Author: SM Network

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାପତି ସୁଶାନ୍ତ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶିବଶଙ୍କର ବାରିକ, ମୁଖ୍ୟ ବକ୍ତାଭାବେ ପ୍ରଦୀପ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ସୁଶିଲ୍ କୁମାର ବିଶ୍ଵାଳ, ଆରତ କୁମାର ବେହେରା, ବିନୋଦ କୁମାର ଗୌଡ, ବି ଏଫ୍ ଟି ରବୀନ୍ଦ୍ରନାଥ ସାହୁ, ବିଷ୍ଣୁ ପ୍ରସାଦ କହର ସମେତ…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଲେ ସୁବାଷ ବେହେରା। ଆଗରୁ ଶ୍ରୀ ବେହେରା ନୟାଗଡ଼ ଜିଲ୍ଲାର ଇଟାମାଟି ଥାନାରେ କାର୍ଯ୍ୟରତ ଥିଲେ। ନୂତନ ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ କଟକ ଜିଲ୍ଲାକୁ ବଦଳି ହୋଇଛି।

Read More

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ୨୦୧୯ରେ ହାସଲ କରିଥିବା ୩୦୩ଟି ଆସନକୁ ଅତିକ୍ରମ କରି ନିଜର ସର୍ବୋଚ୍ଚ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ମେଣ୍ଟ ପାଇଁ ପ୍ରସ୍ତୁତ ରହିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରିଛି। ଗତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନରେ ଟିକେଟ୍ ନ ମିଳିବା ପରେ ଶେଟ୍ଟର ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇ ନିର୍ବାଚନ ହାରିଯାଇଛନ୍ତି। ଅନ୍ୟଜଣେ ସହଯୋଗୀରୁ ପ୍ରତିଦ୍ୱନ୍ଦ୍ୱୀ ପାଲଟିଥିବା ନୀତୀଶ କୁମାରଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି। ଯଦିଓ ଜନତା ଦଳ (ୟୁନାଇଟେଡ୍) ସହ ସମ୍ଭାବ୍ୟ ପୁନର୍ମିଳନର ରୂପରେଖ ପ୍ରସ୍ତୁତ କରାଯାଉଛି- ନୀତୀଶଙ୍କ ମେଣ୍ଟ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ ସହ ସଂଘର୍ଷ ପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରାଜ୍ୟରେ ବିଜେପି କର୍ମକର୍ତ୍ତାମାନେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଅଧ୍ୟକ୍ଷା ବିନେତା ସ୍ବାଇଁ ପତାକା ଉତ୍ତୋଳନ କରିବା ପରେ ୱାର୍ଡ ନଂ ୫ ହାଟ ପଦା ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ହରିହର ହାଇସ୍କୁଲ ଠାରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତାଳୁକା ଛକ ଠାରେ ସହିଦ ଉମାକାନ୍ତ ପଟ୍ଟନାୟକଙ୍କ କୋର୍ଟ ନିକଟ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଓ ସମସ୍ତ କାଉନସିଲର ଅଫିସ କର୍ମଚାରୀ ଯୋଗଦେଇଥିଲେ।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କରୁଣା ଶାନ୍ତି ଆନୁକୂଲ୍ୟରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ଓ ଅନୁଷ୍ଠାନ ର ଛାତ୍ର ଓ ଛାତ୍ରୀ ମାନଙ୍କର ପେରେଡ୍ ଓ କ୍ରୀଡା କୌଶଳ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ସମ୍ପାଦନା ହୋଇ ସରିଅଛି। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ଟାଟା ଷ୍ଟିଲ ପ୍ରକଳ୍ପ ମୁଖ୍ୟ ରକି ମାରଟିନ, ଏବଂ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ. ରଶ୍ମିତା ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପିଲାମାନଙ୍କର ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି ଆଓ ପତାକା ଉତ୍ତୋଳନ କରିବା ସହ ବାବାସାହେବ ଆମ୍ବେଦକରଙ୍କୁ ସ୍ମରଣ କରିଥିଲେ।ପୁର୍ବଜ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅହିଂସା ପରମଧର୍ମ ବାର୍ତ୍ତା ଯୋଗୁଁ ଆଜି ଆମେ ସ୍ବାଧୀନ ଭାରତର ନାଗରିକ ବୋଲି ବକ୍ତବ୍ୟ ପ୍ରଦାନ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଚିତ୍ତାକର୍ଷକ ବ୍ୟାଣ୍ଡ୍ ବାଜାର ମଜ୍ଜା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଓ ଛାତ୍ରୀ ମାନଙ୍କର ପେରେଡ୍ ପ୍ରଦର୍ଶନ ଉପସ୍ଥିତ ଜନସାଧାରଣଙ୍କ ପାଇଁ ବହୁତ ସୁନ୍ଦର ଉପଭୋଗ ହୋଇଛି। ସଭାମଞ୍ଚରେ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିବାଦନ ଗ୍ରହଣ ପରେ ମୁଖ୍ୟ ଅତିଥି କୃତିତ୍ୱ…

