ନୂଆଦିଲ୍ଲୀ: କରୋନା ପୁଣିଥରେ ଭାରତରେ ଦେଖିବାକୁ ମିଳିଛି ଏବଂ ଏହାର ସବ୍-ଭାରିଆଣ୍ଟ JN.1 ଦ୍ରୁତ ଗତିରେ ବ୍ୟାପିଛି। ସୂଚନାନୁସାରେ, 26 ଡିସେମ୍ବର ମଙ୍ଗଳବାର ପର୍ଯ୍ୟନ୍ତ ସାରା ଦେଶରେ JN.1 ଭାରିଆଣ୍ଟର 109 ଟି ମାମଲା ରୁଜୁ ହୋଇଛି। ଏହି ଜୀବାଣୁ ଏପର୍ଯ୍ୟନ୍ତ ଦେଶର 8 ଟି ରାଜ୍ୟରେ ବ୍ୟାପିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୁଜୁରାଟରୁ 36 ଟି, କର୍ଣ୍ଣାଟକର 34 ଟି, ଗୋଆରୁ 14 ଟି, ମହାରାଷ୍ଟ୍ରର 9 ଟି, କେରଳର 6 ଟି, ରାଜସ୍ଥାନର 4 ଟି, ତାମିଲନାଡୁର 4 ଟି ଏବଂ ତେଲେଙ୍ଗାନାରୁ 2 ଟି ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଅଧିକାଂଶ ରୋଗୀଙ୍କୁ ଘରେ ପୃଥକ ବାସରେ ରଖାଯାଇଛି।
Author: SM Network
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ଲିଖିତ ‘ଦିବସ ୧୦୧’ ପୁସ୍ତକ ଛତିଶଗଡ ମହାମହିମ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଙ୍କ ଦ୍ଵାରା ଭୁବନେଶ୍ଵର ସ୍ଥିତ ବାସଭବନ ପରିସରରେ ଉନ୍ମୋଚନ ହୋଇଯାଇଛି। ଏଥିସହିତ ପୂର୍ବରୁ ମଧ୍ୟ ଓଡିଶାର ପ୍ରାକ୍ତନ ମହାମହିମ ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କ ଦ୍ଵାରା ଶ୍ରୀ ନାୟକଙ୍କ ଲିଖିତ ପୁସ୍ତକ ‘ଶରିର ଗାଥା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉକ୍ତ ପୁସ୍ତକରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ୧୦୧ ଟି ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡିକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଓ କାରଣ ସମ୍ପର୍କରେ ବିଶଦ ଭାବରେ କବିତା ମାଧ୍ୟମରେ ପ୍ରକାଶ କରାଯାଇଛି। ଏକାଧାରରେ ଶ୍ରୀ ନାୟକ ଜଣେ ଉତ୍ତମ ଶିକ୍ଷକ ସହ ଜଣେ ସୁନାମଧନ୍ୟ ସାହିତ୍ୟିକ ଓ ଲେଖକ। ବର୍ତ୍ତମାନ ସୁଦ୍ଧା…
ଭୁବନେଶ୍ୱର: ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ବଡ଼ଦିନ ଅବସରରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ନିର୍ଦ୍ଧାରିତ ଏହି ଦିନରେ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି ପରିଷଦର ଶିକ୍ଷକ ସଭାପତି ବିପିନ କୁମାର ସାହୁ ଯୋଗଦାନ କରି ନିଜର ଅଭିଭାଷଣରେ ‘ପୁରାତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ଗୌରବ, ସେମାନେ ସମାଜରେ ପ୍ରତିଷ୍ଠା ଲାଭ କଲେ ମାତା-ପିତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦିତ ହେବେ’ ବୋଲି କହିଥିଲେ। ଏହି ଅବସରରେ ପୁରାତନ ଛାତ୍ର ପରିଷଦର ଶିକ୍ଷକ ଉପସଭାପତି ଶିତିକଣ୍ଠ ପତି ବିଦ୍ୟାଳୟର ଗୌରବ ବୃଦ୍ଧିନିମନ୍ତେ ପୁରାତନ ଛାତ୍ରମାନେ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପ୍ରାକ୍ତନ ସମାଜବିଜ୍ଞାନ ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ପୁରାତନ ବିଦ୍ୟାର୍ଥୀମାନଙ୍କୁ ନିଜର ଦୀର୍ଘଦିନର ଶିକ୍ଷା ଅଭିଜ୍ଞତାରୁ କିଛି ଉପଦେଶାତ୍ମକ କଥା କହିବା ସହ ଦୁନିଆରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ପରିଷଦର ସଂଯୋଜିକା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜ ସମସ୍ତଙ୍କୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହା ହେଉଛି ତୃତୀୟ ସମ୍ମିଳନୀ, ପ୍ରଥମଟି ୨୦୨୨ ଜୁନ୍ ରେ ଧର୍ମଶାଳାରେ ଏବଂ ଦ୍ୱିତୀୟ ସମ୍ମିଳନୀ ଜାନୁଆରୀ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ସମବାୟ ସଂଘୀୟତାର ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଂଶୀଦାର ଶାସନ ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଏ। ଚଳିତ ବର୍ଷ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ତିନି ଦିନିଆ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ ଖିଲାମୁଣ୍ଡାଙ୍କ ପିଠରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କାଶୀନାଥ ଲେଙ୍କା, ଧନେଶ୍ଵର ଭୋଳ, ସୁରେଶ ସାମନ୍ତରାୟ, ଦୂର୍ଗାପ୍ରସାଦ ମହାରଣା, ଗୌରହରି ଦଳବେହେରା ଓ ଯୁଧିଷ୍ଠିର ସ୍ଵାଇଁଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା। ଦୀର୍ଘ ୨୯ ବର୍ଷ ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଯାହାକୁ ନେଇ ୧୯୯୪ ବ୍ୟାଚର ବନ୍ଧୁମାନେ ଭାବବିହ୍ଵଳ ହୋଇପଡିଥିଲେ। ଏହି ସମୟରେ ବନ୍ଧୁମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଏତେ ବର୍ଷର ବ୍ୟବଧାନ ଯୋଗୁଁ ସମସ୍ତ ବନ୍ଧୁମାନଙ୍କର ଚେହେରାରେ ଅନେକ ପରିବର୍ତ୍ତନ ଘଟିଥିବାରୁ ପରସ୍ପରକୁ ଚିହ୍ନିବାରେ କଷ୍ଟକର ହୋଇପଡିଥିଲା। ତଥାପି ସେମାନେ ପୁରୁଣା ସ୍ମୃତିକୁ ମନ ପକାଇ ନିଜ ନିଜ ମଧ୍ୟରେ ପରିଚିତ ହୋଇଥିଲେ। ତେବେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ସେପ୍ଟେମ୍ବର ୨୦୨୩ରେ କ୍ରାଉନ୍ ପ୍ରିନ୍ସଙ୍କ ଭାରତ ଗସ୍ତ ପରବର୍ତ୍ତୀ ସମୟରେ ଦ୍ୱିପାକ୍ଷିକ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ଅଗ୍ରଗତି ସମ୍ପର୍କରେ ଉଭୟ ନେତା ସମୀକ୍ଷା କରିଥିଲେ। ସେମାନେ ଭବିଷ୍ୟତ ପାଇଁ ଆଗଧାଡ଼ିର ଦ୍ୱିପାକ୍ଷିକ ଭାଗିଦାରୀ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ନେତାମାନେ ମତ ବିନିମୟ କରିଥିଲେ। ସେମାନେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ପ୍ରଭାବିତ ଜନସାଧାରଣଙ୍କ ପାଇଁ ମାନବିକ ସହାୟତା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା…
ନୂଆଦିଲ୍ଲୀ: କୁସ୍ତି ମହାସଂଘ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କ ବିରୋଧ ଜାରି ରହିଛି। ତେବେ କୁସ୍ତି ସଙ୍ଗଠନକୁ ନେଇ ସର୍ବଶେଷ ବିବାଦ ପରେ କେନ୍ଦ୍ର ସରକାର ମହାସଂଘ ନିର୍ବାଚନ ପରେ ନବ ନିର୍ବାଚିତ କମିଟିକୁ ଭଙ୍ଗ କରି ଦେଇଛନ୍ତି। ଏହି ବିବାଦ ମଧ୍ୟରେ ଅନେକ କୁସ୍ତି ଯୋଦ୍ଧା ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ପୁରସ୍କାର ଫେରସ୍ତ ବିଷୟରେ ଆଲୋଚନା କରିଛନ୍ତି। କୁସ୍ତି ସଂଘ ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରାଜନୀତି ମଧ୍ୟ ଚାଲିଛି। କିଛି ଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏହି କୁସ୍ତିଯୋଦ୍ଧାମାନଙ୍କୁ ଭେଟିଥିଲେ। ଏଥି ସହ ବର୍ତ୍ତମାନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଜରଙ୍ଗ ପୁନିଆଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧୀ ଏବଂ ବଜରଙ୍ଗ ପୁନିଆଙ୍କ ଏହି ସାକ୍ଷାତ ହରିୟାଣାର ଝଜ୍ଜରରେ ଆୟୋଜିତ ଏକ ବୈଠକରେ ହୋଇଥିଲା। କହିବାକୁ ଗଲେ କିଛି ଦିନ ପୂର୍ବରୁ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ ଘୋଷଣା କରିଛନ୍ତି ଯେ,…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନୟା ଯାତ୍ରା’ କରିବାକୁ ଯାଉଛନ୍ତି। ଭରତ ଯୋଡୋ ଯାତ୍ରା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହେବ ବୋଲି ଜଣାପଡିଛି। ଯାହା ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହୋଇପାରେ। ତେବେ ଏହି ଯାତ୍ରାରେ ରାହୁଲ ଗାନ୍ଧୀ ମୋଟ ୬୨୦୦ କିମି ପଦ ଯାତ୍ରା କରିବେ ବୋଲି ସୂଚନା ରହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଦୁନିଆର ପ୍ରଥମ ନେତା ହୋଇଛନ୍ତି, ଯାହାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ (ପିଏମ ମୋଦି ୟୁଟ୍ୟୁବ୍ ଚ୍ୟାନେଲ୍) ର ୨ କୋଟି ସବସ୍କ୍ରାଇବର ଅଛନ୍ତି। ନରେନ୍ଦ୍ର ମୋଦୀଙ୍କ ନାମରେ ପିଏମ ମୋଦୀଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ଏହି ଚ୍ୟାନେଲରେ ୪.୫ ବିଲିୟନ ଅର୍ଥାତ୍ ୪୫୦ କୋଟି ଭ୍ୟୁ ହୋଇସାରିଛି। ଏହି ମାସରେ, ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ମୋଟ ଭ୍ୟୁଜ ୨୨.୪ କୋଟି, ଯାହା ଏକ ରେକର୍ଡ। ଗତ ବର୍ଷ ଫେବୃଆରୀରେ ପିଏମ ମୋଦୀଙ୍କ ଚ୍ୟାନେଲ (ପିଏମ ମୋଦୀ ୟୁଟ୍ୟୁବ ଚ୍ୟାନେଲ) ର ସବସ୍କ୍ରାଇବରଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଥିଲା। ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ତିନୋଟି ଲୋକପ୍ରିୟ ଭିଡିଓ ଅଛି। ସେଗୁଡିକର ମୋଟ ଭ୍ୟୁଜ ହେଉଛି ୧୭୫ ନିୟୁତ। ପ୍ରଧାନମନ୍ତ୍ରୀ ମୋଦୀ ୨୦୦୭ ରେ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ତା’ପରେ ସେ…
ରଣପୁର: ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ଏହି ଖବର ପରିବେଷଣ କରାଯାଇଥିଲା। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁ ଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ। ଯାହା ଫଳରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଥିଲା ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିଲେ। କିନ୍ତୁ ଗୋଟାଏ ଦିନ ଚିକିତ୍ସା କରି ସେମାନେ ସେଠାରୁ ପଳାଇ ଯାଇଥିଲେ। ଚିକିତ୍ସା ପରେ ମଧ୍ୟ ହାତୀଟିର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଆୟୋଜକ ଦକ୍ଷିଣ ଆଫ୍ରିକା ଦଳ ଭାରତ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୫୯ ଓଭରରେ ୮ ୱିକେଟ୍ ହରାଇ ୨୦୮ ରନ୍ ସ୍କୋରରେ ପହଞ୍ଚିଛି। ବର୍ଷା ଶେଷରେ ଖେଳକୁ ବ୍ୟାହତ କରିଥିଲା ଏବଂ ଶେଷରେ ପ୍ରଥମ ଦିନର ଖେଳ ବନ୍ଦ ହୋଇଥିଲା। ଭାରତ ପାଇଁ କେ.ଏଲ୍ ରାହୁଲ ୭୦ ଏବଂ ମହମ୍ମଦ ସିରାଜ ଖାତା ନ ଖୋଲି ଅପରାଜିତ ଫେରିଥିଲେ। ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରାବାଡା ସର୍ବାଧିକ ୫ ଟି ୱିକେଟ୍ ନେଇଥିଲେ।
