ଭୁବନେଶ୍ବର: ଆଜି ସାରା ରାଜ୍ୟରୁ ୨୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪ ଜଣ ଥିବା ବେଳେ କ୍ବାରଣ୍ଟାଇନରୁ ୧୫୩ ଜଣ ଅଛନ୍ତି। ସେହିପରି ସ୍ଥାନୀୟ ମାମଲା ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସାରା ରାଜ୍ୟରୁ ଯେତେ ଆକ୍ରାନ୍ତ ବାହାରିଛନ୍ତି ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧାରୁ ୧୨୯ ଜଣ ଅଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ୧. ବାଲେଶ୍ବର: ୭ ୨. ଭଦ୍ରକ: ୨ ୩. ବଲାଙ୍ଗୀର: ୨ ୪. କଟକ: ୨୧ ୫. ଦେବଗଡ: ୭ ୬. ଢେଙ୍କାନାଳ: ୫ ୭. ଗଜପତି: ୯ ୮. ଗଞ୍ଜାମ: ୩ ୯. ଜଗତସିଂହପୁର: ୨ ୧୦. ଯାଜପୁର: ୧୦ ୧୧. ଝାରସଗୁଡା: ୧ ୧୨. କେନ୍ଦ୍ରାପଡା: ୨ ୧୩. କେଉଁଝର: ୨ ୧୪. ଖୋର୍ଦ୍ଧା : ୧୨୯ ୧୫. କୋରାପୁଟ: ୧ ୧୬. ମୟୂରଭଞ୍ଜ: ୪ ୧୭. ନବରଙ୍ଗପୁର: ୨ ୧୮.…
Author: Samikhsya Bureau
ଭୁବନେଶ୍ୱର : ଧିରେଧିରେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବାର ଜଣାପଡିଛି । ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୩ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜଣେ ରହିଛି। ଆଜିର ତଥ୍ୟକୁ ସାମିଲ କଲେ ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ମୋଟ୍ ୧୦ ଲକ୍ଷ ୪୪ ହଜାର ୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦ ଲକ୍ଷ ୩୩ ହଜାର ୬୫୨ଜଣ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବର: ଆଜି ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ପ୍ରଦେଶ କଂଗ୍ରେସ 6 ଘଣ୍ଟିଆ ହରତାଳ କରିଛି। ପୂର୍ବରୁ ଓଡିଶା ବନ୍ଦ କରିବ ବୋଲି ଘୋଷଣା କରାଯାଇଥିଲା। ହେଲେ ହାଇକୋର୍ଟ ଏହାକୁ ନ କରିବା ପାଇଁ ନିର୍ଦ୍ଦେଶ ଦେବାରୁ ହରତାଳ କରାଯାଇଛି। ଫଳରେ କଂଗ୍ରେସ କର୍ମିମାନେ ଲୋକମାନଙ୍କୁ ଜୋରଜବରଦସ୍ତ କୌଣସି ବନ୍ଦ କରି ନାହାଁନ୍ତି। ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଜି ସକାଳ 6 ଟାରୁ ଏହି ହରତାଳ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେମାନେ କିଛି ସମୟ ପାଇଁ ନାରା ଦେଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମିମାନେ ବିକ୍ଷୋଭ ସହ ଧାରଣାରେ ବସିରହିଥିଲେ। ଏହି ବନ୍ଦ ଦିନ 12ଟା ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ। ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍। କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି। ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ। ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ। ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ। ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍।…
ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଲେଣି । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଆଉ କେତେକ ବିଭାଗ ଯଥା, ରାଜ୍ୟ ସରକାରଙ୍କ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାମିଲ କରିବା ପାଇଁ ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବୀ କରାଯାଇଛି । ଏହା ଦ୍ୱାରା ପଂଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ସହ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଦଳ ତରଫରୁ କୁହାଯାଇଛି । ସେହିପରି ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ…