Read More

ନୂଆଦିଲ୍ଲୀ: ଅଭିନେତା ଥାଲାପଥି ବିଜୟ ତାଙ୍କ ଫ୍ୟାନ କ୍ଲବ ବିଜୟ ମକ୍କଲ ଇୟାକ୍କମର ସାଧାରଣ ପରିଷଦ ଅନୁମତି ଦେବା ପରେ ସେ ନିଜର ରାଜନୈତିକ ଦଳ ପଞ୍ଜୀକରଣ କରିବାକୁ ଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ଏହି ଘଟଣା ଘଟିଛି। ଗୁରୁବାର ଚେନ୍ନାଇରେ ଅନୁଷ୍ଠିତ ଏହି ବୈଠକରେ କୋଲିଉଡ ମେଗା ଷ୍ଟାରଙ୍କୁ ତାଙ୍କ ଦଳ ପଞ୍ଜୀକରଣ, ନିଜକୁ ସଭାପତିଭାବେ ନାମିତ କରିବା ଏବଂ ଉପଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଅଭିନେତା ବିଜୟଙ୍କର ତାମିଲନାଡୁ ଏବଂ କେରଳରେ ବିପୁଳ ପ୍ରଶଂସକ ଅଛନ୍ତି ଏବଂ ସେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ସେ ୨୦୧୮ରେ ଥୁଥୁକୁଡି ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ, ଯାହା ତାଙ୍କ ରାଜନୈତିକ ପଦାର୍ପଣର ଗମ୍ଭୀରତାର ସଙ୍କେତ ଦେଇଥିଲା। ସେବେଠାରୁ ସାଉଥ୍ ସୁପରଷ୍ଟାରଙ୍କ ଫ୍ୟାନ୍ କ୍ଲବ୍ ବିଜୟ ମକ୍କାଲ ଇୟାକ୍କମ୍ ରାଜନୈତିକ କାର୍ଯ୍ୟକ୍ରମରେ ବେଶ୍ ସକ୍ରିୟ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ। ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ। ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ…

Read More

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ରାଜନୈତିକ ଅଚଳାବସ୍ଥାର ସିଧାସଳଖ ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନ ଉପରେ ପଡ଼ିବ। ସବୁ ଦିଗରୁ ସମାନ ପ୍ରଶ୍ନ ଉଠୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଫେରିବେ କି? ଯଦି ବାସ୍ତବରେ ଏପରି ହୁଏ ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଉଭୟ ଜେଡିୟୁ ଓ ବିଜେପି ପାଇଁ ଲାଭଦାୟକ ହେବ। ଏହି କାରଣରୁ ବିଜେପିର ସମସ୍ତ ବରିଷ୍ଠ ନେତା ଏହି ରାଜନୈତିକ ଅଚଳାବସ୍ଥାର ସମସ୍ତ ଦିଗ ଉପରେ ମନ୍ଥନ କରିବାରେ ବ୍ୟସ୍ତ ଅଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଶୁକ୍ରବାର ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନେ ଶୀର୍ଷ ସ୍ତରରେ ଏକ ବୈଠକ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ଏନଡିଏ ୩୯ଟି ଆସନରେ ବିଜୟୀ ହୋଇଥିଲା ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏ ବିହାରର ୪୦ଟି ଆସନରୁ ୩୯ଟିରେ ବିଜୟୀ ହୋଇଥିଲା। ଏହାପରେ ଏଥିରେ…

