Author: Samikhsya Bureau

ଭୁବନେଶ୍ବର: ଧାରାବାହିକ ଭାବେ ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ। କାରଣ ହେଲା ଏକାଥରେ ତିନିଦିନ ଧରି ଛୁଟି ପଡୁଥିବା ବେଳେ ଗୋଟିଏ ଦିନ ବ୍ୟାଙ୍କ ଅଫିସର ସଂଘ ଦିନିକିଆ ଧର୍ମଘଟ ଡାକରା ଦେଇଛି। ଫଳରେ ଚାରିଦିନ ଏହି ଛୁଟି ପଡୁଥିବାରୁ ବ୍ୟାଙ୍କ ଅଧିକାରୀମାନେ ବେଶ ଖୁିସି ରହିଛନ୍ତି। ସୂଚନା ଅନୁସାରେ ଆସନ୍ତାକାଲି ହେଉଛି ମାସର ଚତୁର୍ଥ ଶନିବାର, ଯାହା ସାଧାରଣରେ ବ୍ୟାଙ୍କ ବନ୍ଦ ରହେ। ସେହିପରି ତାପରଦିନ ହେଉଛି ରବିବାର ଏବଂ ସୋମବାରରେ ହେଉଛି ଗଣତନ୍ତ୍ର ଦିବସ। ତିନିଦିନ ସରକାରୀ ଛୁଟି ସରିବା ପରେ ମଙ୍ଗଳବାର ଦିନ ଦେଶର ବ୍ୟାଙ୍କ ମହାସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ ସେହିଦିନ ମଧ୍ୟ ବ୍ୟାଙ୍କ କାମ କିଛି ହୋଇପାରିବ ନାହିଁ। ବ୍ୟାଙ୍କରେ ସପ୍ତାହକୁ ପାଞ୍ଚଦିନ କାମ କରିବା ପାଇଁ କର୍ମଚାରୀମାନେ ଦାବୀ କରିଛନ୍ତି। ଫଳରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ United Forum of Bank…

Read More

Davos World Economic Forum: ତେଲେଙ୍ଗାନା ସରକାର ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ୍ 2026ରେ ପ୍ରାୟ 30,000 କୋଟି ଟଙ୍କାର ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି ଏବଂ ପ୍ରାୟ 30,000 କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ହାସଲ କରିଛନ୍ତି। ତେଲେଙ୍ଗାନାରେ ଏକ ଇସ୍ପାତ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ପାଇଁ ରାଜ୍ୟ ଏକ ପ୍ରମୁଖ ଭାରତୀୟ ଶିଳ୍ପ ସଂଗଠନ, ରଶ୍ମି ଗ୍ରୁପ୍ ସହିତ ଏକ ପ୍ରମୁଖ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଏଥିରେ 12,500 କୋଟି ଟଙ୍କାର ନିବେଶ ପ୍ରତିଶୃତି ମିଳିଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ପ୍ରକଳ୍ପରେ ପ୍ରାୟ 12,000 ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଅଛି ଏବଂ ରାଜ୍ୟର ଉତ୍ପାଦନ ଇକୋସିଷ୍ଟମକୁ ଉଲ୍ଲେଖନୀୟ ଭାବରେ ମଜବୁତ କରିବ। ସେହିପରି କାଲିଫର୍ନିଆସ୍ଥିତ ଏକ କମ୍ପାନୀ ବ୍ଲେଜ୍ ସହିତ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର କରାଯାଇଛି। ଏଥିରେ ହାଇଦ୍ରାବାଦରେ ଏହାର ଗବେଷଣା ଏବଂ ବିକାଶ କେନ୍ଦ୍ରକୁ ସ୍କେଲିଂ…

