ଭୁବନେଶ୍ବର: ରାଜ୍ୟର ଶିକ୍ଷା ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ। ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ– ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି। ସାରା ରାଜ୍ୟର ସବୁ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ତଥା ପ୍ରଥମ ପର୍ଯ୍ୟାୟର ୫-ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତର ପରେ ପରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପରେ ରାଜ୍ୟ ସରକାର ଆଜି ଏକାଥରକେ ୬୨୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ। କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ orientation କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା ହେଉଛି ସମାଜର ସାମୁହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଶିକ୍ଷା ବ୍ୟବସ୍ଥାର…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ବିଗତ ପନ୍ଦର ଦିନ ମଧ୍ୟରେ ବିଶ୍ଵପ୍ରସିଦ୍ଧ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି। ତଥାପି କମୁନି ପକ୍ଷୀଶିକାର। ଆଜି ପୁଣି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଦୁଇ ଜଣ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି। ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଭୂଷଣ୍ଡପୁର ଚିଲିକାର ୧୩ ନମ୍ବର କୁଦ ନିକଟରୁ ଦୁଇ ଜଣ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶିକାରୀଙ୍କ ନିକଟରୁ ବନ୍ୟପ୍ରାଣୀ ବିଭାଗ ସାତ ଗୋଟି ମୃତ ପକ୍ଷୀ ଜବତ କରିଛି। ଗିରଫ ଶୀକାରୀ ଦ୍ବୟ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳେଇପଦର ଗ୍ରାମର ଦୁଷ୍ମନ୍ତ ବେହେରା (୩୫) ଏବଂ ସୁରେନ୍ଦ୍ର ବେହେରା (୪୬)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୨ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ…
ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ-କର୍ମଚାରୀ ମାରଣ ନୀତି ଜାରି ରଖିଛନ୍ତି। ୬ ବର୍ଷ ଠିକା ଓ ଚୁକ୍ତିରେ ବିଦ୍ୟାଳୟରେ କାର୍ଯ୍ୟ କରାଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ୬ ବର୍ଷ କାଳ ଶିକ୍ଷକମାନଙ୍କୁ କମ୍ ଦରମା ଦେଉଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନରେ ୪୨୦୦ଟଙ୍କା ଗ୍ରେଡ୍ ପେ ଦେଇ ଦରମା ସଂଶୋଧନ କରିଥିବା ବେଳେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ସପ୍ତମ ବେତନ କମିଶନରେ ଗ୍ରେଡ୍ ପେ ୨୨୦୦ ଟଙ୍କା ଦରମା ସଂଶୋଧନ କରିଥିବାରୁ ଅନ୍ୟ ରାଜ୍ୟ ଶିକ୍ଷକମାନଙ୍କ ଦରମା ଠାରୁ ସର୍ବନିମ୍ନ ଦରମା ହୋଇଛି। ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ ମାନୁନାହାଁନ୍ତି। ଶିକ୍ଷା ଅଧିକାର ଆଇନରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ବିରୋଧରେ ତ୍ରୁଣମୂଳ କଂଗ୍ରେସର ଦୁଇଜଣ ସାଂସଦ ସ୍ବାଧୀକାର ଭଂଗ ଅଭିଯୋଗ ଆଣିଛନ୍ତି। କାରଣ ହେଲା ସେ ଏନଡିଟିଭି ଚ୍ୟାନଲର ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ କୌଣସି ପାର୍ଟିର ସଦସ୍ୟ ନୁହଁନ୍ତି। ସେ ହେଉଛନ୍ତି ମନୋନିତ ସଦସ୍ୟ। ସେ ଯେତେବେଳେ ଅନୁଭବ କରିବେ ସେତେବେଳେ ରାଜ୍ୟସଭାକୁ ଯିବେ। ରାଜ୍ୟସଭାକୁ ସବୁବେଳେ ଯିବାର କିଛି ଆବଶ୍ୟକ ନାହଁ ବୋଲି ଗୋଗେଇ ସିଧାସିଧା କହିଛନ୍ତି। ଏହି ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, ରାଜ୍ୟସଭାରେ ତାଙ୍କର ଉପସ୍ଥାନ ବହୁତ କମ ରହୁଛି। ଆପଣ ସାଂସଦ ହେବା ପରଠାରୁ 68 ବୈଠକ ହୋଇଛି। ସେଥିମଧ୍ୟରୁ ଆପଣ ମାତ୍ର 6ଟି ବୈଠକରେ ଯୋଗ ଦେଇଛନ୍ତି। ଏହାର ଉତ୍ତରରେ ଗୋଗୋଇ କହିଛନ୍ତି ଯେ, ଏହା ଠିକ୍ ଅଛି। ଏଥିରେ କିଛି ଅସୁବିଧା ନାହିଁ। ମୁଁ ପୂର୍ବରୁ ରାଜ୍ୟ ସଭାକୁ ଜଣାଇଥିଲି ଯେ କରୋନା ପାଇଁ ମୁଁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ରକ୍ଷକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ତାଲିମ ଦିଆଯାଇଥିବା “ରକ୍ଷକ” ସଦସ୍ୟମାନଙ୍କୁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ରକ୍ଷକର ରାଷ୍ଟ୍ରୀୟ ପ୍ରଶିକ୍ଷକ ଅଙ୍କୁର ଶର୍ମା ରକ୍ଷକ ପ୍ରକଳ୍ପ ମାଧ୍ୟମରେ ଦୁର୍ଘଟଣା ମାତ୍ରା ହ୍ରାସ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ପୋଲିସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ ପରିବହନ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକାଧିକ ଚୋରି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ କୁହୁଡି ଛକ କଷାକେନ୍ଦୁ ନିକଟରେ ବାଇକ୍ ଚୋରୀ ଅଭିଯୋଗ ହେବାପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଗୟା ନାୟକ ଓ ଅନାମ ନାୟକ। ଅନୁରୂପ ଭାବେ କାଳୁପଡା ଘାଟ ଅଞ୍ଚଳର ଏକ ମେଡିସିନ ଷ୍ଟୋରରୁ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ଚଣ୍ଡେଶ୍ୱର ଅଞ୍ଚଳର ମହେଶ ପ୍ରଧାନ। ଖବର ମୁତାବକ କାଳୁପଡାଘାଟ ଅଁଳାଡି ଛକରେ ଥିବା ଜୟ ହନୁମାନ ମେଡିସିନ ଷ୍ଟୋରରୁ ସ୍କାଏଲାଇଟ୍ ଭାଙ୍ଗି ସିସିଟିଭିର ହାର୍ଡଡିସ୍କ ସାଙ୍ଗକୁ ନଗଦ ୬ ହାଜର ଟଙ୍କା ଚୋରି କରିଥିଲେ ମହେଶ। ଏ ନେଇ ଦୋକାନୀ ଜଣକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ କରି…