ବଡଚଣା: କଥାରେ ଅଛି “ଗାଁ ପରିମଳ ଧୋବା ତୁଠରୁ” ପରିଷ୍କାର ପରିଚ୍ଛନ୍ନତା ଏକ ମାନବୀୟ ଜୀବନର ମୁଖ୍ୟ ଆଦର୍ଶଣୀୟ ଜୀବନଚର୍ଯ୍ୟା। କେବଳ ପାଠ୍ୟପୁସ୍ତକର ଅଧ୍ୟାୟ ଭାବରେ ନୁହେଁ ବା କୈାଣସି ସାର ଗର୍ଭକ ଭାଷଣର ଧାଡି, ସୁଧ ଆଚରଣ ଯେପରି ଜଣେ ମଣିଷର ଉତ୍ତମ ବ୍ୟକ୍ତିତ୍ୱକୁ ପ୍ରଦର୍ଶିତ କରିଥାଏ ସେହିଭଳି ସ୍ୱଚ୍ଛତାକୁ ଜଣେ ନିଜ ଚେତନାର ଜାଗରଣ ଭାବରେ ଚିନ୍ତା କରିବା ଏବଂ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାର ପ୍ରାସଙ୍ଗିକତା ରକ୍ଷା କରେ। ବଡଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ଗ୍ରାମପଞ୍ଚାୟତର ସ୍ୱଚ୍ଛତା ବାଟବଣା ହୋଇଅଛି। ପଞ୍ଚାୟତର ଚାରିଆଡେ କମ୍ପୋଷ୍ଟପିଟ ଓ ଡଷ୍ଟବିନ ତିଆରି ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ସେସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଅଛି। ସେହି ଅଳିଆ ଗୁଡିକ ବହୁ ଦିନ ରହିଯିବାରୁ ସେହି ସ୍ଥାନରୁ ଦୁର୍ଗନ୍ଧ ଗ୍ୟାସ ବାହାରୁଅଛି। ଦୀର୍ଘ ଦିନରୁ ଏହି ଅଳିଆ ଗଦା ହୋଇଥିବାବେଳେ ଏହାପ୍ରତି କାହାର ନଜର ନାହିଁ କି ଅଳିଆ ସଫା…
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ, ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ, ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…
ବଡଚଣା: କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଶହଶହ ଯୋଜନା। ଯୋଜନା ଅଧା ବାଟରେ ବାଟବଣା ହେବାରେ ଲାଗିଛି। ସରକାର ଗରିବ ନିରାଶ୍ରୟଙ୍କୁ ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡିଆ, ମଧୁବାବୁ ପେନ୍ସନ ଭଳି ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୃଣମୁଳ ସ୍ତରରେ ଥିବା ଲୋକେ ଅଧିକରୁ ଅଧିକ କିପରି ସାମିଲ ହୋଇପାରିବେ ସେଥିପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୀକ୍ଷ୍ନ ଦୃ୍ଷ୍ଟି ଦେବା ପାଇଁ ତାଗିଦ କରିଥିବା ବେଳେ ବଡଚଣା ବ୍ଲକ ପତରାଜପୁର ପଞ୍ଚାୟତର ୱାର୍ଡ ନଂ ୫ର ସୀତା ଘଡେଇ (୬୮) ଙ୍କ ସ୍ୱାମୀ ସ୍ୱର୍ଗତ ରୁପ ଘଡେଇଙ୍କ ମୃତ୍ୟୁ ୧୦ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ସୀତା ଘଡେଇ ଭତ୍ତା ପାଇଁ ସରକାରୀ ବାବୁଙ୍କ ପାଖକୁ ଧାଇଁ ଧାଇଁ ୨ବର୍ଷ ପରେ ଭତ୍ତା ହୋଇଥିଲା। ୨ଗୋଟି ପୁଅ ବାହା…
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ୧୮ତମ “ତୋଷାଳି” ଜାତୀୟ ହସ୍ତଶିଳ୍ପ ମେଳା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଡିସେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସ୍ତରୀୟ ମେଳାରେ ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଇଛି। ଶେଷ ଦିନରେ ମଧ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର ସହିତ ଫୁଡ୍ କୋର୍ଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରତିବର୍ଷ ତୋଷାଳି ମେଳା ଆୟୋଜନ କରାଯାଉଛି। ଚଳିତବର୍ଷ ମେଳାରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ସହିତ ଜନଜାତି କଳାକୃତି ପ୍ରମୁଖ ଆକର୍ଷଣ ପାଲଟିଥିଲା। ୧୨ ଦିନ ଧରି ଚାଲିଥିବା ଏହି ମେଳାକୁ ୨୫ ଲକ୍ଷରୁ ଅଧିକ ଲୋକ ଆସିଥିବା ଆକଳନ କରାଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗର ପ୍ରମୁଖ ଶାସନ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ। ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ…