Read More

ଭୁବନେଶ୍ବର: ନାକାଗେଟ ଛକ ଠାରୁ କାଟେଣୀ ପର୍ଯ୍ୟନ୍ତ ୨.୦୩୫ କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ଚାରି ଲେନ ହେବ। ପୂର୍ତ୍ତମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏହାର ଶିଳାନ୍ୟାସ କରିଛନ୍ତି। ଏହି ରାସ୍ତା ଦ୍ୱାରା କଳିଙ୍ଗନଗର, କଳିଙ୍ଗ ବିହାର, କାଟେଣୀ ଛକରେ ଉପୁଜୁଥିବା ଟ୍ରାଫିକ ସମସ୍ୟାରୁ ସାଧାରଣ ଜନତାଙ୍କୁ ମୁକ୍ତି ମିଳିବ। ଏଥିରେ ୬ କୋଟି ୨୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି। ଘାଟିକିଆସ୍ଥିତ ହନୁମାନ ମନ୍ଦିର ଠାରେ ପୂର୍ତ୍ତବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ରାସ୍ତା ଏବଂ ବିଲଡିଂ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ କୁମାର ମହାନନ୍ଦା, ରାସ୍ତା ଏବଂ ବିଲଡିଂ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ଅମରେଶ ରାଉତରାୟ ଓ ଘାଟିକିଆ ହନୁମାନ ମନ୍ଦିର ସଭାପତି ଶ୍ରୀ ବିପିନ ବିହାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଆଜି ନେତାଜୀ ଜୟନ୍ତିରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ। ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ସେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଛନ୍ତି। ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି। ଆଜି କଟକରେ ଆୟୋଜିକ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତି ତଥା ପରାକ୍ରମ ଦିବସରେ ଯୋଗଦେବେ। ସେ ପ୍ରଥମେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନେତାଜୀ ସଂଗ୍ରାହଳୟ ପରିଦର୍ଶନ କରିବେ।

Read More

ଭୁବନେଶ୍ବର: ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ବୋଲି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ଓ ଆଡିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ଅନ୍ତର୍ଭୁକ୍ତ କରାଯିବ। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୪୦,୩୮୦ ଗୋଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାବେଳେ, ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡିଶା ପାଣି ପଞ୍ଚାୟତ…

Read More

ଭୁବନେଶ୍ବର: ଆଜି ଆଇନି, ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି HDFC Bank ଅଧିକାରୀ। ଏହି ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତକାର କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଡିଜିଟାଲ ଓଡ଼ିଶା ଗଢ଼ିବା ଦିଗରେ ଏଚଡ଼ିଏଫସି ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ସହଯୋଗ କରୁଥିବା ବେଳେ ନିଜର ସାମାଜିକ ଦାୟିତ୍ୱ ସମ୍ପାଦନ ପୂର୍ବକ ବିଭିନ୍ନ ସିଏସଆର କାର୍ଯ୍ୟ ମଧ୍ୟ ଜାରି ରଖିଛି । ଯେକୌଣସି ସ୍ଥାନରୁ ମହାପ୍ରଭୁ ଶ୍ରୀଜଗନ୍ନଥଙ୍କୁ ଦାନ କରିବାର ପ୍ରକ୍ରିୟା ଉପଲବ୍ଧ କରିବାର ପ୍ରକ୍ରିୟା ଆରମ୍ଭ କରି 450ଟି ଏଟିଏମରେ ଏହି ପ୍ରକ୍ରିୟା ଏଚଡ଼ିଏଫସି ବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ବୈଠକରେ ସରକାରୀ ଏବଂ ପ୍ରତିଷ୍ଠାନଗତ ବ୍ୟବସାୟ ଷ୍ଟାର୍ଟଅପ୍ସ ର କଣ୍ଟ୍ରି ହେଡ଼ ଶ୍ରୀ ସୁନାଲି ରୋହରା, ଓଡ଼ିଶା,ବିହାର,ଝାରଖଣ୍ଡର ରିଜିଓନାଲ ହେଡ କୁମାର ଅଭିଷେକ, ଜୋନାଲ ହେଡ଼ ଶ୍ରୀ ଅର୍ଜୁନାନନ୍ଦ ୱାଘ, କ୍ଲଷ୍ଟର ହେଡ଼ ଶ୍ରୀ ଅନିମେଶ ବିଶ୍ୱାଳ, ଏଚଡ଼ିଏଫସି…

