ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ବିଷୟରେ ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲି ମୁହଁ ଖୋଲିଛନ୍ତି। କୋହଲି କହିଛନ୍ତି ଯେ, ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଖେଳିବାକୁ ପ୍ରସ୍ତୁତ ଏବଂ ବିସିସିଆଇରୁ କୌଣସି ବିରତି ମାଗି ନାହାଁନ୍ତି। ଏହା ବ୍ୟତୀତ କୋହଲି ମଧ୍ୟ ସୌରଭ ଗାଙ୍ଗୁଲିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁଥିରେ ଗାଙ୍ଗୁଲି କହିଛନ୍ତି ଯେ, ରୋହିତଙ୍କୁ ଦିନିକିଆର ଅଧିନାୟକ କରିବା ବିଷୟରେ ବିରାଟ କୋହଲିଙ୍କୁ ସୂଚନା ଦିଆଯାଇଛି। କୋହଲି କହିଛନ୍ତି ଯେ, ବିସିସିଆଇ ପକ୍ଷରୁ ତାଙ୍କ ସହ କୌଣସି ପ୍ରକାରର ସମ୍ପର୍କ କରାଯାଇନାହିଁ। ବିରାଟ କୋହଲି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତାଙ୍କ ସହ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। ସେ ରୋହିତଙ୍କୁ ପ୍ରଶଂସା କରିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳରେ ତାଙ୍କର ଅନୁପସ୍ଥିତି ଦଳ ଅନୁଭବ କରିବ ବୋଲି କହିଛନ୍ତି। ନିକଟରେ ବିରାଟ…
Author: Samikhsya Bureau
ଭୁବନେଶ୍ବର: ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି 1987 ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ। ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ଆପଣ ନୂଆ ବର୍ଷରେ ହ୍ଵାଟସ୍ ଆପ୍ ରେ ଆଉ ଏକ ନୂତନ ବୈଶିଷ୍ଟ୍ୟ ପାଇପାରିବେ। ବାସ୍ତବରେ କମ୍ପାନୀ ଅନ୍ୟ ଏକ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହି ବୈଶିଷ୍ଟ୍ୟ ଗ୍ରୁପ ଆଡମିନି ପାଇଁ ହେବ। ଖବର ଅନୁଯାୟୀ, ନୂତନ ଅପଡେଟରେ, ଗ୍ରୁପରେ ଉପସ୍ଥିତ ଥିବା ଯେକୌଣସି ମେସେଜ୍ ଡିଲିଟ୍ କରିବାର ଗ୍ରୁପ୍ ଆଡମିନିଙ୍କୁ ଦିଆଯିବ। ଏହି ବିଷୟରେ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ପ୍ରକ୍ରିୟା ସମାପ୍ତ ହେବା ପରେ, ଏହା ସମସ୍ତ ଉପଭୋକ୍ତାଙ୍କୁ ଦିଆଯିବ। ବୈଶିଷ୍ଟ୍ୟ ବିଷୟରେ ଜାଣନ୍ତୁ: ରିପୋର୍ଟ ଅନୁଯାୟୀ, ଏହି ବୈଶିଷ୍ଟ୍ୟ ପାଇଁ କମ୍ପାନୀ ବିଟା ସଂସ୍କରଣ 2.22.1.1 ଅପଡେଟ୍ ପ୍ରକାଶ କରିଛି। ଏହି ଅପଡେଟରେ, ଗ୍ରୁପ୍ ଆଡମିନମାନଙ୍କ ଗ୍ରୁପରେ ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ରଖାଯାଇଥିବା ମେସେଜ୍ ଡିଲିଟ୍ କରିବାର ବିକଳ୍ପ ଦିଆଯାଇଛି। ଆଡମିନି ଦ୍ଵାରା ମେସେଜ୍ ଡିଲିଟ୍ କରିବା ପରେ ଏହାର ବିଜ୍ଞପ୍ତି ଗ୍ରୁପ୍ ସ୍କ୍ରିନରେ ମଧ୍ୟ ଦେଖାଯାଏ ଯେ ଆଡମିନି ଦ୍ୱାରା ଏହି ମେସେଜ୍…
