ବିଲିୟନ ଆମେରିକୀୟ ଡଲାର ର ବିପୁଳ ବିନିଯୋଗ ସହିତ ଆଗାମୀ ୭-୮ ବର୍ଷ ମଧ୍ୟରେ ପ୍ରାୟ ୧୩୮-୧୩୯ ମେଟ୍ରିକ୍ ଟନ୍ ନୂତନ କ୍ଷମତା ଯୋଡ଼ାଯିବ ବୋଲି ଆକଳନ କରାଯାଇଛି। ଇସ୍ପାତ କାରଖାନାର ପ୍ରାୟ ୧୫ରୁ ୨୦ ପ୍ରତିଶତ ଉପକରଣ ବିଦେଶରୁ ଆମଦାନୀ ହେବାର ସମ୍ଭାବନା ରହିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଯେଉଁଠାରେ ଆମେ ମୂଲ୍ୟ ଶୃଙ୍ଖଳାକୁ ବଢ଼ାଇବା ସହିତ ଆମଦାନୀ ପରିମାଣ ଏବଂ ମୂଲ୍ୟ ବୃଦ୍ଧି ପାଉଛି, ସେଠାରେ ପ୍ରାୟ ୧୮-୨୦ ବିଲିୟନ ଡଲାର ମୂଲ୍ୟର ଆମଦାନୀ ଉପକରଣ ବିଦେଶରୁ ଆମଦାନୀ ହେବାର ସମ୍ଭାବନା ରହିଛି ଏବଂ ପ୍ରାୟ ୪୦୦-୫୦୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଅତିରିକ୍ତ ଯନ୍ତ୍ରାଂଶ ମିଳିବାର ସମ୍ଭାବନା ରହିଛି ।

ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା ପାଇଁ ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଟେକ୍ନୋଲୋଜି ଟ୍ରାନ୍ସଫର କିମ୍ବା ଅନ୍ତର୍ଜାତୀୟ ଟେକ୍ନୋଲୋଜି ପ୍ରଦାନକାରୀ ଭଳି ରଣନୀତି ଖୋଜିବା ଜରୁରୀ ।

ସମ୍ମିଳନୀର ପ୍ରଥମ ଦିନରେ ୪ଟି ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।

କୋକ ମେକିଂ ଟେକ୍ନୋଲୋଜିରେ ଧାରା ଏବଂ ଆହ୍ୱାନ

ଏକତ୍ରୀକରଣ ପ୍ରଯୁକ୍ତିବିଦ୍ୟାରେ ଧାରା ଏବଂ ଆହ୍ୱାନ

ଲୁହା ତିଆରି ପ୍ରଯୁକ୍ତିବିଦ୍ୟାରେ ଧାରା ଏବଂ ଆହ୍ୱାନ

ଇସ୍ପାତ ନିର୍ମାଣ ପ୍ରଯୁକ୍ତିବିଦ୍ୟାରେ ଧାରା ଏବଂ ଆହ୍ୱାନ

ଏହି ଦିବସବ୍ୟାପୀ ସମ୍ମିଳନୀରେ ଉତ୍ପାଦନକାରୀ କମ୍ପାନୀ, ଲୁହା ଓ ଇସ୍ପାତ ଉତ୍ପାଦନକାରୀ, ଉପକରଣ ଯୋଗାଣକାରୀ, ଇଞ୍ଜିନିୟରିଂ ଏବଂ ପରାମର୍ଶଦାତା କମ୍ପାନୀର ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶିକ୍ଷାବିତ୍ ଅଂଶଗ୍ରହଣ ଆହ୍ଵାନଗୁଡ଼ିକୁ ଗ୍ରହଣ କରିବା ପାଇଁ ସହଯୋଗୀ ଇଚ୍ଛାକୁ ସୂଚିତ କରେ।

Categories
ଆଜିର ଖବର ଜାତୀୟ ଖବର

ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ “ଜିଓ ଫାଇନାନ୍ସ” ଆପ୍ ବିଟା ଭର୍ସନ ଶୁଭାରମ୍ଭ

ମୁମ୍ବାଇ: ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ “ଜିଓ ଫାଇନାନ୍ସ” ଆପ୍ (ବିଟା ମୋଡ୍ ରେ) ଆରମ୍ଭ କରିବାକୁ ଘୋଷଣା କରିଛି, ଯାହା ଦୈନନ୍ଦିନ ଆର୍ଥିକ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିବାକୁ ଯାଉଥିବା ଏକ ଅତ୍ୟାଧୁନିକ ପ୍ଲାଟଫର୍ମ। ଏହି ଆପ୍ ଏକ ଉପଭୋକ୍ତା-ଅନୁକୂଳ ଏକକ ଇଣ୍ଟରଫେସରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ (UPI) କାରବାର, ବିଲ୍ ସମାଧାନ, ବୀମା ପରାମର୍ଶ ଏବଂ ହିସାବକିତାବ ଓ ସଞ୍ଚୟର ଏକ ସାମଗ୍ରିକ ଦୃଶ୍ୟପଟ ପ୍ରଦାନ କରୁଛି।

ସୁବିଧାଜନକ ନାଭିଗେସନ୍ ପାଇଁ ଡିଜାଇନ୍ ହୋଇଥିବା, “ଜିଓ ଫାଇନାନ୍ସ” ଆପ୍ ଆର୍ଥିକ ଟେକ୍ନୋଲୋଜି ସହିତ ଅଳ୍ପ ବହୁତ ପରିଚିତ ସମସ୍ତ ଉପଭୋକ୍ତାମାନଙ୍କୁ ଅନାୟାସରେ ସେମାନଙ୍କ ନିଜ ହାତରେ ଅର୍ଥ ପରିଚାଳନାରେ ସମର୍ଥ କରିବା ସୁନିଶ୍ଚିତ କରିବ।