Read More

ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଜାନୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି। ସେ କଟକରେ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସରେ ଯୋଗଦେବେ। ଏହି ଅବସରରେ ଉପ ରାଷ୍ଟ୍ରପତି ନିକଟସ୍ଥ ଜିଲ୍ଲା ସଂସ୍କୃତି ଭବନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉପ ରାଷ୍ଟ୍ରପତି ସେଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୮. ୫୦ ରେ ପହଁଚିବେ। ଏହା ପରେ ସେ ସଡ଼କ ପଥରେ କଟକ ଯାତ୍ରା କରି ୯. ୩୫ ସୁଦ୍ଧା ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟରେ ପହଁଚି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଲୋକଭବନରେ ମଧ୍ୟାନ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।ଅପରାହ୍ଣରେ ସେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି।

Read More

President’s Visit to Odisha: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ଫେବୃୟାରୀ 2 ତାରିଖରେ ଭୁବନେଶ୍ବର ଆସିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ସେ ଦୁଇ ତାରିଖ ଅପରହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀ ଯାପନ କରିବେ। ଏହାପରେ ସେ 3 ତାରିଖରେ ସକାଳେ ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ବାଲେଶ୍ବର ଯିବେ। ଏହାପରେ ସେ 4 ତାରିଖରେ ଯାଜପୁର ମା ବିରଜା ମନ୍ଦିର ପରିଦର୍ଶନ କରି ମାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି 5 ଓ 6 ତାରିଖରେ ରାଷ୍ଟ୍ରପତି ମୟୁରଭଂଜର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ରାଜ୍ୟର ଉନ୍ନୟନ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ଓ ନିର୍ଦ୍ଧାରିତ ବ୍ୟୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ପିଏମ୍ ଜନ୍ ମନ୍, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟାନ୍ୟ ଯୋଜନା ବିଷୟରେ ସବିସ୍ତୃତ ସମୀକ୍ଷା କରାଯାଇଥିଲା। ଉପସ୍ଥିତ ଅଧିକାରୀମାନେ ନିର୍ମାଣଧିନ ଥିବା ସମସ୍ତ ପ୍ରକଳ୍ପର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକ ବିଷୟରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କୁ ଅବଗତ କରାଇଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସମସ୍ତ ପ୍ରକଳ୍ପର କାର୍ଯ୍ୟଗତିକୁ ତ୍ବରାନ୍ୱିତ କରିବା ଏବଂ ସମସ୍ତ ପରିକଳ୍ପିତ ବ୍ୟୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହିତ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି…

Read More

ଶିଶିର ସରସ ମେଳା ଉଦଯାପିତ: ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ଶିଶିର ସରସ-୨୦୨୬’ ମଙ୍ଗଳବାର ସଫଳତାର ସହ ଉଦଯାପିତ ହୋଇଛି। ପ୍ରଥମେ ଜାନୁଆରୀ ୧୮ରେ ଶେଷ ହେବାକୁ ଥିବା ଏହି ମେଳାକୁ, ପରିଦର୍ଶକଙ୍କ ବିପୁଳ ଆଗ୍ରହ ଦେଖି ଆହୁରି ଦୁଇ ଦିନ ପାଇଁ ବଢ଼ାଯାଇଥିଲା। ମେଳାରେ ୩୪୦ଟି ଷ୍ଟଲ୍‌ ମାଧ୍ୟମରେ ଓଡ଼ିଶା ସହ ଦେଶର ୨୦ଟି ରାଜ୍ୟର କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନେ ଅଂଶ ଗ୍ରହଣ କରିଥିଲେ। ୧୧ ଦିନ ଧରି ଚାଲିଥିବା ଏହି ମେଗା ମେଳାରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଥି ମଧ୍ୟରୁ ମକର ସଂକ୍ରାନ୍ତି ଅବସରରେ ଆୟୋଜିତ ଗୁଡ଼ି ଉତ୍ସବ ଆଧୁନିକ ପିଢ଼ିଙ୍କୁ ପାରମ୍ପରା ଓ ସଂସ୍କୃତି ସହିତ ଯୋଡ଼ିଥିଲା। ସାଂସ୍କୃତିକ ମଞ୍ଚରେ ବଲିଉଡ୍ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ସଙ୍ଗୀତମୟ ପ୍ରସ୍ତୁତି ସହ ଓଲିଉଡ଼ ତାରକା ପ୍ରକୃତି ମିଶ୍ରଙ୍କ ରାମ୍ପୱାକ୍ ଦର୍ଶକଙ୍କ ମନ ମୋହିଥିଲା।…

Read More

ଭୁବନେଶ୍ୱର: ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED) କ୍ଷେତ୍ରକୁ ଅନ୍ତଃ-ରାଜ୍ୟ ସହଯୋଗ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକ ଶିଶୁ ବିକାଶ (ECD) କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବା। ଏହି ବୁଝାମଣା ପତ୍ର ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂହ; ମେଘାଳୟ ସରକାରଙ୍କ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଏବଂ ଯୋଜନା ବିଭାଗର ପ୍ରମୁଖ ଶାସନ ସଚିବ ତଥା ଉନ୍ନୟନ କମିଶନର ଡକ୍ଟର ସମ୍ପଥ କୁମାର; ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାରେ ମେଘାଳୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଭାବରେ ନୀତିନ ନବୀନ ଦାୟିତ୍ବ ନେବା ପରେ ଅଭିନନ୍ଦନ ଜଣାଇନ୍ତି। ସେ କହିଛନ୍ତି ଯେ, ଦଳୀୟ ମାମଲାରେ, ନବୀନ ହେଉଛନ୍ତି ମୋର ନେତା ବା ବସ୍। ସେ ନିଜେ କେବଳ ଜଣେ ଦଳୀୟ କର୍ମୀ। ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୀତିନ ନବୀନଙ୍କୁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ସଭାପତି ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ତାଙ୍କର ଦାୟିତ୍ୱ ସଂଗଠନ ପରିଚାଳନା କରିବା ବ୍ୟତୀତ ସମସ୍ତ NDA ସହଯୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା। ଯେତେବେଳେ ଦଳର କଥା ଆସେ, ନୀତିନ ନବୀନ ହେଉଛନ୍ତି ମୋର ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ। ବର୍ତ୍ତମାନ ନୀତିନ ନବୀନ ଜୀ ଆମ ସମସ୍ତଙ୍କର ସଭାପତି। ଆଗାମୀ ଦଶନ୍ଧିଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

Read More

ଭୁବନେଶ୍ବର: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ ବା ଓୟୁଟିଆର ର 3ୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ରେଳ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି ଯୋଗ ଦେଇଥିଲେ। ଏଥିରେ ସେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ, ଆଜିଠାରୁ ତୁମମାନଙ୍କର ଏକ ନୂଆ ଯୁଗର ଆରମ୍ଭ ହେଲା, ଏହାକୁ ସଠିକ ବିନିଯୋଗ କରିବାର ଆବଶ୍ୟକତା ରହିଛି। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଇଆଇଟି କାନପୁରର ନିର୍ଦ୍ଦେଶକ ମନିନ୍ଦ୍ର ଅଗ୍ରୱାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ସ୍ବାଗତ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଉତ୍ସବରେ 793 ଜଣଙ୍କୁ ସ୍ନାତକ, 337 ଜଣଙ୍କୁ ସ୍ନାତକୋତ୍ତର, 4 ଜଣଙ୍କୁ ପିଏଚଡି ଏବଂ 64 ଜଣଙ୍କୁ ବିଜ୍ଞାନର ସ୍ନାତ୍ତକ ସହ ମୋଟ 1144…