ଭୁବନେଶ୍ବର: ଟିଟିଲାଗଡ ଏବଂ ଥେରୁବାଲୀ ରେଳ ସେକ୍ସନ ରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ (ଏଲଏଚଏସ) ଏବଂ ରେଳ ପୋଲ ମରାମତି ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ତାରଖି 22 ଏବଂ 29 ଡିସେମ୍ବର, 2021 ରେ ଦୁଇଟି ଟ୍ରେନ୍କୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। 1- ସମ୍ବଲପୁରରୁ ତା 22.12.2021 ଏବଂ 29.12.2021 ରିଖରେ ଛାଡ଼ିବାକୁଥିବା 18301 ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ। 2- ରାୟାଗଡା ଠାରୁ ତା 22.12.2021 ଏବଂ 29.12.2021 ରିଖରେ ଛାଡ଼ିବାକୁଥିବା ରାୟଗଡା-ଟିଟିଲାଗଡ ଏକ୍ସପ୍ରେସ ରାୟଗଡା ପରିବର୍ତ୍ତେ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରିବ। 3- 18301/18302 ସମ୍ବଲପୁର-ରୟଗଡା-ସମ୍ବଲପୁର ଏକ୍ସପ୍ରେସର ସେବା ତା 22.12.2021 ଏବଂ 29.12.2021 ରିଖରେ ଉଭୟ ପାର୍ଶ୍ୱରୁ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ବାତିଲ ରହିବ। 4- ରାୟପୁରରୁ ତା 22.12.2021 ଏବଂ 29.12.2021 ରିଖରେ ଛାଡ଼ିବାକୁଥିବା 08527 ରାୟପୁର-ବିଶାଖାପାଟନମ୍ ଟ୍ରେନ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭିଏତନାମ ସରକାରଙ୍କ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରୀ ନୁଏନ ମନ୍ ହଙ୍ଗଙ୍କ ସହ ଏକ ବୁଝାମଣା ପତ୍ର (ଲେଟର ଅଫ ଇଣ୍ଟେଣ୍ଟ (ଏଲ୍ଓଆଇ)) ରେ ସ୍ୱାକ୍ଷର କରିଛନ୍ତି। ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱାର୍କ କ୍ଷେତ୍ରରେ ନୀତି ଓ ନିୟାମକ ପ୍ରତିଷ୍ଠା ଏବଂ ଦୁଇ ଦେଶର ଗଣ ଯୋଗାଯୋଗ କ୍ଷେତ୍ରର ପେଶାଦାର ଓ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ତଥା ସୂଚନା ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରିବାରେ ଏହି ବୁଝାମଣା ସହାୟକ ହେବ। ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା ସମ୍ପର୍କର ଉଷ୍ମତା ଶ୍ରୀ ଠାକୁରଙ୍କ ବାସଭବନରେ ଦୁଇ ମାନ୍ୟବର ମନ୍ତ୍ରୀଙ୍କ ମଧ୍ୟରେ ଆନ୍ତରିକ ଆଲୋଚନା ସମୟରେ ପ୍ରତିଫଳିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ସୂଚନା…
ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫିଟ୍ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଆଜିକାଲି ଲୋକମାନେ ଭଲ ଦେଖାଯିବା ପାଇଁ କେଶ ଉପରେ ଅନେକ ପରୀକ୍ଷଣ କରନ୍ତି। କେଶକୁ କଳା କରନ୍ତି, କିନ୍ତୁ ଆଜି ବୃଦ୍ଧାବସ୍ଥା ବିନା ଲୋକଙ୍କ କେଶ ଧଳା ହୋଇଯାଏ। ଏହି କାରଣରୁ ଅନେକ ଥର ଲୋକମାନେ ଲଜ୍ଜା ଅନୁଭବ କରନ୍ତି। ଆଜି ଆମେ ଆପଣଙ୍କୁ ଲୌକି ସମ୍ବନ୍ଧୀୟ କିଛି ସୂଚନା ଦେବାକୁ ଯାଉଛୁ, ଯାହା ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଲୌକି, ଯାହା ଶରୀରକୁ ଆଭ୍ୟନ୍ତରୀଣ ଭାବରେ ଡିଟାକ୍ସ କରିଥାଏ ଏବଂ କେଶ ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ବାସ୍ତବରେ, ଆଜିକାଲି କେଶ ଧଳା ହେବା ଏକ ସାଧାରଣ କଥା ହୋଇଗଲାଣି। କଳାରୁ କେଶ ଧଳା ମଧ୍ୟ ମେଲାନିନ ପିଗମେଣ୍ଟେସନ୍ ଅଭାବରୁ ହୋଇପାରେ। ଏପରି ପରିସ୍ଥିତିରେ, ଆପଣ ଲୌକି ବ୍ୟବହାର କରି ଆପଣଙ୍କ ଧଳା କେଶକୁ କଳା କରିପାରିବେ। ଲୌକିର ଲାଭ:…
