Author: Samikhsya Bureau

ଚାଣକ୍ୟ ନୀତି: ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି…

Read More

ପାରାଦ୍ବୀପ: JSW declares special R & R compensation, ଭାରତର ପ୍ରତିଷ୍ଠିତ ଇସ୍ପାତ କଂପାନୀ ଜେଏସଡବ୍ଲୁ ଓଡିଶାର ତାହାର ପ୍ରକଳ୍ପ ଆରମ୍ଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। କଂପାନୀ ତରଫରୁ ପ୍ରଥମେ କ୍ଷତିଗସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ଏଥିରେ ପାନ ବରଜ, ଜମି ହରାଇଥିବା ବ୍ୟକ୍ତି ଏବଂ ବିଭିନ୍ନ କୃଷି କ୍ଷେତ୍ର କ୍ଷତିଗସ୍ତଙ୍କ ପାଇଁ ଏହି ଘୋଷଣା କରାଯାଇଛି। କଂପାନୀ ତରଫରୁ ଘୋଷଣା ହୋଇଥିବା କ୍ଷତିପୂରଣର ସହାୟତା ରାଶି ହେଲା.. ପାନ ବରଜ ଡେସିମିଲ୍ ପିଛା ୧୭,୫୦୦ ଟଙ୍କା, ଗାଁରେ ପାନ ବରଜ ଉଚ୍ଛେଦ ଘୋଷଣା ହେବାର ୧୫ ଦିନ ମଧ୍ୟରେ ଯେଉଁ ବ୍ୟକ୍ତି ନିଜର ପାନବରଜ ଭାଙ୍ଗିବେ, ତାଙ୍କୁ ନୂଆ ପାନ ବରଜ ପିଛା ୫୦ ହଜାର ଟଙ୍କା ବୋନସ୍ ବାବଦରେ ଦିଆଯିବ । ଭଙ୍ଗାଯାଇଥିବା ପୁରୁଣା ପାନ ବରଜ ପାଇଁ ସହାୟତା ରାଶି ପୂର୍ବରୁ ଡେସିମିଲ୍ ପିଛା ୧୧,୫୦୦ ଟଙ୍କା ପାଇଥିବା ପାନ…

Read More

ଭୁବନେଶ୍ବର: ଆଜି ହିନ୍ଦୁ ଧର୍ମରେ ଏକ ବଡ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ଏକଥରେ ପଡୁଛି ଚାରିଟି ପର୍ବ। ଆଜି ହେଉଛି ଧନୁ ସଂକ୍ରାନ୍ତି, ଆଜି ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପହିଲି ଭୋଗ, ଆଜି ହେଉଛି ଶେଷ ଗୁରୁବାର ମାଣବସା, ଆଜି ହେଉଛି ଗୀତା ଜୟନ୍ତି। ସାଧାରଣତଃ ଧନୁ ସଂକ୍ରାନ୍ତିରେ ପହିଲି ଭୋଗ ଆରମ୍ଭ ହୋଇଥାଏ। ହେଲେ ଆଜି ସଂକ୍ରାନ୍ତିରେ ସଂଯୋଗବସତଃ ଶେଷ ଗୁରୁବାର ବା ଶେଷ ମାଣବସା ମଧ୍ୟ ପଡିଛି। ଜାଣନ୍ତୁ ଆଜିର ଦିନର ଗୁରତ୍ବ ସହିତ କଣ କରିବା ଉଚିତ ଧନୁ ସଂକ୍ରାନ୍ତି, ଧନୁ ମୁଆଁ ପୂଜା ଆଜି ହେଉଛି ଧନୁ ସଂକ୍ରାନ୍ତି। ସବୁ ସଂକ୍ରାନ୍ତି ପରି ଏହି ସଂକ୍ରାନ୍ତିର ଗୁରୁତ୍ବ ଅଧିକ ରହିଛି। ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି…

Read More

ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ। ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତ । ସ୍ୱାସ୍ଥ୍ୟ ଖରାପ ହୋଇପାରେ। ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ। ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ। ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ। କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ। ଡବଲ୍ ବେଗରେ ଯେକୈଣସି…