Read More

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରର ଏକ ନମ୍ବର ହାଟରେ ନିଆଁ ଲାଗିଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏକ ଦୋକାନରେ ନିଆଁ ଲାଗିଥିଲା। ଏହାପରେ ଏହା ଚାରିଆଡେ ବ୍ୟାପି ଯାଇଥିଲା। ଫଳରେ ପ୍ରାୟ ଚାଳିଶ ଦୋକାନ ପୋଡି ଛାରଖାର ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ଘଟଣାରୁ ଜଣାପଡିଛି ଯେ, ଏକ ପ୍ଲାଷ୍ଟିକ ଦୋକାନରେ ପ୍ରଥମେ ନିଆଁ ଲାଗିଯାଇଥିଲା। ଏହାପରେ ଦୋକାନର ବିଭିନ୍ନ ପଲିଥିନ ଛାତକୁ ଧରିଥିଲା। ଫଳରେ ଏହି ନିଆଁ ପ୍ରବଳ ମାତ୍ରାରେ ବ୍ୟାପିବାରେ ଲାଗିଥିଲେ। ପାଖରେ ଥିବା କ୍ୟାପିଟାଲ ଥାନା ଅଧିକାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସାହାଯ୍ୟ କରିଥିଲେ। ଏହାପରେ ବିଏମସି କମିଶନର ଚଞ୍ଚଳ ରଣା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମକୁ…

Read More

ଭୁବନେଶ୍ବର: କଳାହାଣ୍ଡି ଓଡ଼ିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗ ଦେଇ କହିଛନ୍ତି । ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅର୍ଥାତ୍‌ ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ…

Read More

Odisha Investors’ Meet: କୋଲକାତା ନିବେଶକଙ୍କ ସମ୍ମିଳନୀରେ ରେକର୍ଡ଼ ପରିମାଣର ୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏଥିଯୋଗୁଁ ମୋଟ୍ ୯୦ ହଜାରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଚାରୋଟି କ୍ଷେତ୍ର ଅର୍ଥାତ ଟେକ୍ସଟାଇଲ୍‌, ମେଟାଲ୍ ଡାଉନ୍‌ଷ୍ଟ୍ରିମ, ଫାର୍ମା ଓ ପ୍ଲାଷ୍ଟିକ୍ ଶିଳ୍ପ ଉପରେ ନିବେଶ ପାଇଁ ଅଧିକ ଫୋକସ୍ କରାଯାଇଛି। ୨୭ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭିଜନ ୨୦୨୩୬ ଓ ୨୦୪୭ ଲକ୍ଷ୍ୟ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଆଗାମୀ ଜାନୁଆରୀ ୨୭ ଓ ୨୮ରେ ରାଉରକେଲାରେ ଆୟୋଜିତ ଏଣ୍ଟ୍ରପ୍ରାଇଜ ଓଡ଼ିଶାରେ ତାହା ପ୍ରତିଫଳିତ ହେବ। ଶନିବାର କୋଲକାତା ନିବେଶକଙ୍କ ସମ୍ମିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା କୋଲକାତାର ଆଇଟିସି ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀ ଶିଳ୍ପ ସହଭାଗୀତାକୁ ଆହୁରି ମଜ୍‌ଭୂତ କରିଛି। ଜାତୀୟ ଓ ବିଶ୍ୱସ୍ତରର ନିବେଶକଙ୍କ…

Read More

ଭୁବନେଶ୍ବର: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହି ଗସ୍ତ ସମୟରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେ ଗତକାଲି ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିବା ସହିତ କିଛି ସମୟ ଏକାଠି ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଉଭୟ ବିଜେଡି ଓ ସମାଜବାଦୀ ପାର୍ଟି ବିରୋଧୀ ଦଳରେ ଅଛନ୍ତି। ତେଣୁ ଉଭୟ ଦଳ ଭିତରେ କିଛି ମେଣ୍ଟ ସମ୍ଭାବନା ଅଛିକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅଖିଲେଶ। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ହେଉଛନ୍ତି ନୂଆ ଓଡିଶାର ବିନ୍ଧାଣୀ, ତାଙ୍କର ସ୍ବାସ୍ଥ୍ୟ ସଂପର୍କରେ ପଚାରିବାକୁ ଆସିଥିଲି। ଓଡିଶା ଉନ୍ନତିରେ ନବୀନ ଏବଂ…