ନୂଆଦିଲ୍ଲୀ: ସାରା ଭାରତରେ ପ୍ରସିଦ୍ଧ ଲାଭ କରିଥିବା କୋଲକାତାର ଦୁର୍ଗାପୂଜା ଶେଷରେ ବିଶ୍ବବାସୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଏହି ବିଶେଷ ପୂଜାକୁ ୟୁନିସ୍କୋ ତାହାର ବିଶ୍ବ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ୟୁନିସ୍କୋର ସାଂସ୍କୃତିକ ଐତିହ୍ୟ ସୁରକ୍ଷା କମିଟର ଷଷ୍ଠ ଅଧିବେସନରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ୟୁନିସ୍କୋ ତରଫରୁ ବିଭିନ୍ନ ଦେଶ ତରଫରୁ ସାଂସ୍କୃତିକ ଐତିହ୍ୟରେ ସ୍ଥାନିତ ହେବା ପାଇଁ କାର୍ଯ୍ୟକ୍ରମର ତାଲିକା ମଗାଯାଇଥିଲା। ଏଥିରେ ଭାରତ ସରକାର କୋଲକାତାର ଦୁର୍ଗାପୂଜାକୁ ମନୋନିତ କରିବା ପାଇଁ ନାମ ପଠାଯାଇଥିଲା। ଯାହାକୁ ୟୁନିସ୍କୋ କମିଟ ସ୍ବୀକୃତ ପ୍ରଦାନ କରିଛନ୍ତି। ଏହା ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ପ୍ରତିଟି ଭାରତୀୟ ପାଇଁ ଗର୍ବର ବିଷୟ। ( ଫଟୋ ସୌଜନ୍ୟ ୟୁନିସ୍କୋ)
ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କ ଅଣ୍ଡା ମାଡର ଶିକାର ହୋଇଛନ୍ତି ଆଉ ଜଣେ ସାଂସଦ। ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ବିରୋଧୀ ଅଣ୍ଡାମାଡ କରିଛନ୍ତି। ଏହାସହିତ କଳାପତାକା ଦେଖାଇ ବିରୋଧ ମଧ୍ୟ କରାଯାଇଛି। ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଠାରେ ସାଂସଦ ମୁନ୍ନା ଖାନ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ବିଭୁତି ବଳବନ୍ତରାୟଙ୍କ ଗାଡିକୁ ଛାତ୍ର କଂଗ୍ରେସ ଅଣ୍ଡାମାଡ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମକୁ ଉଭୟ ନେତା ଯାଉଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କାର୍ଡ ବଣ୍ଟନ ହେଉଥିବା ଅଭିଯୋଗ କରି ଛତ୍ର କଂଗ୍ରେସ ଉଭୟ ନେତାଙ୍କୁ ବିରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧ କରାଯାଇଛି। ତେବେ ବିରୋଧ ପ୍ରଦର୍ଶନ ବେଳେ ବିଜେଡ଼ି କର୍ମୀ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଏଥିରେ ଜଣେ କଂଗ୍ରେସ କର୍ମୀ ଆହାତ ହୋଇଥିବା ମାଧେ ଅଭିଯୋଗ…
ଭୁବନେଶ୍ବର: ରାଜ୍ୟରେ ଆଗାମୀ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଜିଲ୍ଲା ଗୁଡିକୁ ଇଭିଏମ ମେସିନ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି। ଗତକାଲି ୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଥିବା ବେଳେ ଆଜି ସକାଳୁ ଆଉ ୧୦ ଟି ଜିଲ୍ଲା ପାଇଁ ଇଭିଏମ ମେସିନ ପଠାଯାଇଛି। ଜାନୁୟାରୀ ଶେଷ ସପ୍ତାହ ସୁଦ୍ଧା ବାକି ସବୁ ଜିଲ୍ଲାକୁ ଇଭିଏମ ପଠାଯିବ ବୋଲି ଜଣାପଡିଛି। ଭୋଟ କେନ୍ଦ୍ରକୁ ୮ ହଜାର ଇଭିଏମ ପଠାଯିବ ବୋଲି ସୂଚନା ରହିଛି। ୧୦୫ ଟି ପୌରାଞ୍ଚଳ ଏବଂ ୩ ଟି ମହାନଗର ନିଗମରେ ଆସନ୍ତା ବର୍ଷ ନିର୍ବାଚନ ହେବ। ଏହି ନିର୍ବାଚନରେ ମୋଟ ୪୭ ଲକ୍ଷ ଲୋକ ମତଦାନ କରିବେ।
ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ଲୋକଙ୍କୁ ଦିଆଯାଇଥିବା ଆଣ୍ଟି-କୋଭିଡ ଟିକା ସଂଖ୍ୟା ୧୩୫ କୋଟି ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବୁଧବାର ଦିନ ୬୦ ଲକ୍ଷରୁ ୧୨ ହଜାରରୁ ଅଧିକ ଡୋଜ ଦିଆଯାଇଥିଲା, ଯେଉଁଥିରେ ୧୫ ଲକ୍ଷ ପ୍ରଥମ ଡୋଜ ଏବଂ ୪୫ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିଲା। ଏପର୍ଯ୍ୟନ୍ତ ସମୁଦାୟ ୧୩୫ କୋଟି ୨୫ ଲକ୍ଷ ୩୬ ହଜାର ୯୮୬ ଡୋଜ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟୀକାକରଣ କରାଯିବା ସହିତ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ, ଫେବୃଆରୀ ୨ ତାରିଖରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟୀକାକରଣ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ୧ ତାରିଖରୁ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହୋଇଥିଲା। ଦେଶରେ…
ନୂଆଦିଲ୍ଲୀ: ଭାରତୀୟ ବଜାରରେ କ୍ରୁଜର ଇଭିର ଦୁଇ ଚକିଆ ଇଲେକ୍ଟ୍ରିକ ବାଇକ ପ୍ରବେଶ କରିବାକୁ ଯାଉଛି। କୋମାକି ଇଲେକ୍ଟ୍ରିକ୍ ଯାନ ଖୁବ୍ ଶୀଘ୍ର ଏହାର ଏବଂ ଭାରତର ପ୍ରଥମ ଇଲେକ୍ଟ୍ରିକ୍ କ୍ରୁଜର ବାଇକ୍ ଲଞ୍ଚ କରିବାକୁ ଯାଉଛି। ଆସନ୍ତା ବର୍ଷ ଆରମ୍ଭରେ କମ୍ପାନୀ ଏହାକୁ ଲଞ୍ଚ କରିପାରେ। ତେବେ ଏହାପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ କୋମାକି ରେଞ୍ଜର ଇଲେକ୍ଟ୍ରିକ୍ କ୍ରୁଜର ବାଇକର ଡିଜାଇନ୍ ସ୍କେଚ୍ ହାସଲ କରାଯାଇଥିବା ଦାବି କରାଯାଇଛି। କୋମାକି ରେଞ୍ଜରରେ କ’ଣ ରହିବ ବିଶେଷ?: କୋମାକି ରେଞ୍ଜର ଇଲେକ୍ଟ୍ରିକ୍ କ୍ରୁଜରରେ ୪ କିଲୋୱାଟର ବ୍ୟାଟେରୀ ପ୍ୟାକ୍ ଦିଆଯାଇପାରେ। ଏଥିସହ କୋମାକି ରେଞ୍ଜରରେ ୫୦୦୦ ୱାଟ ବିଶିଷ୍ଟ ମୋଟର ରହିବ ବୋଲି ଆଶା କରାଯାଉଛି। ଏହା ଏକ ଶକ୍ତିଶାଳୀ ମୋଟର ହେବାକୁ ଯାଉଛି, ଯାହା ଏହି କ୍ରୁଜରକୁ କଷ୍ଟଦାୟକ ରାସ୍ତାରେ ଭଲ ଡ୍ରାଇଭିଂ ପ୍ରଦର୍ଶନ ସହିତ କ୍ରୁଜର କରିବ। ଏହା ବ୍ୟତୀତ ଇଲେକ୍ଟ୍ରିକ୍ କ୍ରୁଜରରେ କ୍ରୁଜ୍ କଣ୍ଟ୍ରୋଲ୍, ମରାମତି ସୁଇଚ୍,…
ନୂଆଦିଲ୍ଲୀ: ମହିଳାଙ୍କ ବିବାହ ବୟସକୁ ନେଇ ଏକ ବଡ ଖବର ଆସୁଛି। ଦେଶରେ ମହିଳାମାନଙ୍କ ପାଇଁ ବିବାହର ଆଇନଗତ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ପ୍ରସ୍ତାବକୁ ଅନୁମୋଦନ କରିଛି। ବୁଧବାର କ୍ୟାବିନେଟ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଥିବା ସୂତ୍ରରୁ ପ୍ରକାଶ। ଏଥିପାଇଁ ସରକାର ଚଳିତ ଆଇନରେ ସଂଶୋଧନ ଆଣିବେ। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଲାଲ କିଲ୍ଲାରୁ ତାଙ୍କ ଭାଷଣରେ ଏହା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଝିଅମାନଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିବା ପାଇଁ ସେମାନେ ଠିକ୍ ସମୟରେ ବିବାହ କରିବା ଆବଶ୍ୟକ। ବର୍ତ୍ତମାନ ପୁରୁଷମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ ରହିଛି। କିନ୍ତୁ ଏବେ ସରକାର ଏହାକୁ ପରିବର୍ତ୍ତନ କରି ବାଲ୍ୟ ବିବାହ ନିଷେଧାଦେଶ, ସ୍ୱତନ୍ତ୍ର ବିବାହ…
ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କ କଂଗ୍ରେସ ଦଳରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଲୁଧିଆନାରେ ନିଜ ସ୍ଥିତିକୁ ଦୃଢ କରିବା ପାଇଁ କଂଗ୍ରେସ ହରଭଜନ ସିଂଙ୍କ ଉପରେ ବାଜି ଲଗାଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ସୂଚାଇ ଦେଇଛନ୍ତି ଯେ, ହରଭଜନ ସିଂ ଖୁବ୍ ଶୀଘ୍ର କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି। ହରଭଜନ ସିଂଙ୍କ କଂଗ୍ରେସ ଦଳରେ ଯୋଗଦେବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା, ଯେତେବେଳେ ନବଜୋତ ସିଂ ସିଦ୍ଧୁ ଟ୍ୱିଟରରେ ଭାଜୀଙ୍କ ସହ ନିଜର ଏକ ଚିତ୍ର ସେୟାର କରିଥିଲେ। ଏହା ପରେ ହିଁ ବିଧାନସଭା ନିର୍ବାଚନ ପୂର୍ବରୁ ମହାନ ଅଫ୍ ସ୍ପିନର ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା କରାଯାଇଥିଲା। ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ସମ୍ଭାବନା ସହିତ। ଉଦୀୟମାନ ତାରକା ଭଜୀଙ୍କ ସହ ଏକ ଫଟୋ ପୋଷ୍ଟ କରାଯାଇଛି। ହରଭଜନ…
ନୂଆଦିଲ୍ଲୀ: ଗତକାଲି ୬ ହଜାର ୯୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦେଶରୁ ୭ ହଜାର ୯୭୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୨୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ୩୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୧୮ ହଜାର ୬୦୨ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୬ ହଜାର ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୫୪ ହଜାରରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୭ ହଜାର ୨୪୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୨ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୧୨ ଦେବଗଡ ଜିଲ୍ଲାରୁ- ୬ ଢେଙ୍କାନାଳ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ – ୯ କଳାହାଣ୍ଡି ଜିଲ୍ଲାରୁ- ୩ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୧ ଖୋର୍ଦ୍ଧା ଜିଲ୍ଲାରୁ- ୮୪ ମୟୂରଭଞ୍ଜ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୧ ରାୟଗଡା ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧ ସୁନ୍ଦରଗଡ଼ ଜିଲ୍ଲାରୁ – ୧୫ ଷ୍ଟେଟ ପୁଲରୁ- ୨୦…
ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ଠାରେ ଆନୁଷ୍ଠାନିକ ଭାବେ ସର୍ବପ୍ରଥମ ଜାତୀୟ ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍କୁ (୨୧ ବର୍ଷରୁ କମ୍ ବୟସ ବର୍ଗର) ବୁଧବାର ଦିନ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଠାକୁରଙ୍କ ସହିତ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରାମାଣିକ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲେ। ଏହି ଲିଗ୍ ନିମନ୍ତେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଛି ଯାହା ବାବଦକୁ ଏମ୍ୱାଇଏଏସ୍ ୧୫ ଲକ୍ଷ ଏବଂ ହକି ଇଣ୍ଡିଆ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ। ସମୁଦାୟ ୧୪ଟି ଦଳଙ୍କୁ ନେଇ ୧୫ରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟର ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହିତ…
ଭୁବନେଶ୍ବର: ଆଜି ହେଉଛି ଧନୁ ସଂକ୍ରାନ୍ତି। ଆଜି ସୂର୍ଯ୍ୟ ଦେବ ବୃଷ ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ। ଏହି ଚଳନ ଯୋଗୁଁ ପାଞ୍ଚୋଟି ରାଶି ପ୍ରଭାବିତ ହେବ ବୋଲି ଜଣାପଡିଛି। ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କଲେ ତାହା ଭଲ ନୁହେଁ ବୋଲି ବିବେଚନା କରାଯାଏ। ହେଲେ ଏହି ସମୟରେ ପାଞ୍ଚୋଟି ରାଶିର ଭଗ୍ୟ ଚମକିବ। ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ। ଏହି ରାଶିଗୁଡିକ ହେଲା ତୂଳା, ସିଂହ, କର୍କଟ, ମକର ଏବଂ କୁମ୍ଭ ରାଶି। ଏମାନଙ୍କର ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା ରହିବ। ମନ ଖୁସି ହେବ। ଏକ ନୂତନ କାର୍ଯ୍ୟ ରୂପରେଖ ପ୍ରସ୍ତୁତ ହେବ। ବ୍ୟବସାୟରେ ସ୍ଥିରତା ରହିବା ସହିତ ଶାରୀରିକ ରୋଗ…
ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସକାଳୁ ଉଠିବା ପରେ କୌଣସି ଖରାପ ଜିନିଷ ଦେଖିବା ଉଚିତ୍ ନୁହେଁ। ଅନ୍ୟଥା, ଦିନସାରା ଆପଣଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ଜାରି ରହିବ। ଏହା ଆପଣଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଶୁଭ କାର୍ଯ୍ୟ କରିବା ଏବଂ ସକାଳେ ଭଲ ଜିନିଷ ଦେଖିବାର ପରମ୍ପରା ଆମର ରହିଛି। ଆପଣ ସକାଳୁ ଉଠିବା ପରେ ଅଶୁଭ ଜିନିଷ ଦେଖିବା ଠାରୁ ଦୂରେଇ ରହିବା ଉଚିତ୍। ବିଶ୍ୱାସ ଅନୁଯାୟୀ, ସକାଳୁ ଉଠିବା ପରେ ପ୍ରଥମେ ଦର୍ପଣ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ,ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଦର୍ପଣ ସ୍ଥାପନ କରିବା ନିଷେଧ ରହିଛି। ସକାଳେ ଦର୍ପଣକୁ ଦେଖିବା ଦ୍ୱାରା ଚିନ୍ତାଧାରାରେ ନକାରାତ୍ମକତା ବଢିପାରେ। ଯଦି ବିଛଣା ସାମ୍ନାରେ ଏକ ଦର୍ପଣ ରହିଛି, ତେବେ ଶୋଇବା ପୂର୍ବରୁ ଏହାକୁ ଘୋଡାଇବା ଉଚିତ। ସକାଳେ ଉଠିବା ପରେ କାହାର ଛାଇ ଦେଖିବା ଠାରୁ ମଧ୍ୟ ଦୂରେଇ…