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି। ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଆଜି ଏହା ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ହାସଲ କରିଛି ଏବଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଛୋଟ ଚାରାଗଛରୁ ମହାଦ୍ରୁମରେ ପରିଣତ ହୋଇଥିବା ବିଜେଡି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ ନିଷ୍ଠାପର ଭାବେ କାମ କରିଚାଲିବ। ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ…
ରଣପୁର: ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ ୨୭ତମ ପ୍ରତିଷ୍ଠା ଦିବସ ପାଳିଥିଲା। ଏହି ଅବସରରେ ରଣପୁର ବିଜୁ ଜନତା ଦଳ ମଧ୍ୟ ଧୁମ ଧାମ ସହ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ୧୯୯୭ରେ ଜନ୍ମ ନେଇଥିବା ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ୨୬ଟି ବର୍ଷ ପାଳନ କରି ସାରିଥିବା ବେଳେ ମଙ୍ଗଳବାର ଦିନ ୨୭ ବର୍ଷରେ ପାଦ ଥାପି ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ଆରମ୍ଭ କରିଛି ୨୦୨୪ ନିର୍ବାଚନ ଯାତ୍ରା। ତୃଣମୂଳ ଲୋକଙ୍କ ପାଖରେ ପହଂଚି ଘରେ ଘରେ ବିଜେଡି କର୍ମୀ ପହଞ୍ଚାଇବେ ନବୀନଙ୍କ ବିକାଶ ବାର୍ତ୍ତା। ଜାନୁଆରୀ ୨୩ ରୁ ମାର୍ଚ୍ଚ ୫ ତାରିଖ ଯାଏଁ ପ୍ରତି ଘରକୁ ଯିବେ ବିଜେଡି କର୍ମୀ। ଜନ ସମ୍ପର୍କ ଯୋଡ଼ିବେ, ଦଳର ପ୍ରଚାର କରିବେ। ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି…
ଭୁବନେଶ୍ବର: ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର Viability Gap Funding ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍ରେ ରାଉରକେଲାରୁ କୋଲକତା ଯାତ୍ରା କରିପାରିବେ। ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।
ଖୋର୍ଦ୍ଧା: ଜାନୁଆରୀ ମାସ ୧୭ ତାରିଖରେ ପୁରୀ ଜିଲ୍ଲାରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ପୁର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରମୁଖ ଜଗନ୍ନାଥ ମନ୍ଦିର ଓ ବିଖ୍ୟାତ ଅନ୍ୟ ମନ୍ଦିର ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ପୁରୀର ସହଯୋଗରେ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ଠାରେ ମହାଆଡମ୍ବରରେ ଅଭ୍ୟର୍ଥନା ପୁର୍ବକ ସଂକୀର୍ତ୍ତନ ଢୋଲ ବଜାଇ ଅତିଥି ମାନଙ୍କୁ ମନ୍ଦିରକୁ ପାଛୋଟି ନିଆଯାଇଥିଲା। ମନ୍ଦିର ପ୍ରଶାସନର ମୁଖ୍ୟ ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ /ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ/ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ/ସାମ୍ବାଦିକ/ବହୁ ସମ୍ମାନୀୟ ବ୍ୟକ୍ତି/ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।…