Read More

ଭୁବନେଶ୍ୱର: ଭାରତରେ ଗଣତଂତ୍ରର ଐତିହ୍ୟ ଓ ପରମ୍ପରା ବେଶ ପ୍ରାଚୀନ ଏବଂ ଏହାର ଉତ୍ସ ଓ ଆଧାର ହେଉଛି ଆଧ୍ୟାତ୍ମିକତା । ସମଗ୍ର ବିଶ୍ୱକୁ କୁଟୁମ୍ବ ଜ୍ଞାନ କରୁଥିବା ଭାରତ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ନାନ ଦେବା ସହିତ ପ୍ରତ୍ୟେକଙ୍କ ମଧ୍ୟରେ ଏକତା ଓ ଅଭିନ୍ନତାର ଭାବ ପ୍ରସାରିତ କରିଆସିଛି । ଏବଂ ଏହି ଭାବ ସୁଗନ୍ଧକୁ ନିଜ କ୍ରିୟାଶୀଳତାରେ ସଂଚରାଇଛନ୍ତି ନରେନ୍ଦ୍ର ମୋଦି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ଇଡ଼କଲ ପ୍ରେକ୍ଷାଳୟରେ ଆୟୋଜିତ ‘ଦୁଇ ଦଶଂଧି ସରକାର ମୁଖ୍ୟ ରୂପେ ନରେଂଦ୍ର ମୋଦି ଓ ଗଣତଂତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ସତ୍ତାର ସଂସ୍କୃତି ନୁହେଁ ସଂସ୍କୃତିର ସତ୍ତା ହିଁ କାମ୍ୟ । ପଦପଦବୀଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାଧାରଣ ଜନତାର ପାଦସେବା । ଏହା ହିଁ ଗଣତଂତ୍ରର ଆତ୍ମା ଓ ସ୍ୱରୂପ । ଏ କ୍ଷେତ୍ରରେ ଭାରତ ବିଶ୍ୱ…

Read More

ଭୁବନେଶ୍ବର: ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସଂଯୋଜକ ବାସୁଦେବ ମାଳବିଷୋୟୀ, ସିଆର ଏଣ୍ଟରଟେନମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା, ସଂଳାପ ଲେଖକ ହର ବାରିକ୍, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କ୍ୟାମେରାମ୍ୟାନ ଦିଲ୍ଲୀପ ବାରିକ୍, ନୃତ୍ୟ ନିର୍ଦ୍ଦେଶକ ଲୁବୁନ-ଟୁବୁନ, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ସହ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା, ସସ୍ମିତା, ରାଇମୋହନ ପରିଡା, ଅସିତ୍ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସୋରଜ ଦାସ୍, କେକେ, ଚିନ୍ତାମଣି, ଜୀବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଭାଇ ଭଉଣୀଙ୍କ ନିବିଡ ପ୍ରେମ…

Read More

ଭୁବନେଶ୍ୱର : କେନ୍ଦ୍ରୀୟ ସଂଗଠନ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ (ଏଲ୍‌.ପି.ଏଫ୍‌) ଓଡ଼ିଶାରେ ବିଧିବଦ୍ଧ ଭାବେ ବୁଧବାର ସ୍ଥାନୀୟ ବିଦ୍ୟୁତ୍ ୟୁଥ୍ କ୍ଲବଠାରେ ଏହାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଦେଶର ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ ତଥା ବ୍ୟାଙ୍କ, ରେଲୱେ, ପ୍ରତିରକ୍ଷା, ଟେଲିକମ୍‌, ଲୌହ, ଇସ୍ପାତ, ଆଲୁମିନିୟମ, ଖଣି, ଖଦାନ, ବିଦ୍ୟୁତ୍‌, ଶିଳ୍ପ ଆଦି କ୍ଷେତ୍ରରେ କାର୍ଯ୍ୟରତ ଅସଂଖ୍ୟ ଶ୍ରମିକ ସମୂହ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ୨୦ଟି ଶ୍ରମିକ ସଂଗଠନ ସହବନ୍ଧିତ ହୋଇଛନ୍ତି । ଏହି ଶ୍ରମିକମାନଙ୍କ ସଂଖ୍ୟା ୨ଲକ୍ଷରୁ ଉର୍ଦ୍ଧ୍ୱ ହେବ । ଓଡ଼ିଶାରେ ସଂଗଠନ ତାହାର ଉପସ୍ଥିତି ଜାହିର କରିବ ବୋଲି ସଭାପତି ବୀରେନ୍ଦ୍ର ଦାସ କହିଛନ୍ତି । ରାଜ୍ୟ ତଥା ଦେଶର ହିତ ଉଦ୍ଦେଶ୍ୟରେ ଏଲ୍‌ପିଏଫ୍ କାର୍ଯ୍ୟ କରିବ ବୋଲି କୁହାଯାଇଛି।

