ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବରଗଡ ହେଉଛି ମା ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡିଶାର ଭାତ ହାଣ୍ଡି । ବରଗଡର ବୁଣାକାର ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଲେ ଯେ ଚାଷୀଙ୍କ ପରି ବରଗଡର ବୁଣାକାର ମଧ୍ୟ ସାରା ବିଶ୍ବକୁ ସମ୍ବଲପୁରୀ ଶାଢୀ ଉପହାର ଦେଇଛନ୍ତି । ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ ବୋଲି ସେ କହିଥିଲେ । ବରଗଡ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରତିମାସର ଶେଷ ରବିବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି ‘ମନ କି ବାତ୍’। ଏହା ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯାଇଥାଏ। ଚଳିତ ମାସ ଶେଷ ରବିବାରରେ ଅର୍ଥାତ ନଭେମ୍ବର 28 ତାରିଖରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରରଣ କରାଯିବ। ତେବେ ଏଥର ଏହି ‘ମନ କି ବାତ୍’ କାର୍ଯ୍ୟକ୍ରମ ଟିକିଏ ଭିନ୍ନ କରାଯିବାକୁ ପ୍ରୟାସ କରାଯାଇଛି। ଏଥର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଲୋକଙ୍କ କଥା ପ୍ରଧାନମନ୍ତ୍ରୀ କହିବେ ବୋଲି ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପଦକ୍ଷେପ ଅନୁସାରେ ଆପଣ ଆପଣଙ୍କର କୌଣସି ଅଭିନବ ଯୋଜନା ରହିଛି ତେବେ ତାହାକୁ ଆପଣ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ପାରିବେ। ଏଥିସହିତ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦେଇପାରିବେ ଯାହାକୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ୍’ ରେ ଆପଣଙ୍କ ନାମ ସହିତ କହିବେ। ତେବେ ସେଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ତାହା ଜାଣିବା ନିହାତି…
ଭୁବନେଶ୍ବର: ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ଟି ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୮,୪୫୩ କୋଟି ୯୨ ଲକ୍ଷ ଟଙ୍କା ଜାରି କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ଅନୁଦାନ ସହାୟତା ଯୋଗାଇ ଦିଆଯାଇଛି। ସ୍ଥାନୀୟ ପ୍ରଶାସନଗୁଡ଼ିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଜାରି କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟରେ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୭୦ ହଜାର ୫୧ କୋଟି ଟଙ୍କା ଜାରି କରିବା…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯିବେ। ସେଠାରେ ସେ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ବିଜେପୁରରେ ଆୟୋଜିତ ଏହି ସମାରୋହରେ ଯୋଗ ଦେବେ। ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ବରଗଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରାୟ 18 ପ୍ଲାଟୁନ ପୋଲିସ ଫୋର୍ସ, 6 ଜଣ ଡିଏସପି, 15 ଜଣ ଇନ୍ସପେକ୍ଟର, 20 ଜଣ ସବ ଇନ୍ସପେକ୍ଟର, 40 ଜଣ ଏଏସଆଇ ମୁତୟନ ହୋଇଥିବା ବେଳେ ଏସଓଜି ଟିମ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।