Read More

ନୂଆଦିଲ୍ଲୀ: ବିହାରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଲାଗୁଛି ଯେ ମହାମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ମଧ୍ୟ ସମାନ ଅନୁଭବ କରୁଛନ୍ତି ଏବଂ ସେ ନୀତୀଶ କୁମାରଙ୍କ ଅଟକିବାର ଆଶା ପ୍ରାୟ ଛାଡ଼ି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ମୁଖ୍ୟ ଜଣେ ସିପିଆଇ ବିଧାୟକଙ୍କୁ କହିଛନ୍ତି ଯେ ନୀତୀଶ କୁମାର ଏବେ ଅଟକିବେ ନାହିଁ। ସୂଚନାଯୋଗ୍ୟ, ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ଯେକୌଣସି ସମୟରେ ବିଜେପି ସହ ସରକାର ଗଠନ ନେଇ ଘୋଷଣା କରିପାରନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଏହି ପଦକ୍ଷେପ ଇଣ୍ଡି ମେଣ୍ଟ ପାଇଁ ଏକ ବଡ଼ ଝଟକା ଏବଂ ବିଜେପି ପାଇଁ ଲାଭଦାୟକ ହେବ ବୋଲି ବିବେଚନା କରାଯାଉଛି। ତେବେ ଏହାକୁ ନେଇ ବିଜେପି ଶିବିରରେ ବିଶେଷ ତତ୍ପରତା ଦେଖିବାକୁ ମିଳୁନାହିଁ। ବିଜେପି କିଛି ସର୍ତ୍ତ…

Read More

ବେଗୁନିଆପଡା ( ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡର ପ୍ରଭାବରେ ତ୍ରିନାଥ ପାତ୍ରଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି। ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡ ଫଳରେ ବହୁ ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କୋଦଳା ଅଗ୍ନିଶମ ବାହିନୀ ସମେତ ଗ୍ରାମବାସୀ…

Read More

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ପୂର୍ବକ ରୋଗୀସେବାରେ ଅନନ୍ୟତା ଆଣୁଥିବା ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି। ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ ଏଠାରୁ ଯାଇଥିଲା ଗୋଟିଏ ୟୁନିଟ୍‌ ରକ୍ତ। ଏହି ଦୂରତାକୁ ଡ୍ରୋନ୍‌ ମାତ୍ର ୩୫ ମିନିଟ୍‌ ବ୍ୟବଧାନରେ ଅତିକ୍ରମ କରିଥିଲା। ଯାହାକି ସେଠାରେ ରକ୍ତହୀନତା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଜରୁରୀ କାର୍ଯ୍ୟରେ ଉପଯୋଗ ହୋଇଛି। ସ୍ବାସ୍ଥ୍ୟସେବାରେ ଏପରି ପ୍ରୟୋଗ ରାଜ୍ୟ ତଥା ଦେଶରେ ପ୍ରଥମ ବୋଲି ପ୍ରକାଶ କରିଛନ୍ତି…

Read More

ଭୁବନେଶ୍ଵର: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି 1- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ। ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ। 2- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। 3- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ। ଏହି କାରଣରୁ,…

Read More

ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ । ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ । କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ ।…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନିର୍ବାଚନ ଆୟୋଗ। ସେ ନିଜ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ। ଆଗାମୀ ନିର୍ବାଚନରେ ପ୍ରାୟ ୯୬ କୋଟି ଭୋଟର ମତଦାନ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏଥିପାଇଁ ୧୨ ଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ। ଏହି ସବୁ କେନ୍ଦ୍ରରେ ନିର୍ବାଚନ ପରିଚାଳନା ପାଇଁ ଦେଢ଼ କୋଟି କର୍ମଚାରୀ ନିୟୋଜିତ ହେବେ। ୯୬ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୪୭ କୋଟି ହେଉଛନ୍ତି ମହିଳା ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ପୁରୁଷଙ୍କ ସଂଖ୍ୟା ୪୮.୯୯ କୋଟି ରହିଛି। ୪୮,୦୦୦ ଜଣଙ୍କୁ ତୃତୀୟ ଲିଙ୍ଗ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ୨୦୧୯ ତୁଳନାରେ ଭୋଟରଙ୍କ ସଂଖ୍ୟା ୫.୩% ବୃଦ୍ଧି ପାଇଛି। ଗତ ଲୋକସଭା ନିର୍ବାଚନରେ ମୋଟ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ଶନିବାର ସକାଳେ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅଭି ଦିହୁଡ଼ିଙ୍କ ପୁଅ ମୁନା ଦିହୁଡ଼ି (୩୦) କଂସାରି ନଈରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଖାଦ୍ୟସାମଗ୍ରୀ ଓ ଡିଜେଲ ନେଇ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଯାଉଥିବା ବେଳେ କୌଣସି କାରଣ ବଶତଃ କଳିଯୁଗେଶ୍ୱର ନିକଟ ଚିଲିକାରେ ଭାରସାମ୍ୟ ହରାଇ ଫସି ଯାଇଥିଲେ। ମଧ୍ୟାହ୍ନରେ କୌଣସି ଲୋକ ନଥିବା ବେଳେ ଡଙ୍ଗାଟି ଚିଲିକାରେ ଭାସୁଥିବା କିଛି ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେବାପରେ ବାଲୁଗାଁ ଅଗ୍ନିଶମ ବାହିନୀ ଉକ୍ତ ଡଙ୍ଗାଟିକୁ ଉଦ୍ଧାର କରିବା ସହ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ…