Read More

ଭୁବନେଶ୍ୱର: ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ କୋର୍ଟ ପରିସରରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି। ଉକ୍ତ ପ୍ରକଳ୍ପକୁ ମାନ୍ୟବର ଜିଲ୍ଲା ଜଜ୍ (ଖୋର୍ଦ୍ଧା, ଭୁବନେଶ୍ୱର) ମହୋଦୟ ଶ୍ରୀଯୁକ୍ତ ରାମଶଙ୍କର ହୋତା ଉଦ୍‌ଘାଟନ କରିଥିଲେ। ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସୁଶାନ୍ତ କୁମାର ପଟ୍ଟନାୟକ, ସି. ଜଗଦୀଶ, ଉମେଶ କୁମାର ବିଶ୍ୱାଳ, ସି. ମନିକୁମାରୀ, ଡେଜି ଶତପଥୀ, ସବିତା କୁମାରୀ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେୀବଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶବି ନାରାୟଣ ସାହୁ ଏବଂ ଆସୋସିଏସନର ସମସ୍ତ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ଦ୍ୱାରା ପ୍ରତିଦିନ ୩୦୦୦ରୁ…

Read More

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଏବଂ ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ଗ୍ରାମପଞ୍ଚାୟତରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି । ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗର ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍‌ ଅଞ୍ଚଳର ଯଥାକ୍ରମେ ୧ଲକ୍ଷ ୦୨ ହଜାର ୫୯୭ ଏବଂ ୯୯ ହଜାର ୨୨୫ ହିତାଧିକାରୀ ଏହି କାର୍ଡ ଦ୍ୱାରା ଉପକୃତ ହେବେ ।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବେଗୁନିଆ ଏବଂ ଟାଉନ ଥାନା ଅଧିନସ୍ଥ ଚୁଡ଼ା, ତଳଟୁଙ୍ଗା, ରାମଚନ୍ଦ୍ରପୁର ଏବଂ ଗୁରୁଜଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉ ସମୟରେ ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୯୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ଖୋର୍ଦ୍ଧା ଭାରପ୍ରାପ୍ତ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ପ୍ରମୁଖ ସାମିଲ ଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଜି 93,068 କୋଟି ଟଙ୍କା ବ୍ୟୟଅଟକଳ ସହିତ 2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି। ରାଜ୍ୟମାନଙ୍କୁ 37,454 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଏବଂ 2016-21 ବର୍ଷ ପାଇଁ ଭାରତ ସରକାରଙ୍କ ଦ୍ବାରା ଉପଲବ୍ଧ କରାଯାଇଥିବା 20,434.56 କୋଟି ଟଙ୍କାର ଋଣ ସେବାକୁ ମଧ୍ୟ ସିସିଇଏ ମଞ୍ଜୁରି ମିଳିଛି। 2021-26 ଅବଧିରେ ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି), ହର ଖେତ କୋ ପାନି (ଏଚକେକେପି) ଏବଂ ଜଳଛାୟା ବିକାଶ ଉପାଦାନର କାର୍ଯ୍ୟକାରିତା ଜାରି ରଖିବାକୁ ମଧ୍ୟ ଅନୁମୋଦନ କରାଯାଇଛି। ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ – ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଯାହାର ଉଦ୍ଦେଶ୍ୟ ହେଉଛି ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା। 2021-26 ଅବଧିରେ ଏଆଇବିପି ଅଧୀନରେ 13.88…