ନୂଆଦିଲ୍ଲୀ: ଘରର ସୌନ୍ଦର୍ଯ୍ୟ କବାଟରୁ ଜଣାପଡିଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏହି କବାଟ ଦ୍ବାରା ଆପଣଙ୍କର ଘରର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଆସନ୍ତୁ ଜାଣିବା ଘରର କବାଟ କ’ଣ ହେବା ଉଚିତ। ୧- ଏକ ସିଧା ଧାଡିରେ ତିନୋଟି କବାଟ ରହିବା ଉଚିତ୍ ନୁହେଁ। ୨- କବାଟ ଭିତରେ କବାଟ ତିଆରି କରିବା ଉଚିତ୍ ନୁହେଁ। ୩- କବାଟ ସିଧା କାନ୍ଥରେ ରହିବା ଉଚିତ୍ ନୁହେଁ , ଦୁଇଟି ଗୋଡ କାଠରେ ରହିବା ଦରକାର। ୪- ନିଜେ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ଏକ କବାଟ ରହିବା ଉଚିତ୍ ନୁହେଁ। ୫- ଘରର ମୁଖ୍ୟ ପ୍ରବେଶ ଦ୍ୱାର ବାହାରୁ ଖୋଲିବା ପରି କରିବା ଉଚିତ୍ ନୁହେଁ। ୬- କିଛି କବାଟ ଏପରି ଯେ ତାହା ଝରକା ପରି ହୋଇଥିବ, ଏହିପରି କବାଟରେ ବାସ୍ତୁ ତ୍ରୁଟି ରହିବ। ୭- ମୁଖ୍ୟ ଫାଟକ ତ୍ରିକୋଣୀୟ, ବୃତ୍ତାକାର, ବର୍ଗ କିମ୍ବା ବହୁଭୂଜ…
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ନଦୀରୁ ମାଛ ଧରା। ଏହି କଥା ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। କାରଣ, ମନ୍ତ୍ରୀ ଚାହିଁଲେ ଶହଶହ କ୍ବାଣ୍ଟଲ ମାଛ ତାଙ୍କ ଘରେ ଆସି ଅଜାଡି ହୋଇଯିବ, ହେଲେ ସେ ମାଛ ଧରିଲେ କାହିଁକି। ତେବେ ଘଟଣାଟି ସଂପୂର୍ଣ୍ଣ ସତକଥା। ଏହା ହେଉଛି ସବୁବେଳେ କିଛି ଭିନ୍ନ କରି ଚର୍ଚ୍ଚାକୁ ଆସିଥିବା ଯୁବ ଆଇନ ମନ୍ତ୍ରୀ କିରଣ ଋଜୁଜି। କିରଣ ଅରୁଣାଚଳ ପ୍ରଦେଶ ଗସ୍ତ ସମୟରେ ସେ ସୁବନଶିିରି ନଦୀ ନିକଟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ସେହି ନଦୀରେ ବନୀଶି ପକାଇ ଜଣ ମାଛ ଧରୁଥିବାର ମନ୍ତ୍ରୀ ଦେଖିଲେ। ତାଙ୍କଠାରୁ ସେହି ବନୀଶି ମାଗି ମନ୍ତ୍ରୀ ନିଜେ ମାଛ ଧରିବାକୁ ଆଗ୍ରହ ପ୍ରକାଶ କଲେ। ସତକୁ ସତ ତାଙ୍କ ବନୀଶିରେ ଏକ ବଡ ମାଛ ପଡିଗଲା। ମନ୍ତ୍ରୀ ତାହାକୁ ବାହାରକୁ ଆଣି ସମସ୍ତଙ୍କୁ ଦେଖାଇଲେ। ଏହାକୁ ନେଇ ଗେଷ୍ଟ ହାଉସରେ…
ନୂଆଦିଲ୍ଲୀ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ସ୍ୱଚ୍ଛତା ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି। ଏହି କାରଣରୁ ଆମେ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ଆମ ଘରର ସ୍ୱତନ୍ତ୍ର ଭାବେ ପରିଷ୍କାର କରିଥାଉ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସଫା କରିବା ପାଇଁ ବ୍ୟବହୃତ ଫୁଲ ଝାଡୁ ମଧ୍ୟ ମାଙ୍କର ପ୍ରତୀକ ଅଟେ। ଆସନ୍ତୁ ଝାଡୁକୁ କିପିର ବ୍ୟବହାର କରିବେ ସେ ସଂପର୍କରେ କେତେକ ତଥ୍ୟ ଆମେ ଆପଣଙ୍କୁ ଦେବୁ ୧- ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ଝାଡୁକୁ କେବେ ବି ପାଦ ତଳେ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି। ଘରେ ଦରିଦ୍ରତା ଗୋଡାଏ। ୨- ଝାଡୁକୁ ଅସମ୍ମାନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହିତ ସମାନ ହୋଇଥାଏ। ୩-ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଝାଡୁକୁ କେବେ ଓଲଟା…