ବାଙ୍ଗୋଲୋର: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଆଉ ନାହାଁନ୍ତି। ସାତ ଦିନ ସଂଘର୍ଷ କରିବା ପରେ ସେ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଜେନେରାଲ୍ ବିପିନ ରାୱତଙ୍କ ସହ ବରୁଣ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ଭାରତୀୟ ବାୟୁସେନା ଟ୍ୱିଟ୍ କରି କହିଛି ଯେ, ଡିସେମ୍ବର ୮ ତାରିଖ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସାହସୀ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଦେହାନ୍ତ ବିଷୟରେ ଭାରତୀୟ ବାୟୁସେନା ଅତ୍ୟନ୍ତ ଦୁଃଖିତ। ଭାରତୀୟ ବାୟୁସେନା ଗଭୀର ସମବେଦନା ଜଣାଇ ଶୋକସନ୍ତପ୍ତ ପରିବାର ସହିତ ଦୃଢ ଭାବରେ ଠିଆ ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନିକଟରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଚିଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସହିଦ ହୋଇଥିଲେ। ଗ୍ରୁପ୍ କ୍ୟାପଟେନ୍…
ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ରାଜ୍ୟ ସରକାର ସହିତ ବୈଠକ ଆରମ୍ଭ କରିଛନ୍ତି। ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସଦସ୍ୟ ଭି କେ ପଲ ଉପସ୍ଥିତ ଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଏତଦବ୍ୟତୀତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଅନ୍ୟ ପଦାଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଫୋକସ ରାଜ୍ୟ ସହ ଅନ୍ୟ ଦାବି ଉପସ୍ଥାପନ କରାଯିବା ନେଇ ସୂଚନା ରହିଛି। କିନ୍ତୁ ଓଡିଶା ପହଞ୍ଚିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ଏକ ବଡ ବୟାନ ଦେଇଥିଲେ। ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ବୋଲି ରାଜୀବ କୁମାର କହିଥିଲେ। ୨୦୧୧ ମସିହା ଠାରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିବା ନେଇ ସେ କହିଥିଲେ। ଦେଶ ତୁଳନାରେ ଏହା…
ୱାଶିଂଟନ୍: ଭାରତରେ ଆଗାମୀ ରାଷ୍ଟ୍ରଦୂତ ପାଇଁ ଲସ୍ ଆଞ୍ଜେଲ୍ସର ମେୟର ଏରିକ୍ ମାଇକେଲ୍ ଗାରସେଟୀଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମନୋନୀତ କରିଛନ୍ତି। ଏହାପରେ ଏରିକ୍ ମାଇକେଲ୍ ଗାରସେଟ୍ଟୀ କହିଛନ୍ତି ଯେ, ଭାରତ “କଠିନ ପଡ଼ୋଶୀ” ମଧ୍ୟରେ ଅବସ୍ଥିତ। ତେଣୁ “ଏହାର ସୀମା ଏବଂ ସାର୍ବଭୌମତ୍ଵ ରକ୍ଷା କରିବା ତଥା ଆକ୍ରମଣକୁ ରୋକିବା ପାଇଁ ଭାରତର ଦକ୍ଷତାକୁ ଦୃଢକରିବା ପାଇଁ ଆମେରିକାର ଉଦ୍ୟମକୁ ସେ ଆଗକୁ ବଢାଇବେ। ୫୦ ବର୍ଷୀୟ ଏରିକ୍ ମାଇକେଲ୍ ଗାରସେଟ୍ଟୀ ବର୍ତ୍ତମାନ ଲସ୍ ଆଞ୍ଜେଲ୍ସର ମେୟର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ବ୍ୟକ୍ତିଗତ ବିଶ୍ୱାସୀ ଅଟନ୍ତି। ଭାରତରେ ଆମେରିକାର ରାଷ୍ଟ୍ରଦୂତ ପଦ ପାଇଁ ତାଙ୍କ ନାମ ନିଶ୍ଚିତ କରୁଥିବା ଏକ ଶୁଣାଣି ସମୟରେ ଗାରସେଟ୍ଟୀ ସାଂସଦମାନଙ୍କୁ କହିଛନ୍ତି ଯେ, “ଭାରତ କଠିନ ପଡ଼ୋଶୀମାନଙ୍କ ମଧ୍ୟରେ ଅବସ୍ଥିତ। ଯଦି ମୋର ନାମ ନିଶ୍ଚିତ ହୁଏ, ତେବେ ମୁଁ ଏହାର ସୀମା ତଥା ସାର୍ବଭୌମତ…