Read More

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି ଓ ନିର୍ଦ୍ଦେଶକ ଆକାଶ ଅମ୍ବାନି ଛୋଟ ବ୍ୟବସାୟୀମାନଙ୍କୁ ଦେଶର ମୂଳଦୁଆ ଭାବେ ବର୍ଣ୍ଣନା କରିଛନ୍ତି। ଇଶା କହିଛନ୍ତି ଯେ ମହାମାରୀ ବ୍ୟବସାୟ କରିବାର ଉପାୟକୁ ବଦଳାଇ ଦେଇଛି। ଗଳିକନ୍ଦିରେ ଥିବା କିରାନା ବା ତେଜରାତି ଦୋକାନଗୁଡ଼ିକୁ ଏବେ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଓ ସଶକ୍ତ କରିବାର ସମୟ ଆସିଛି। ରିଲାଏନ୍ସ ସହ ଯୋଡ଼ି ହୋଇଥିବା ପ୍ରାୟ ପାଂଚ ଲକ୍ଷ ରିଟେଲ୍ ବିକ୍ରେତାମାନଙ୍କ ବିଷୟରେ ପ୍ରକାଶ କରି ଆକାଶ ଅମ୍ବାନି କହିଛନ୍ତି ଯେ, ରିଟେଲ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ ପାଇଁ ସ୍ଥାନ ରହିଛି। ଫେସବୁକ୍‌ର କାର୍ଯ୍ୟକ୍ରମ ଫ୍ୟୁଏଲ୍ ଫର୍ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଉଭୟ ଇଶା ଅମ୍ବାନି ଓ ଆକାଶ ଅମ୍ବାନି ଯୋଗ ଦେଇଥିଲେ। ମେଟା (ଫେସବୁକ୍‌)ର ଚିଫ୍ ବିଜନେସ୍ ଅଫିସର ମାର୍ଣ୍ଣେ ଲେଭିନ୍ ଙ୍କ ଏକ ପ୍ରଶ୍ନର ଉତରରେ ଇଶା ଅମ୍ବାନି କହିଛନ୍ତି ଯେ,…

Read More

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି।  ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକାଧିକ ଟୁଇଟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶର 30 ନମ୍ବର ଜାତୀୟ ରାଜପଥର ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଜର ସହିତ 170+700ରୁ 234+567(ଡିଜାଇନ ପରିବର୍ତ୍ତନ) ଭାଗର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ପାଇଁ 388.70 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଛଡ଼ା ଆନ୍ଧ୍ରପ୍ରଦେଶ ଦେଇ ଯାଇଥିବା 42 ନମ୍ବର ଜାତୀୟ ରାଜପଥର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କା (2000 ଟଙ୍କା ପର୍ଯ୍ୟନ୍ତ) ଭୀମ-ୟୁପିଆଇ କାରବାର (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ-ପି2ଏମ)କୁ ଦେଶରେ ପ୍ରୋତ୍ସାହିତ କରିବା ଲାଗି ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ, ରୂପେ ଡେବିଟ କାର୍ଡ ଜରିଆରେ କରାଯାଉଥିବା କାରବାର ଏବଂ କମ ମୂଲ୍ୟର ଭୀମ-ୟୁପିଆଇ ପେମେଣ୍ଟ ମାଧ୍ୟମକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ସେମାନଙ୍କୁ କାରବାର ପରିମାଣର କିଛି ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଆକାରରେ ଦିଆଯିବ। ଏପ୍ରିଲ 01, 2021 ଠାରୁ ଲାଗୁ ଗୋଟିଏ ବର୍ଷର ଅବଧି ପାଇଁ ଏହି ଯୋଜନାରେ ମୋଟ 1,300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନାକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକରେ ଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁବିଧା ଯୋଗାଇ ଦିଆଯିବ। ଏହା ସମାଜର ସମସ୍ତ କ୍ଷେତ୍ର ତଥା ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ରୂପେ…