ମେଷ ରାଶି: ଆପଣ ଜଣେ ପ୍ରଭାବଶାଳୀ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ପାଇବେ | ଶାରୀରିକ ଯନ୍ତ୍ରଣା ସମ୍ଭବ | ବିରୋଧୀମାନେ ସକ୍ରିୟ ରହିବେ | ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ | ବ୍ୟବସାୟ ଏବଂ କାରବାର ଲାଭଦାୟକ ହେବ | ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ | ମୂଲ୍ୟବାନ ସାମଗ୍ରୀକୁ ଯତ୍ନରେ ରଖନ୍ତୁ | ସୁଖ ମିଳିବ। ବୃଷ ରାଶି: ସ୍ଥାୟୀ ସମ୍ପତ୍ତିରେ ବୃଦ୍ଧି ହେବାର ସମ୍ଭାବନା ଅଛି | ଆୟ ବୃଦ୍ଧି ପାଇବ | ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ | ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ | ବିନିଯୋଗ ଲାଭଦାୟକ ହେବ | ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ | ଜମି ଏବଂ ନିର୍ମାଣ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ। ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହନ୍ତୁ,କ୍ଷତି ଘଟାଇପାରନ୍ତି | ପ୍ରଲୋଭିତ ହୁଅନ୍ତୁ…
ନୂଆଦିଲ୍ଲୀ: ରାଷ୍ଟ୍ରମଣ୍ଡଳ ଖେଳ-୨୦୨୨ ର ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଅଗଷ୍ଟ ୭ ତାରିଖରେ ଫାଇନାଲ ଖେଳାଯିବ। ଆଜି ଆୟୋଜକମାନେ ଏହି ଘୋଷଣା କରିଛନ୍ତି। ରାଷ୍ଟ୍ରମଣ୍ଡଳ ଖେଳରେ ମହିଳା କ୍ରିକେଟ୍ ଟି-୨୦ ଫର୍ମାଟ ଡେବ୍ୟୁ କରିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ଉଦଘାଟନୀ ଅଧିବେଶନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହା ପରେ ପାକିସ୍ତାନ ବାରବାଡୋ ସହିତ ମୁହାଁମୁହିଁ ହେବ। ଜୁଲାଇ ୩୧ ତାରିଖରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଖେଳାଯିବ। ଅଗଷ୍ଟ ୩ ତାରିଖରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଖେଳିବେ। ଏହା ପରେ ଇଂଲଣ୍ଡ ଦଳ ଅଗଷ୍ଟ ୨ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ଅଗଷ୍ଟ ୪ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।
ଭୁବନେଶ୍ୱର: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ଆଜି ଆମ ଅଧିକାର ପକ୍ଷରୁ ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କଙ୍ଗନା ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଥିଲେ, ୧୯୪୭ ମସିହାରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ବୋଲି କୁହାଯାଇଛି, ତାହା ‘ଭିକ’ ଥିଲା। ୨୦୧୪ ମସିହାରେ ମୋଦି କ୍ଷମତାକୁ ଆସିବା ପରେ ହିଁ ପ୍ରକୃତ ସ୍ୱାଧୀନତା ଆସିଛି। ଏହା ନିଜ ଜୀବନ ଯୌବନକୁ କାରାଗାର ଓ ଫାଶିଖୁଣ୍ଟରେ ଉତ୍ସର୍ଗ କରିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ଶହୀଦ ମାନଙ୍କ ପାଇଁ ପ୍ରଚଣ୍ଡ ଅପମାନ। ସେମାନଙ୍କୁ ପରୋକ୍ଷରେ ଭିକାରୀ କହିବା ଦେଶଦ୍ରୋହ ସହ ସମାନ। ତେଣୁ ସମାଜରେ ଶାନ୍ତି ଭଙ୍ଗ କରିବାର ଉଦ୍ୟମ, ମିଥ୍ୟା ପ୍ରଚାର ଓ ଦେଶପ୍ରତି ଅପମାନ ଅଭିଯୋଗରେ ତାଙ୍କ ନାଁରେ ଆଇ.ପି.ସି.ର ଧାରା ୫୦୪, ୫୦୫ ଏବଂ…