Read More

ଭୁବନେଶ୍ବର: ରାଜ୍ୟର ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ ଜନସାଧାରଣ ମାନଙ୍କ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ (ବିଆଇଟିଏମ) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମସ୍  ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ ଏଣ୍ଡ ଟେକ୍ନୋଲୋଜିକାଲ  ମ୍ୟୁଜିୟମ୍ (ବିଆଇଟିଏମ୍)ର ନିର୍ଦ୍ଦେଶକ ଅର୍ଣ୍ଣବ ଚାଟାର୍ଜୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଖୁବଶୀଘ୍ର ଏକ ବୈଷୟିକ ଦଳ…

Read More

Sisira Sarasa in Bhubaneswar: ଶିଶିର ସରସ ମେଳାରେ ଗ୍ରାମୀଣ କଳା, ମହିଳା ସଶକ୍ତିକରଣ ଓ ସ୍ୱଦେଶୀ ଉତ୍ପାଦର ଝଲକ ଦେଖିବାକୁ ମିଳୁଛି। ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର କରିବାର ଏହା ଏକ ଅନନ୍ୟ ପ୍ରଚେଷ୍ଟା । ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି – ଓରମାସ ପକ୍ଷରୁ ଆୟୋଜିତ ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ନିଜର ସାମଗ୍ରୀ ବିକ୍ରୟ କରିଛନ୍ତି । ଭଳିକି ଭଳି ଡିଜାଇନର ହସ୍ତତନ୍ତ, ହସ୍ତଶିଳ୍ପ, ଅଳଙ୍କାର, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ ସହ ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଗ୍ରାମାଞ୍ଚଳର କାରିଗର, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏହି ମେଳାରେ ନିଜର ଉତ୍ପାଦ ଜିନିଷ ସହଜରେ ବିକ୍ରି କରି ଆର୍ଥିକ ଭାବେ ସଶକ୍ତ ହେଉଛନ୍ତି । ଶିଶିର ସରସ ମେଳାରେ ଓଡ଼ିଶାର ସବୁ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରୋତ୍ସାହନରେ…

Read More

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ବୁଧବାର ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ନେଡିପଦର ସ୍ଥିତ  ପି.ଏମଶ୍ରୀ ବାଳିକା ସେବାଶ୍ରମ  ସ୍କୁଲ୍‌ ପରିଦର୍ଶନ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଏହି ବିଦ୍ୟାଳୟ ପରିଦର୍ଶନ ଛାତ୍ରୀମାନଙ୍କ ପାଇଁ ଏକ ଅଭୂଲା ଓ ପ୍ରେରଣାଦାୟକ ସ୍ମୃତି  ହୋଇ ରହିବ। ମୁଖ୍ୟ ଶାସନ ସଚିବ ବିଦ୍ୟାଳୟ ପରିଦର୍ଶନ ସମୟରେ ଆଦିବାସୀ ଛାତ୍ରୀମାନଙ୍କ ସହ  ଅତି ଆତ୍ମୀୟତାର ସହିତ କଥା ହୋଇଥିଲେ , ପାଠ ପଢାଇଥିଲେ । ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ପଚାରିଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ଆଇନଜୀବୀ, କେହି କ୍ରୀଡ଼ାବିତ୍ ଆଉ କେହି ସିଭିଲ ସେବା ଅଧିକାରୀ ବା ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ ଆକାଂକ୍ଷା ପ୍ରକାଶ କରିଥିଲେ । ସାମାଜିକ ଓ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଏହି ଛାତ୍ରୀମାନଙ୍କ ଆକାଂକ୍ଷା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ…

Read More

ମେଷ: – ଆଜି ଏକ ଭଲ ଦିନ ହେବ। ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ। କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ବନ୍ଦ ହୋଇଥିବା ଟଙ୍କା ମିଳିପାରିବ। କୌଣସି କାରବାରରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାହିତ ଜୀବନ ସୁଖୀ ହେବ। ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ। କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ। ସ୍ୱାସ୍ଥ୍ୟ ଭଲ ହେବ। ସ୍ଥଗିତ କାର୍ଯ୍ୟ କରାଯାଇପାରିବ।…

Read More