Read More

ପୁରୀ: ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହେଲା ନୂଆ ଏସଓପି। ନୂଆ ଏସଓପି ଅନୁଯାୟୀ ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଣିକି ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀୟୁଙ୍କ ଦର୍ଶନ ହେବ। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦର୍ଶନ ସମୟ ବଢାଇ ଦିଆଯାଇଛି। ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପୂର୍ବରୁ ଯେଉଁ କୋଭିଡ କଟକଣା ଥିଲା ତାହା ଜାରୀ ରହିବ। ହେଲେ ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କେନ୍ଦ୍ରାପଡା ସହିତ ବିଜୁ ବାବୁଙ୍କର ସଂପର୍କକୁ ମନେ ପକାଇ ସେ କହିଥିଲେ ଯେ କେନ୍ଦ୍ରାପଡା ଥିଲା ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡାବାସୀଙ୍କ ସୁଖଦୁଃଖରେ ସେ ସାମିଲ ଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ କେନ୍ଦ୍ରାପଡାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡିତ ହୋଇ ରହିଛି। କେନ୍ଦ୍ରାପଡାରେ ଶିଳ୍ପର ବିକାଶ ପାଇଁ ବହୁ ଦିନ ଧରି ଦାବୀ ଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରାପଡାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଶ୍ବ ପ୍ରସିଦ୍ଧ ଷ୍ଟିଲ କମ୍ପାନୀ ଆର୍‌ସେଲର ମିତ୍ତଲ ସହିତ ରାଜିନାମା କରିଛନ୍ତି। ଏହାଦ୍ବାରା କେନ୍ଦ୍ରାପଡା ଜିଲ୍ଲା ଦେଶର…

Read More

ଭୁବନେଶ୍ବର: ମାଲକାନଗିରିରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇଥିବା ସେବା ଓ ପ୍ରତିବଦ୍ଧତାର ଏ ଅଭିଯାନ ଆଜି ଯାଜପୁର ରେ ଉଦ୍ ଯାପିତ ହୋଇଛି। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ସାମିଲ ହୋଇଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମରେ। ରାଜ୍ୟର ଗରିବ ଲୋକଙ୍କ ପାଇଁ ସବୁଦିନ ପାଇଁ ଆଣିଛି ଚିକିତ୍ସା ଖର୍ଚ୍ଚରୁ ମୁକ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାସହିତ ରାଜ୍ୟର ୩୦ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ…

Read More

ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଏକ ମିଳିତ ବୈଠକ ଆଇଏନ୍‌ଟିୟୁସିର ସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରମିକ ବିରୋଧୀ, ଜନବିରୋଧୀ ମୋଦି ସରକାରଙ୍କ ବିରୋଧରେ ଆସନ୍ତା ଜାନୁୟାରୀ ୯ ତାରିଖରେ ରାଜ୍ୟ ସମ୍ମିଳନୀ କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ୨୦୨୨ ଫେବୃୟାରୀ ୨୩ ଓ ୨୪ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ଦେଶବ୍ୟାପୀ ଧର୍ମଘଟକୁ ଓଡ଼ିଶାରେ ବ୍ୟାପକ କରିବା ଲାଗି ଆଇଏନ୍‌ଟିୟୁସି, ଏଆଇଟିୟୁସି,ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇସିସିଟିୟୁ, ଟିୟୁସିସି, ଏଆଇୟୁଟିୟୁସି ଓ ସେୱାର ଶ୍ରମିକ ନେତାମାନେ ଘୋଷଣା କରିଛନ୍ତି। ଆସନ୍ତା ୨୦୨୨ ଜାନୁୟାରୀ ୯ରେ ରାଜ୍ୟ ସମ୍ମିଳନୀ ସହିତ ଜିଲ୍ଲାସ୍ତରରେ ସମ୍ମିଳନୀ ଓ ମୋଦି ସରକାରର ଶ୍ରମିକ ବିରୋଧୀ ନୀତି, ଦର ବୃଦ୍ଧି, ବ୍ୟାପକ ଘରୋଇକରଣ ବରୁଦ୍ଧରେ ସାରା ରାଜ୍ୟରେ ଅଭିଯାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ମାଧ୍ୟମରେ ଭୁବନେଶ୍ୱର ବିମାନବନ୍ଦର, ପରାଦ୍ୱୀପ ବନ୍ଦର,…