ନୂଆଦିଲ୍ଲୀ: ଆଜି ଦେଶରୁ ୬ ହଜାର ୯୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୧ ହଜାର ୬୩୬ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୬ ହଜାର ୧୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୪୬ ହଜାର ୯୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୭ ହଜାର ୫୬୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୧୫ ଦେବଗଡ ଜିଲ୍ଲାରୁ- ୨ ଢେଙ୍କାନାଳ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ – ୪ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୨ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୩ ଖୋର୍ଦ୍ଧା ଜିଲ୍ଲାରୁ- ୧୧୭ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୭ ନୟାଗଡ ଜିଲ୍ଲାରୁ- ୨ ପୁରୀ ଜିଲ୍ଲାରୁ- ୩ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୭ ସୁନ୍ଦରଗଡ଼ ଜିଲ୍ଲାରୁ – ୧୪…
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ କ’ଣ ମତଭେଦ ଆରମ୍ଭ ହୋଇଛି? କ’ଣ ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମା ଆଉ ଏକାଠି ଖେଳିବାକୁ ଚାହୁଁ ନାହାଁନ୍ତି? ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ବାସ୍ତବରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜରୁ ବିରତି ମାଗିଛନ୍ତି। କୋହଲିଙ୍କ ପୂର୍ବରୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଅଭ୍ୟାସ ସମୟରେ ସେ ଆହତ ହୋଇଥିଲେ। ବିସିସିଆଇ ମଧ୍ୟ କୋହଲି ଏବଂ ରୋହିତଙ୍କ ଏହି ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରି ନାହିଁ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଉଭୟ ଅଧିନାୟକଙ୍କ ସହ ଆଲୋଚନା କରିବ। ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିରାଟ କୋହଲି ସୋମବାର ଦିନ ଭାରତୀୟ ଦଳରେ ଯୋଗଦେବାକୁ ସ୍ଥିର ହୋଇଥିଲେ ମଧ୍ୟ ଗୋଟିଏ ଦିନ ପରେ ସେ ଦଳରେ ଯୋଗଦେବେ ବୋଲି ସେ…
ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସରେ ସେକେଣ୍ଡ ପ୍ରତି ୨୪.୧ ମେଗାବିଟ୍ (ଏମ୍ବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ତାହାର ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରଖିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି। ନଭେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ନେଟୱର୍କ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହାସଲ କରିବା ସହିତ ୨୪.୧ ଏମ୍ବିପିଏସ ସ୍ପିଡରେ ପହଞ୍ଚିଥିବାବେଳେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ନେଟୱର୍କରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏହି ମାସରେ ଯଥାକ୍ରମେ ୧୭ ଏମ୍ବିପିଏସ ଏବଂ ୧୩.୯ ଏମ୍ବିପିଏସ ରହିଥିଲା। ନଭେମ୍ବର ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଅପେକ୍ଷା ୧୦.୨ ଏମ୍ବିପିଏସ ଏବଂ ଭୋଡାଫୋନ ଆଇଡିଆ ତୁଳନାରେ ୭.୧ ଏମ୍ବିପିଏସ ଅଧିକ ରହିଥିଲା। ତେବେ ନଭେମ୍ବରରେ ୪ଜି ଅପ୍ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ଶୀର୍ଷରେ ରହିବା ସହିତ ହାରାହାରି ୪ଜି ଅପ୍ଲୋଡ…