ଭୁବନେଶ୍ୱର: ଉତ୍ତମ ରୋଗୀ ସେବା କ୍ଷେତ୍ରରେ ସବୁବେଳେ ଆଗଧାଡ଼ିରେ ରହି ନୂତନ ଜ୍ଞ୍ୟାନ କୌଶଳ ସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ରଣୀ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ ଲାବୋରେଟୋରୀ ହେମାଟୋଲୋଜି କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି। ପୂର୍ବାଂଚଳର ପ୍ରଥମ ହସପିଟାଲ୍ ଭାବେ ସବୁଠାରୁ ଅତ୍ୟାଧୁନିକ ଅଟୋମେଟେଡ ସିବିସି ଆନାଲାଇଜର ସମ୍ରେ ପ୍ରତିଷ୍ଠା କରାଯାଇଛି। ଭାରତର ଚତୁର୍ଥ ହସପିଟାଲ ଭାବେ ସମ୍ରେ ଏହି ମେସିନ୍ର ପ୍ରତିଷ୍ଠା କରାଯାଇଥିବା ହସପିଟାଲର ପାଥୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଲାବୋରେଟୋରୀ ହେମାଟୋଲୋଜିର ଇନଚାର୍ଜ ଡ. ରାଜେଶ କୁମାର ଭୋଳ ସୂଚନା ଦେଇଛନ୍ତି। ରକ୍ତ ନମୂନା ପରୀକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୂନିକ ମେସିନ (ସିସମେକ୍ସ ଏକ୍ସଏନ୩୧୧୧ଏ ଆନାଲାଇଜର) ରକ୍ତ ନମୁନାକୁ ଅତି ଅଳ୍ପ ସମୟରେ ପରୀକ୍ଷା କରିବାରେ ସାହାଯ୍ୟ କରିବ। ଏହା ଦ୍ୱାରା ସିବିସି ପରୀକ୍ଷା ସହ ସ୍ଲାଇଡ ପ୍ରସ୍ତୃତ କରାଯିବ ଓ ରିଫ୍ଲେକ୍ସ ରୁଲ ମାଧ୍ୟମରେ ଷ୍ଟେନିଂ…
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଛନ୍ତି । ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ପ୍ରଦେଶ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ନିଷ୍ପତିକ୍ରମେ ରାଜ୍ୟବ୍ୟାପି ୬ ଘଂଟିଆ ଧର୍ମଘଟ କରାଯାଇଥିଲା । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା । ଏହି ଆହ୍ୱାନରେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ସେଥିପାଇଁ ରାଜ୍ୟବାସୀ ଏବଂ କଂଗ୍ରେସର ସମସ୍ତ ନେତୃବୃନ୍ଦ, ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀମାନଙ୍କୁ କୃତଜ୍ଞତା…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ନାକଟିଦେଉଳ ଥାନା କୁଡାନାଳି ନିକଟରେ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁବରଣ ହୋଇଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଜୋରୀ ଗ୍ରାମର ଆର୍ତତ୍ରାଣ କୁମ୍ଭାର କୁଡାନାଳି ରାସ୍ତାରେ ଯାଉଥିବା ବେଳେ କୁଡାନାଳି ନିକଟସ୍ଥ ଏକ ସ୍ଥାନରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଆର୍ତତ୍ରାଣ କୁମ୍ଭାର ଟ୍ରାକଟର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି। ପୋଲିସ୍ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲସାଇନସେସ୍ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି। ଶିଶୁ ମାନଙ୍କୁ କିଭଳି ନିମୋନିଆ ରୋଗରୁ ରକ୍ଷା କରାଯାଇପାରିବ, ଠିକ୍ ସମୟରେ ଟୀକାକରଣ କରାଯିବ ଏବଂ ଚିକିତ୍ସା ଓ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଅବସରରେ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଉଭୟ ବର୍ହିବିଭାଗରେ ଚିକିତ୍ସା ପାଇଁ ଆସିଥିବା ଶିଶୁ ଓ ହସପିଟାଲ୍ରେ ଭର୍ତ୍ତି ହୋଇଥିବା ଶିଶୁ ମାନଙ୍କର ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା। ଏହି ଅବସରରେ ଶିଶୁ ରୋଗ ବିଭାଗ ଅଧିନରେ ଶିକ୍ଷା ଗ୍ରହଣ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିମୋନିଆର ନିରାକରଣ, ନିବାରଣ ଓ ଟୀକାକରଣ ଦିଗରେ ସଚେତନତା ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା।