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ ଜାଣିପାରିବେ।…
ନାଗପୁର: ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ। ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ। ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା ମସ୍ତିଷ୍କକୁ…
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିରେ ରାଜ୍ୟବାସୀ ତଥା ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ମୁଖପାତ୍ର ଡଃ ଦେବାଶିଷ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ନିବେଦନ କରିଛନ୍ତି । ମମିତା ମେହର ହତ୍ୟା ଘଟଣାରେ କଂଗ୍ରେସ ଦଳ ଏହି ବନ୍ଦ କରୁଛି। ଏହା ସକାଳ ୬ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହାକୁ ରାଜ୍ୟବାସୀ ଏବଂ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ ଦେବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି । ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ…
ମେଷ ରାଶି: ପୂଜା ପାଇଁ ଆଗ୍ରହୀ ହେବେ | ବ୍ୟବସାୟ ଭଲ ହେବ | ସମସ୍ୟାରେ ପଡ଼ନ୍ତୁ ନାହିଁ | ଋଣ ଟଙ୍କା ପାଇବା ଏକ ଆରାମଦାୟକ ହୋଇପାରେ | ଜଟିଳ ସମସ୍ୟାର ସମାଧାନରେ ପତି-ପତ୍ନୀଙ୍କ ସହଯୋଗ ସହାୟକ ହେବ | ଯତ୍ନର ସହ ଗାଡି ଚଲାନ୍ତୁ | କୋର୍ଟ କଚେରୀରେ ଅନୁକୂଳ ରହିବ। ବୃଷ ରାଶି: ବ୍ୟବସାୟର ଯତ୍ନ ନିଅନ୍ତୁ | ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ | ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଭାବିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ | ଆଘାତ, ଚୋରି ଏବଂ ବିବାଦ ହେତୁ କ୍ଷତି ସମ୍ଭବ | ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | କୁସଙ୍ଗତିରେ କ୍ଷତି ହେବ। ମିଥୁନ ରାଶି: ପାରିବାରିକ ସମସ୍ୟାର ସମାଧାନ ହେବ | ବ୍ୟବସାୟରେ ନୂତନ ଯୋଜନା କରାଯିବ। ବ୍ୟବସାୟ ଭଲ ରହିବ | ରାଜନୈତିକ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ଦସ୍ତକ ଅଭିଯାନ’କୁ ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି। ଦେଶରେ କୋଭିଡ ୧୯ ଟିକାର ‘ସୁରକ୍ଷା କବଚ’ରୁ ଯେପରି ଜଣେ ହେଲେ ଯୋଗ୍ୟ ନାଗରିକ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ମିଳିତ ଏବଂ ବହୁ-ଅଂଶୀଦାର ଆଧାରିତ ପ୍ରୟାସ କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଥିବା ପ୍ରତିଟି ପରିବାର ନିକଟରେ ପହଞ୍ଚି ଲୋକମାନଙ୍କୁ ଦୁଇଟି ଡୋଜ୍ ଟିକା ନେବାକୁ ଅନୁପ୍ରାଣିତ କରିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଏହି ଆଲୋଚନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାଓ୍ବାର…
ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ସିବିଏସ୍ଇ ଏବଂ ଆଇସିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ ପରୀକ୍ଷାରେ କେବଳ ଅଫଲାଇନ୍ ମୋଡ୍ କୁ ବିରୋଧ କରି ଛାତ୍ରଛାତ୍ରୀମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଛାତ୍ରଛାତ୍ରୀମାନେ ଏକ ଆବେଦନ କରି ଅନଲାଇନ୍ ପରୀକ୍ଷା କରିବାର ବିକଳ୍ପ ମଧ୍ୟ ଖୋଜିଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୬ ଜଣ ଛାତ୍ର ଏହି ଆବେଦନ କରିଛନ୍ତି ଏବଂ ହାଇବ୍ରିଡ୍ ଢଙ୍ଗରେ ପରୀକ୍ଷା କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଲୋଡିଛନ୍ତି। ସିବିଏସ୍ଇ ପରୀକ୍ଷା ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଇସିଏସ୍ଇ ପରୀକ୍ଷା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଅଫଲାଇନରେ ପରୀକ୍ଷା ହେତୁ କୋଭିଡ-୧୯ ସଂକ୍ରମଣର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏହା ସ୍ୱାସ୍ଥ୍ୟ ଅଧିକାରର ଉଲ୍ଲଂଘନ ବୋଲି ଆବେଦନରେ କୁହାଯାଇଛି। ବିନା ବିକଳ୍ପରେ ସହମତି ପାଇବା ମନମୁଖୀ ଏବଂ ବେଆଇନ୍ ଅଟେ। ହାଇବ୍ରିଡ୍ ମୋଡ୍ ହେଉଛି ଘଣ୍ଟାର ଆବଶ୍ୟକତା। ସାମାଜିକ ଦୂରତାକୁ ଉନ୍ନତ କରିଥାଏ ଏବଂ ଲଜିଷ୍ଟିକ୍ ପ୍ରତିବନ୍ଧକ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଖଲାଶୁଣି ଅଭୟାରଣ୍ୟର କେନ୍ଦୁମୁଣ୍ଡା ଅଂଚଳରୁ ବାରହା ମାଂସ ସହ ୨ ଜଣଙ୍କୁ ବନବିଭାଗ ଗିରଫ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଖଲାଶୁଣି ଅଭୟାରଣ୍ୟର ହିକପାଲି ବିଟ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳା ପକାଇ ବାରହା ମାରି ତାର ମାଂସକୁ କାଟୁ ଥିବା ସମୟରେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଚଢଉ କରିଥିଲା। ଚଢଉ କରି ସେମାନଙ୍କ ପାଖରୁ ୨୧ କେଜି ବାରହା ମାଂସ ସହ ଟାଙ୍ଗିଆ , କଟୁରୀ ଆଦି ଜବତ କରିଥିଲା ବନବିଭାଗ। ଅଭିଯୁକ୍ତଦ୍ୱୟ ହେଲେ କିସିଣ୍ଡା ଥାନା ଜେମାଯୁରୀ ଗ୍ରାମର ସୁରେଶ ଖାଲକୋ(୪୨) ଏବଂ ଭଗବାନ କିସାନ (୨୬)। ଅଭିଯୁକ୍ତ ଦ୍ୱୟଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି। ଏହି ଚଢଉରେ ବନବିଭାଗର ଫରେଷ୍ଟର ଭୂବନେଶ୍ୱର ପାଣି , ଫରେଷ୍ଟ ଗାର୍ଡ ନିହାର ରଞନ ବଡପଣ୍ଡା ଏବଂ ବନବିଭାଗର…
ନୂଆଦିଲ୍ଲୀ: ପଞ୍ଜାବର ରାଜନୀତି ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ନିକଟରେ ଆମ୍ ଆଦମୀ ପାର୍ଟି (ଏଏପି) ଛାଡିବା ପରେ କଂଗ୍ରେସରେ ଯୋଗ ଦେଇଥିବା ବିଧାୟକ ସୁଖପାଲ ସିଂ ଖେରାଙ୍କୁ ଅର୍ଥ ହେରଫେର ମାମଲାରେ ଜଲନ୍ଧର ଇଡି ଗିରଫ କରିଛି। ଏହି ମାମଲାରେ ଚାଲିଥିବା ପଚରାଉଚରା ବେଳେ ସୁଖପାଲ ଖେରାଙ୍କୁ ଗିରଫ କରାଯାଇଛି। ୨୦୧୫ ମସିହାରେ ପଞ୍ଜାବର ଫାଜିଲ୍କାରେ ଡ୍ରଗ୍ ଚୋରା ଚାଲାଣ ମାମଲାରେ ସୁଖପାଲ ଖେରାଙ୍କୁ ଟଙ୍କା ହେରଫେର ଅଭିଯୋଗ ହୋଇଥିଲା, ଯାହା ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଛି। ସେ ୨୦୧୭ ରେ ଏଏପି ଦଳରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: କାନାଡ଼ାରୁ ଭାରତ ଫେରାଇ ଅଣାଯାଇଥିବା ମାଆ ଅନ୍ନପୂର୍ଣ୍ଣାଙ୍କ ୧୦୦ ବର୍ଷର ପ୍ରାଚୀନ ଦୁର୍ଲଭ ମୂର୍ତ୍ତିକୁ ଉତ୍ତରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଭାରତର ପ୍ରାଚୀନ କଳାକୃତିକୁ ସୁରକ୍ଷିତ ଭାବରେ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ନିରନ୍ତର ଉଦ୍ୟମ କାରଣରୁ ଆଜି ଭାରତର ଅନେକ ଐତିହାସିକ କଳାକୃତିକୁ ଫେରାଇ ଅଣାଯାଉଛି। କାନାଡ଼ାରୁ ମାଆ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ସୁରକ୍ଷିତ ଭାବରେ ଅଣାଯିବା ଏବଂ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପୁନଃସ୍ଥାପନା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଥ ପରିଷ୍କାର କରାଯାଇଛି। ୧୦୦ ବର୍ଷ ପୁରୁଣା ମାଆ ଅନ୍ନପୂର୍ଣ୍ଣାଙ୍କ ଏହି ମୂର୍ତିକୁ ବାରଣାସୀର ଏକ ମନ୍ଦିରରୁ ଚୋରି କରାଯାଇଥିଲା, ଯାହା…
ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୧ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ ଜିତି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଉଲ୍ଲେଖନୀୟ କଥା ହେଉଛି ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟି -୨୦ ବିଶ୍ୱକପରେ ୬ ଟି ମ୍ୟାଚରେ ପଞ୍ଚମ ଥର ପାଇଁ ଟସ୍ ଜିତିଛନ୍ତି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଚାରିଥର ସଫଳତାର ସହ ଚେସ କରିଛି। ତେବେ ଟସ୍ ହାରି ପାକିସ୍ତାନ ଅଧିନାୟକ ବାବର ଆଜାମ ନିରାଶ ନୁହଁନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କର ଲକ୍ଷ୍ୟ ଅଧିକରୁ ଅଧିକ ରନ୍ ସଂଗ୍ରହ କରିବା। ଅଷ୍ଟ୍ରେଲିଆର ଖେଳୁଥିବା ଏକାଦଶ: ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ…