ମେଷ: ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଆପଣ ଅଳସୁଆ ହେବେ। କାର୍ୟ୍ୟ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ପୂର୍ବ ପ୍ରସ୍ତୁତ ଯୋଜନାଗୁଡିକ ସଫଳ ହେବ। ବୃଷ: ଆଜି ଆପଣ ଋଣ ରାଶି ଫେରସ୍ତ କରିବେ ବୋଲି ଆଶା କରାଯାଉଛି। ଆଜି ଆପଣ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ ଯାହାଙ୍କ ସହିତ ଆପଣ ପୂର୍ବରୁ ପରିଚିତ। ଘରେ ଏକ ମନୋରମ ପରିବେଶ ରହିବ। ମାନସିକ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ମିଥୁନ: ଆଜି କୈଣସି କାର୍ଯ୍ୟ ନ ହେବା ପାଇଁ ଆପଣ ଚିନ୍ତିତ ହେବେ। ଆପଣ ଶାନ୍ତ ହେବା ଆବଶ୍ୟକ।…
ଭୁବନେଶ୍ବର: ପ୍ରସିଦ୍ଧ ତଥା ଲୋକପ୍ରିୟ ଗୀତ ରଂଗବତୀର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗାଉଁତିଆ ଆଜି ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କ ସ୍ବାସ୍ଥ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଗଉଁତିଆ ପ୍ରସିଦ୍ଧ ରଂଗବତୀ ଗୀତ ଲେଖି ବେଶ ଲୋକପ୍ରିୟ ହୋଇପାରିଛନ୍ତି। ସେଥିପାଇଁ ତାଙ୍କୁ 2020 ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କର ଅସୁସ୍ଥ ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଆଶୁ ଆରୋଗ୍ୟ କାମନା କରାଯାଇଛି।
ଭୁବନେଶ୍ୱର : କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ର ଦକ୍ଷିଣବଡ଼ ପଞ୍ଚାୟତର ବିଶିଷ୍ଟ ବିଜେପି ନେତା ଶ୍ରୀ ସନ୍ତୋଷ କୁମାର ସାହୁ ଓ ବୁୟାଁ ବନାପୁର ପଞ୍ଚାୟତର ନିରୋଜ ଦ୍ୱିବେଦୀ ବିଜେପି ଦଳ ଛାଡ଼ି ସେମାନଙ୍କର ସମର୍ଥକମାନଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ଶ୍ରୀ ସାହୁ ଓ ଶ୍ରୀ ଦ୍ୱିବେଦୀ ପିସିିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା…
ଭୁବନେଶ୍ୱର: ରାଜ୍ୟରେ ବୌଦ୍ଧିକ ସଂପଦ ସୃଷ୍ଟି ଏବଂ ସଂପୃକ୍ତ ପରିବେଶର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସହାୟତା ଦେଉଛନ୍ତି । ଜନସଚେତନତା ସୃଷ୍ଟି ପାଇଁ ୧୦ ଲକ୍ଷ ଟଙ୍କା, ପେଟେଣ୍ଟ ପଂଜୀକରଣ ପାଇଁ ୪୦ ହଜାର ଟଙ୍କା, ଆଟର୍ଣ୍ଣି ଦେୟ ୨୦ ହଜାର ଟଙ୍କା, ଜିଆଇ ପଂଜୀକରଣ ପାଇଁ ୧୦ ହଜାର ଟଙ୍କା ଓ ଦକ୍ଷତା ବିକାଶ ତଥା ତାଲିମ କର୍ମଶାଳା ଆୟୋଜନ ପାଇଁ ୬୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ‘ରାଜ୍ୟରେ ବୌଦ୍ଧିକ ସଂପଦ ପରିବେଶର ପ୍ରୋତ୍ସାହନ’ ଶୀର୍ଷକ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ବୌଦ୍ଧିକ ସଂପଦ ସୃଷ୍ଟି ନିମନ୍ତେ ବ୍ୟକ୍ତିବିଶେଷ ତଥା ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ସରକାରଙ୍କଠାରୁ ବୈଷୟିକ, ଆଇନଗତ ଏବଂ ଆର୍ଥିକ…