Read More

ନୂଆଦିଲ୍ଲୀ: ସାନିଆ ମିର୍ଜାଙ୍କ ଛାଡପତ୍ର ପରେ ଶୋଏବ ମଲିକଙ୍କ ଖରାପ ଦିନ ଆରମ୍ଭ ହୋଇଛି। ବାସ୍ତବରେ ଶୋଏବ ମଲିକଙ୍କୁ ବାଂଲାଦେଶ ପ୍ରିମିୟର ଲିଗରେ ମ୍ୟାଚ୍ ଫିକ୍ସିଂ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ପରେ ବାଂଲାଦେଶ ପ୍ରିମିୟର ଲିଗରେ ଶୋଏବ ମଲିକଙ୍କ ଚୁକ୍ତି ବାତିଲ ହୋଇଛି। ବାଂଲାଦେଶ ପ୍ରିମିୟର ଲିଗ୍ ମ୍ୟାଚରେ ଶୋଏବ ମଲିକ ଗୋଟିଏ ଓଭରରେ ୩ ଟି ନୋ ବଲ ବୋଲିଂ କରିଥିଲେ, ଏହା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ମ୍ୟାଚ୍ ଫିକ୍ସିଂ ଛାଇରେ ଆସିଥିଲେ। ଫ୍ରି ପ୍ରେସ୍ ଜର୍ନାଲ ଖବର ଅନୁଯାୟୀ ବାଂଲାଦେଶ ପ୍ରିମିୟର ଲିଗ୍ ଦଳ ଫର୍ଚ୍ୟୁନ୍ ବେରିସଲ ତୁରନ୍ତ ଶୋଏବ ମଲିକଙ୍କ ଚୁକ୍ତିନାମାକୁ ବାତିଲ କରି ଦେଇଛି। ସମଗ୍ର ବିଷୟ କ’ଣ?: ନିକଟରେ ବାଂଲାଦେଶ ପ୍ରିମିୟର ଲିଗରେ ଫର୍ଚୁନ୍ ବେରିସଲ ଏବଂ ଖୁଲନା ଟାଇଗର ଦଳ ମୁହାଁମୁହିଁ ହୋଇଥିଲେ। ଫର୍ଚ୍ୟୁନ୍ ବେରିସଲ ପାଇଁ ଖେଳୁଥିବା ଶୋଏବ ମଲିକ ୧ ଓଭରରେ ୩ ଟି ନୋ ବଲ…

Read More

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ଏଭଳି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ନିର୍ବାଚନ କମିଶନ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ୨୦୨୪ ଲୋକସଭା ନିର୍ବାଚନ କେବେ ହେବ? ଏପ୍ରିଲ ୧୬ରୁ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବ କି? ନିର୍ବାଚନ କମିଶନଙ୍କ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ନିର୍ବାଚନ ଆୟୋଗ ସ୍ପଷ୍ଟଭାବେ କହିଛନ୍ତି ଯେ ଏହି ତାରିଖରୁ ନିର୍ବାଚନ ହେବା ଜରୁରୀ ନୁହେଁ। ନିର୍ବାଚନ କମିଶନ ଏକ ବିବୃତିରେ କହିଛନ୍ତି ଯେ, ନିର୍ବାଚନର ସମ୍ଭାବ୍ୟ ତାରିଖ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ପରାମର୍ଶ। ଅଧିକାରୀମାନେ ଯେପରି ଜିଲ୍ଲାସ୍ତରରେ ନିର୍ବାଚନର ଯୋଜନାକୁ ଠିକ୍ ସମୟରେ ଶେଷ କରିପାରିବେ ଏବଂ ବ୍ୟବସ୍ଥା କରିପାରିବେ ସେଥିପାଇଁ ଏହି ତାରିଖ ଦିଆଯାଇଛି। ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଆନୁଷ୍ଠାନିକଭାବେ ତାରିଖ ଘୋଷଣା…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ଓ ବ୍ରହ୍ମପୁର ଜାତୀୟ ରାଜପଥ -୫୯ ଖଡଭାଗ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମା ଟ୍ରାଭେଲର ଯାତ୍ରୀବାହି ବସ ଓ ଟାଟା ମେଜିକ ଗାଡି ମୁହାଁମହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ ଗାଡି ଡ୍ରାଇଭର ବାବୁ ବେହେରା ଓ ସେହି ଗାଡିରେ ବସି ଥିବା ରାଜେନ୍ଦ୍ର ବୋଡୁ ଏବଂ ଏକ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସମସ୍ତେ ବ୍ରହ୍ମପୁର ନିକଟ ହଳଦିଆପଦର ଗାଁର ବୋଲି ସୂଚନା ମିଳିଛି। ଖବର ପାଇ ଦୁର୍ଘଟଣା ସ୍ଥଳରେ ଆସିକା ପୋଲିସ ଏବଂ ଆସକା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କୁ ଆସିକା ମେଡିକାଲ ଆଣିଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରିବାହୀ ବସ ଗାଡିକୁ ଜବତ କରି ତଦନ୍ତ ଚଳାଛି। ସେପଟେ ବସରେ ଥିବା ଯାତ୍ରୀ ମାନଙ୍କ…