ଗ୍ରାହକଙ୍କ ପରିବର୍ତ୍ତନଶୀଳ ଆବଶ୍ୟକତା ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ ଭବିଷ୍ୟତ ଯୋଜନା ମଧ୍ୟରେ ରହିଛି ମ୍ୟୁଚୁଆଲ୍ ଫଣ୍ଡ ଉପରେ ଋଣ ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୃହ ଋଣ ପର୍ଯ୍ୟନ୍ତ ଋଣ ସମାଧାନର ସମ୍ପ୍ରସାରଣ।

“ଜିଓ ଫାଇନାନ୍ସ” ବିଶ୍ୱାସ, ପ୍ରାସଙ୍ଗିକତା ଏବଂ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇଥାଏ ତଥା ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଅନୁଭୂତିରେ ଲଗାତାର ଉନ୍ନତି ପାଇଁ ଉପଭୋକ୍ତା ମତାମତ ନେଇ କାର୍ଯ୍ୟ କରିଥାଏ। ଏହାର ପ୍ରମୁଖ ବିଶେଷତାଗୁଡିକ ମଧ୍ୟରେ ରହିଛି “ଜିଓ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ” ଫିଚର ସହିତ ତତକ୍ଷଣାତ୍ ଡିଜିଟାଲ୍ ଆକାଉଣ୍ଟ୍ ଖୋଲିବା ଏବଂ ସୁଗମ ବ୍ୟାଙ୍କ ପରିଚାଳନା।

ଗ୍ରାହକ ସନ୍ତୁଷ୍ଟି ସୁନିଶ୍ଚିତ କରିବାକୁ, “ଜିଓ ଫାଇନାନ୍ସ” ବିଟା ଭର୍ସନରେ ଆରମ୍ଭ ହେବ ଏବଂ ଉନ୍ନତ କରିବା ବ୍ୟବହାରକାରୀମାନଙ୍କ ମତାମତ ଆମନ୍ତ୍ରଣ କରିବ।

“ଜିଓଫାଇନାନ୍ସ ଆପକୁ ବଜାରରେ ପ୍ରବେଶ କରାଇବାକୁ ଆମେ ବେଶ ଉତ୍ସାହିତ। ଏକ ପ୍ଲାଟଫର୍ମ ଯାହା ଆଜିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ପରିଚାଳନା ପଦ୍ଧତିକୁ ପୁନଃନିର୍ଦ୍ଧାରିତ କରିବାକୁ ଲକ୍ଷ୍ୟ ରଖିବ । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଯେକୌଣସି ଉପଭୋକ୍ତା ପାଇଁ ଗୋଟିଏ ପ୍ଲାଟଫର୍ମରେ ଅର୍ଥ ସମ୍ବନ୍ଧୀୟ ସମସ୍ତ ଜିନିଷକୁ ସରଳ ଭାବେ ପ୍ରସ୍ତୁତ କରିବା। ସମସ୍ତ ଜନସାଧାରଣଙ୍କୁ ଋଣ ପ୍ରଦାନ, ନିବେଶ, ବୀମା, ଦେୟ ପ୍ରଦାନ ଏବଂ କାରବାର ଭଳି ବିସ୍ତୃତ ସୁବିଧା ସହିତ ଆର୍ଥିକ ସେବାକୁ ଅଧିକ ସ୍ୱଚ୍ଛ ଓ ସୁଲଭ କରିବା ଏହି ଲକ୍ଷ୍ୟର ଅଂଶ” ବୋଲି ଏକ କମ୍ପାନୀ ମୁଖପାତ୍ର ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଦନ୍ତ ଚିକିତ୍ସକମାନେ ଉଭୟ ଧୁମ୍ର ପାନ ଓ ଧୁମ୍ର ବିହୀନ ତମାଖୁର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ଏଥିରୁ କିଭଳି ନିବୃତ ରହିପାରିବେ ସେ ନେଇ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ସୋଆରେ କାର୍ଯ୍ୟରତ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ରହି ପରାମର୍ଶ ଗ୍ରହଣ କରିଥିଲେ । ତମାଖୁ ସେବନ ଦ୍ୱାରା କିଭଳି ମୁଖ କର୍କଟ, ଯକୃତ କର୍କଟ, ଫୁସ୍‌ଫୁସ୍ କର୍କଟ, ପାକସ୍ଥଳୀ କର୍କଟ ଓ ପ୍ରଜନନ ଅଂଗ କର୍କଟରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ସେ ନେଇ ଡାକ୍ତରମାନେ ଏହି ସଫେଇ କର୍ମଚାରୀମାନଙ୍କୁ ବୁଝାଇଥିଲେ ।

ସଫେଇ କର୍ମଚାରୀମାନଙ୍କ କ୍ଷେତ୍ରରେ ତମାଖୁ ସେବନର ମାତ୍ରା ଅଧିକ ଦେଖା ଦେଉଥିବାରୁ ସେମାନଙ୍କୁ କିଭଳି ସଚେତନ କରାଯାଇପାରିବ ତାହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଇଡିଏସ୍‌ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଧା ପ୍ରସନ୍ନ ଦଳାଇ ।

ଏହି ଅବସରରେ ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପବ୍ଲିକ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଧର୍ମଶ୍ରୀ ଏସ୍ ଓ ଅନ୍ୟ ବିଭାଗୀୟ ଡାକ୍ତରମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଛାତ୍ରଛାତ୍ରୀମାନେ ସଚେତନ କରାଇବା ସହ ନାଟକ ମାଧ୍ୟମରେ ତମାଖୁ ସେବନର ଭୟାଭୟତା ବଖାଣି ଥିଲେ।