ସୀତାରାମ ଅଗ୍ରୱାଲ ଚିଲିକା: ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରୁ ବେଆଇନ ଘେରି, ଜିରୋ ନେଟ, ପୋଖରୀ ଆଦି ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ରଘୁନାଥପୁର ମୌଜା ଅଞ୍ଚଳରୁ ବେଆଇନ ଉଚ୍ଛେଦ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଉକ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଚ୍ଛେଦ ସମୟରେ ଚିଲିକା ମଧ୍ୟରେ ମାଫିଆମାନେ ହେକ୍ଟର ହେକ୍ଟର ଅଞ୍ଚଳରେ ବେଆଇନ ପୋଖରୀ ଖୋଳି ମାଛ ଚାଷ କରିବା ସହ ଆଉ କେତେକ ଅଞ୍ଚଳରେ ଜ଼ିରୋ ନେଟ ବିଛାଇଥିବାର ଦେଖିବାକୁ ମିଳିଥିଲା। ସକାଳ ୯ ରୁ ଅପରାହ୍ନ ୪ ଘଟିକା ଯାଏଁ ଦୀର୍ଘ ସମୟ ଧରି ଜାରି ରହିଥିବା ଉକ୍ତ ଅଭିଯାନରେ ସମୁଦାୟ ୧୩ ହେକ୍ଟର ଅଞ୍ଚଳରୁ ବେଆଇନ ପୋଖରୀ ଏବଂ ଜିରୋ ନେଟ ଉଚ୍ଛେଦ କରାଯାଇଛି। ଏନେଇ…
ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟର କୌଣସିସ୍ତରରେ ଏହାକୁ ଗ୍ରହଣ କରାଯାଉ ନଥିବାରୁ ଓଡ଼ିଶା ନାଗରିକ ସମାଜ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି। ଆବଶ୍ୟକ ହେଲେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ବହୁସଂଖ୍ୟକ ପାଇକ ଧାରଣା ଦେବେ। ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଆଲୋଚନା କରିବା ପାଇଁ ଓଡ଼ିଶା ନାଗରିକ ସମାଜ ତାର ପ୍ରତିଷ୍ଠା ଦିବସରେ ଏକ ଆଲୋଚନାଚକ୍ରର ଆୟୋଜନ କରିଛି। ଏହି ଆଲୋଚନାଚକ୍ର ଡ଼ିସେମ୍ବର ୧୮ ତାରିଖ ୧୦.୩୦ମିନିଟ୍ ସମୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରସାଦ ରହିଚନ୍ଦନ, ପ୍ରଫେସର ନାରାୟଣ ରାଓ ଅତିଥି ଭାବେ ଯୋଗ ଦେବେ। ଏହି…
ଭୁବନେଶ୍ବର: ପାଞ୍ଚ ଦଫା ଦାବ ନେଇ ଆଜି ଭୁବନେଶ୍ବରରେ ଗାଁ ସାଥୀ ପ୍ରତିବାଦ କରିବା ସହିତ ମାନବ ଶୃଙ୍ଖଳ କରିଥିଲେ। ମୁଖ୍ୟତଃ ଏହି ଗାଁ ସାଥୀ ଦାର୍ଘ ବର୍ଷ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଉଚିତ ପ୍ରାପ୍ୟ ଦେଉ ନାହାଁନ୍ତି। ସେଥିପାଇଁ ସେମାନେ ରାମମନ୍ଦିର ଛକଠାରୁ ନବୀନ ନିବାସ ଯାଏ ମାନବ ଶୃଙ୍ଖଳ କରି ଛିଡା ହୋଇଥିଲେ। ମୁଖ୍ୟତଃ ସେମାନେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ତାଙ୍କୁ ସ୍ଥାୟୀ କରି ନାହାଁନ୍ତି। ସେଥିପାଇଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ମାସିକ ଆଠ ହଜାର ଟଙ୍କା ପାରିଶ୍ରମିକ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି। ଏହି ପ୍ରତିବାଦରେ ରାଜ୍ୟ ପ୍ରାୟ ଏକଶହ ଟି ସଂଘ ଯୋଗ ଦେଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଫରଚ୍ୟୁନ ଟାୱାର ସ୍ଥିତ ଓପିସିଏଲ୍, ଓପିଜିସି, ଇଡ୍କୋ ଓ ଟାଟା ଷ୍ଟିଲ୍ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ଚାଲୁଥିବା ଏହି ସଂସ୍ଥାଗୁଡ଼ିକର ଦପ୍ତରକୁ ଯାଇ ସେ ବୁଲି ଦେଖିବା ସହ ଆନୁଷଙ୍ଗିକ ବ୍ୟବସ୍ଥା, ଭିତ୍ତିଭୂମି ବିଷୟରେ ପଚାରି ବୁଝିଥିଲେ । ଇଡ୍କୋଠାରେ ଥିବା ମନ୍ତ୍ରୀଙ୍କ ଦପ୍ତରକୁ ଯାଇ ସେଠାରେ ଅଫିସ୍ କାର୍ଯ୍ୟ କରିଥିଲେ । ଏଣିକି ବାହାରୁ ଆସୁଥିବା ପ୍ରତିନିଧି ଦଳମାନଙ୍କୁ ସେହି କାର୍ଯ୍ୟାଳୟଠାରେ ସେ ସାକ୍ଷାତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଟେକ୍ନୋଲୋଜିକୁ ଯଥାଯଥ ବ୍ୟବହାର କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଉପରେ କର୍ମଚାରୀମାନଙ୍କୁ କହିଥିଲେ। ସମୟ ବଦଳୁଛି । ତେଣୁ ସେହି ପ୍ରକାରେ ଆମେ ନିଜକୁ ମଧ୍ୟ ବଦଳାଇବାକୁ ହେବ ସେ ଦିଗରେ ଆମକୁ ବୈଷୟିକ ଜ୍ଞାନ ବିଶେଷ ସାହାଯ୍ୟ କରିବ ବୋଲି ପ୍ରବର୍ତ୍ତାଇଥିଲେ ।…