Read More

ନୂଆଦିଲ୍ଲୀ: ବିହାର ସରକାରରେ ସବୁକିଛି ଠିକ୍ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ବାହାରି ନାହିଁ। କିନ୍ତୁ ଗତ କିଛି ଦିନ ମଧ୍ୟରେ ବିହାର ରାଜନୀତିକୁ ନେଇ ଯେଉଁ ଘଟଣାକ୍ରମ ସାମ୍ନାକୁ ଆସୁଛି, ତାହା ବୁଝିବା କଷ୍ଟସାଧ୍ୟ ନୁହେଁ ଯେ ବିହାର ରାଜନୀତିରେ ସବୁକିଛି ଠିକ୍ ଚାଲିନାହିଁ। ଗଣତନ୍ତ୍ର ଦିବସ ଅବସରରେ ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଝଲକ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପରସ୍ପରଠାରୁ ଦୂରରେ ରହିଥିବାର ନଜର ଆସିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଉଭୟ ପରସ୍ପରଠାରୁ ଦୂରରେ ବସିଥିବାର ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ କେବଳ ଗୋଟିଏ ଚେୟାର ଖାଲି ଥିବାବେଳେ ଏହି ଚିତ୍ର ସାମ୍ନାକୁ ଆସିବା ପରେ ରାଜନୀତିର…

Read More

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଆମ ସମ୍ବିଧାନ କିଏ ଲେଖିଥିଲା? କିଛି ଲୋକଙ୍କ ମନରେ ଡ. ଭୀମରାଓ ଆମ୍ବେଦକରଙ୍କ ନାମ ଥିବାବେଳେ ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ପ୍ରେମ ବିହାରୀ ନାରାୟଣ ରାୟଜାଦା। ଡ. ଆମ୍ବେଦକର ସମ୍ବିଧାନ ସଭାର ଡ୍ରାଫ୍ଟିଂ ସଭାର ସଭାପତି ହୋଇ ସମ୍ବିଧାନର ରଚୟିତା ହେବାର ଶ୍ରେୟ ପାଆନ୍ତି, କିନ୍ତୁ ପ୍ରେମ ବିହାରୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସମ୍ବିଧାନର ମୂଳ ନକଲକୁ ନିଜ ହାତରେ ଇଂରାଜୀରେ ଲେଖିଥିଲେ। ଏହି କାମ ପାଇଁ ତାଙ୍କୁ ୬ ମାସ ସମୟ ଲାଗିଥିଲା ଏବଂ ସମୁଦାୟ ୪୩୨ଟି ନିବ୍ ଏହି ଲେଖିବାରେ ନଷ୍ଟ ହୋଇଯାଇଥିଲା। ୭୫ତମ ସାଧାରଣତନ୍ତ୍ର ଦିବସରେ ଭାରତୀୟ ସମ୍ବିଧାନ ତିଆରି, ଲେଖିବା ଓ ସଂରକ୍ଷଣ ସହ ଜଡ଼ିତ ୮ଟି ରୋଚକ କଥା ୧. ନେହେରୁଙ୍କ ଅନୁରୋଧକ୍ରମେ ପ୍ରେମ ବିହାରୀ ଲେଖିଥିଲେ, ଏଥିପାଇଁ କୌଣସି ଅର୍ଥ ନେଇନାହାନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନିଜେ କ୍ୟାଲିଗ୍ରାଫର ପ୍ରେମ…

Read More