Read More

ଭୁବନେଶ୍ଵର: ଭୁବନେଶ୍ୱର-ନୟାଗଡ଼ ଟାଉନ ମେମୁ ଟ୍ରେନ ରେ ସିସିଟିଭି ପର୍ଯ୍ୟବେକ୍ଷଣ ସହିତ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ୍, ଭିତର ପ୍ୟାନେଲଗୁଡିକ ମଧ୍ୟ ଫାଇବର-ସଶକ୍ତ ପ୍ଲାଷ୍ଟିକ୍ (FRP) ଦ୍ୱାରା ନିର୍ମାଣ କରାଯାଇଅଛି ଯାହାକି ଏକ ମନୋରମ ସୌନ୍ଦର୍ଯ୍ୟ ଦୃଶ୍ୟ ପ୍ରଦାନ କରାଇବ। ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମିତ ଏବଂ ବାୟୁ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଏରୋଡାଇନାମିକ୍ ଆକୃତିର ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଅଗ୍ର ଭାଗ ଗୁଡିକ ବାୟୁ ପ୍ରତିରୋଧ କରିଥାଏ ଯାହାଦ୍ୱାରା ଶକ୍ତି ସଞ୍ଚୟ ହୁଏ। ଏର୍ଗୋନୋମିକ୍ FRP ଡ୍ରାଇଭ୍ ଡେସ୍କ ଏକ ଉତ୍ତମ ଦୃଶ୍ୟ ଏବଂ ଟ୍ରେନ ପରିଚାଳନା ପାଇଁ ସହଜ କରାଇଥାଏ। ଜର୍କ ମୁକ୍ତ ଯାତ୍ରା ପାଇଁ ଏୟାର ସସପେନ୍ସ ମନିଟରିଂ ସିଷ୍ଟମ ଏବଂ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ ଡ୍ରାଇଭରର ଆରାମକୁ ନିଶ୍ଚିତ କରାଇଥାଏ। ଏହି…

Read More

ନୂଆଦିଲ୍ଲୀ: ଆଜିକାଲି ଚକୋଲେଟ୍, ଫାଷ୍ଟଫୁଡ୍, ଚିପ୍ସ ଏବଂ ଥଣ୍ଡା ପାନୀୟ ଯୋଗୁଁ ପିଲାମାନଙ୍କର ଦାନ୍ତ ଖରାପ ହେବାରେ ଲାଗିଛି। ୫ ବର୍ଷ ବୟସର ପିଲାମାନେ ରାତିରେ ବ୍ରଶ୍ କିମ୍ବା ମୁହଁ ଧୋଇ ନଥିବା କାରଣରୁ ଦାନ୍ତ ନଷ୍ଟ ହୋଇପାରେ ବୋଲି ଡାକ୍ତରମାନେ ବିଶ୍ଵାସ କରନ୍ତି। କିଛି ପିଲାଙ୍କ ଆଙ୍ଗୁଠି ପାଟିରେ ରଖିବାର ଅଭ୍ୟାସ ଅଛି, ଯେଉଁ କାରଣରୁ ପିଲାମାନଙ୍କର ଦାନ୍ତ ବଙ୍କା ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ପିଲାମାନଙ୍କର ଦାନ୍ତକୁ ଠିକ୍ ସମୟରେ ଯତ୍ନ ନିଆଯାଏ ନାହିଁ, ତେବେ ଏହି ସମସ୍ୟା ବହୁତ ବଢିପାରେ। ପିଲାମାନଙ୍କଠାରେ ଏହି ସାଧାରଣ ଦାନ୍ତ ସମସ୍ୟା ହୋଇପାରେ। ୧- ଦାନ୍ତ ମୂଳ ବା ମାଢି ରୋଗ: ଏହି ସମସ୍ୟା ପିଲାମାନଙ୍କଠାରେ ଘଟିପାରେ, ଯେଉଁମାନେ ନିୟମିତ ବ୍ରଶ୍ କିମ୍ବା ଧୋଇ ନଥାନ୍ତି। ଦାନ୍ତରେ ଯେକୌଣସି ରୋଗ ହୁଏ ଯେତେବେଳେ ଲାଇନରେ ପ୍ଲେକ୍ ସୃଷ୍ଟି ହେବାକୁ ଲାଗେ। ଏହି ପ୍ଲେକରେ ଥିବା ଜୀବାଣୁ ଯୋଗୁଁ ମାଢି ଫୁଲିଯିବା କିମ୍ବା…

Read More

ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ, ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ। ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା…

Read More