ନୂଆଦିଲ୍ଲୀ: ଭାରତର ସ୍ଵାଧୀନତା ଉପରେ ବକ୍ତବ୍ୟ ଦେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିବାଦ ଘେରକୁ ଆସିଛନ୍ତି। କଙ୍ଗନା ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ଭିକ ମାଗିବାରେ ସ୍ୱାଧୀନତା ମିଳେ, ତେବେ ଏହା ସ୍ୱାଧୀନତା ହୋଇପାରେ କି? ପ୍ରକୃତ ସ୍ୱାଧୀନତା ୨୦୧୪ ରେ ମିଳିଥିଲା ବୋଲି କଙ୍ଗନା କହିଛନ୍ତି। ଏହି ବିବୃତ୍ତି ପରେ କଙ୍ଗନା ଟାର୍ଗେଟରେ ଅଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି ଭବନକୁ ଟ୍ୟାଗ୍ କରି ଜିତନ୍ ରାମ ମାଞ୍ଝି ଟୁଇଟ୍ କରି କହିଛନ୍ତି ଯେ, ବିଳମ୍ବ ନକରି କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରାଯାଉ। ସେ ଲେଖିଛନ୍ତି ଯେ, ଅନ୍ୟଥା ଦୁନିଆ ଏହା ବୁଝିବ ଯେ, ଗାନ୍ଧୀ, ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲ, କଲାମ, ମୁଖାର୍ଜୀ,…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children…
କଟକ: ଆସନ୍ତାକାଲି କଂଗ୍ରେସ ତରଫରୁ ହେବାକୁ ଥିବା ଓଡିଶା ବନ୍ଦ ଡାକରାକୁ ଓଡିଶା ହାଇକୋର୍ଟ ମନା କରି ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତରେ କେବଳ ଆନ୍ଦୋଳନ କରାଯାଇ ପାରିବ ହେଲେ ବନ୍ଦ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିସହିତ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ହେଉ କିମ୍ବା ଦୋକାନ ବଜାରକୁ ଜବରଦସ୍ତ ବନ୍ଦ କରାଯାଇ ପାରିବ ନାହିଁ। କଂଗ୍ରେସ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କଟକ ବ୍ୟବସାୟୀ ସଂଘ କୋର୍ଟରେ ଏକ ମାମଲା ଋଜୁ କରିଥିଲେ। ଏଥିରେ କୋର୍ଟ ଭଚ୍ୟୁୟାଲି ଶୁଣାଣି କରି ଏହି ବନ୍ଦ ଉପରେ ରୋକ ଲଗାଇଛନ୍ତି। ଆସନ୍ତାକାଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ପ୍ରଦେଶ କଂଗ୍ରେସ ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି।
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ୩ ଜଣଙ୍କୁ ନାକଟିଦେଉଳ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ସୂଚନା ଥାଉକି, କିଛି ଦିନ ତଳେ ନାକଟିଦେଉଳ ଥାନା ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ସରକାରୀ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛ ଏବଂ ଅନ୍ୟ ଏକ ଦିନରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଞେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଥିଲା। ଏହି ଗଞେଇ ପାକଳ ହେଲା ପରେ ବିକ୍ରି ହୋଇଥିଲେ ଏହାର ମୂଲ୍ୟ ୫୦ଲକ୍ଷ ୨୫ ହଜାର ହୋଇଥାନ୍ତା ବୋଲି ପୋଲିସ୍ କହିଛି। ଗଞେଇ ଚାଷ କରିବା ଅଭିଯୋଗରେ ହିତସରା ଗ୍ରାମର ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ନାକଟିଦେଉଳ ପୋଲିସ୍। ଆଜି ୫ ଜଣ ମଧ୍ୟରୁ ୩ ଜଣଙ୍କୁ ପୋଲିସ୍…
ଭୁବନେଶ୍ବର: ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆସନ୍ତାକାଲି ଅର୍ଥାତ 12 ତାରିଖ ଶୁକ୍ରବାରରେ ପାଳିତ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ନବମୀଙ୍କୁ ପୂଜା କରନ୍ତି। ଏହି ପୂଜା ପିଲା ଏବଂ ପରିବାରର ଆରାମ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ଅଁଳା ନବମୀ ବା ଅକ୍ଷୟ ନବମୀ ପାଳନ କରାଯାଏ। ଦିୱାଲି…