ଭୁବନେଶ୍ୱର : ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ଭାଷା-ସାହିତ୍ୟର ପୃଷ୍ଠପୋଷକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର । ସମ୍ବାଦପତ୍ର ସଂପଦନା, ଭାଷା ଆନ୍ଦୋଳନ, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ଯୋଗଦାନ ଅତୁଳନୀୟ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧିରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସ୍ୱତନ୍ତ୍ର ଉତ୍କଳ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଅପରାହ୍ନରେ ବାଲୁଗାଁ ଉମାମହେଶ୍ୱର ବଣିକ ସଙ୍ଘ ପରିସରରେ ଅଠର ଖଣ୍ଡ ମୌଜାର ଶତାଧିକ ଜନତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ସୁରକ୍ଷା ନେଇ ବିଶାଳ ଜନ ଆନ୍ଦୋଳନ କରିଛନ୍ତି। ଏଥିନିମନ୍ତେ ସମାଜସେବୀ ପ୍ରସାଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଅଠର ଖଣ୍ଡ ମୌଜା ତଥା ଏନ୍ଏସିର ପୁରୁଖା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଗତ ୧୧ ତାରିଖରେ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି ୯ ଜଣିଆ କମିଟି ଗଠନ ହୋଇଥିଲା। ଉକ୍ତ କମିଟିରେ ୯ ଜଣ କମିଟି ମେମ୍ବର ଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ମାତ୍ର ସାଧାରଣ ଜନତା ତଥା ବୁଦ୍ଧିଜୀବୀ ମହଲ ଏହି କମିଟିକୁ ଗ୍ରହଣ କରିପାରୁନଥିବାରୁ ମନ୍ଦିର ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।ଏପରିକି ଆଗକୁ କୌଣସି ଅପ୍ରୀତିକର…
ନବରଂଗପୁର: ଆଜି ନବରଂଗପୁର ଜିଲ୍ଲା ଭିଜିଲାନସ ହାତରେ ଧରାପଡିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ସେ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ। ତାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରାଯିବା ସହିତ ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ 3 ଲକ୍ଷ 13 ହଜାର ନଗଦ ଟଙ୍କା ମିଳିଛି। ଏହି କନିଷ୍ଠ ଯନ୍ତ୍ରୀ ଜଣକ ହେଉଛନ୍ତି ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବୀଣାପାଣି ବେହେରା। ସେ ଏନଆରଜିଏସ ଏକ କାମର 2 ଲକ୍ଷ ଟଙ୍କା ଏକ ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଟଙ୍କା ମିଳିବା ପରେ ତାଙ୍କ ଘର ଏବଂ ବ୍ଲକ ଅଫିସରେ ଥିବା ଚ୍ୟାମ୍ବରରେ ଚଢାଉ କରାଯାଇଥିଲା। ଭିଜିଲାନସ ତାଙ୍କୁ ଗିରଫ କରି ଅଧିକ ଖୋଳତାଡ ଜାରି ରଖିଛି। ( ଫଟୋ ସୌଜନ୍ୟ ଓଡିଶା ଭିଜିଲାନାସ )