ନୂଆଦିଲ୍ଲୀ: ଅନ ଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ସଂଯୁକ୍ତ ଆରବ ଏମିରେଟ୍ସ ବ୍ୟତୀତ ସମସ୍ତ ଆନ୍ତର୍ଜାତୀୟ ବଜାରରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛି। ଏ ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ କରାଯାଇଛି। ଯେଉଁ ଆନ୍ତର୍ଜାତୀୟ ବଜାରରୁ ଜୋମାଟୋ ବାହାରିବ ସେଗୁଡିକ ହେଲା ବ୍ରିଟେନ, ଆମେରିକା, ସିଙ୍ଗାପୁର ଏବଂ ଲେବାନନ୍ ଅନ୍ତର୍ଭୁକ୍ତ। ଜୋମାଟୋ, ନିକଟରେ ଏହାର ଆଇପିଓ ଲଞ୍ଚ କରିଥିବା ବେଳେ ଏହାର ବୃହତ୍ତମ ବଜାର ଭାରତ ଏବଂ ଲାଭଜନକ ୟୁଏଇ ଉପରେ ଧ୍ୟାନ ଦେବ ବୋଲି ବିଜିନେସ ଇନସାଇଡର୍ ରିପୋର୍ଟରେ ଦର୍ଶାଯାଇଛି। ଜୋମାଟୋ ଏହାର ବ୍ୟବସାୟ କ୍ଷେତ୍ରଗୁଡ଼ିକୁ ଭାରତ, ୟୁଏଇ ଏବଂ ବିଶ୍ବର ଅନ୍ୟାନ୍ୟ ଶ୍ରେଣୀଭୁକ୍ତ କରିଛି। ଏହି ସପ୍ତାହରେ ଜୋମାଟୋ ଘୋଷଣା କରିଥିଲା ଯେ ସେପ୍ଟେମ୍ବର 30 ରେ ଶେଷ ହୋଇଥିବା ତ୍ରୟ ମାସିକ ରେଜଲଟରେ କଂପାନୀର କ୍ଷତିର ପରିମାଣ 430 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟତଃ ବିତରଣ ମୂଲ୍ୟ ବୃଦ୍ଧି ଏହାର ଏକ ପ୍ରମୁଖ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଯୋଜନା ହେଲା- ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନା। ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଥିଲେ। ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଉଦବୋଧନ ଦେଇ ମହାମାରୀ ସମୟରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଭଳି ସଂସ୍ଥାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଅମୃତ ମହୋତ୍ସବର ଏହି ସମୟ, ଏକବିଂଶ ଶତାବ୍ଦୀର ଏ ଦଶନ୍ଧି ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ। ଏଭଳି ପରିସ୍ଥିତିରେ ଆରବିଆଇର ଭୂମିକା ସୁବୁଠୁ ମହତ୍ୱପୂର୍ଣ୍ଣ। ଆରବିଆଇର ସମ୍ପୂର୍ଣ୍ଣ…
ଭୁବନେଶ୍ୱର : ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର। କଂଗ୍ରେସର ହରତାଳକୁ ଜବାବ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ପୀଡିତାଙ୍କ ପିତା ହାତ ଯୋଡି ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଏବଂ ସେମାନଙ୍କ ଘରକୁ ନଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ଏହାକୁ ସମ୍ମାନ ଦେଇନାହାନ୍ତି । ଯଦି ଏହି ରାଜନୈତିକ ଦଳ ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଇ ଏହାକୁ ଦାଖଲ କରନ୍ତୁ ଏବଂ ଆଇନ୍ ତାହା ଉପରେ ନିଷ୍ପତ୍ତି ନେବ। କଂଗ୍ରେସ ଦଳର କାଁ ଭାଁ…
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀରେ ଏଜି ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ଜୟୀ ରାଜଗୁରୁଙ୍କ ଅଦମ୍ୟ ବୀରତ୍ୱ, ଦେଶଭକ୍ତି ତଥା ନିଷ୍ଠାର ପଟ୍ଟାନ୍ତର ନାହିଁ । ଇଂରେଜମାନଙ୍କୁ ଗରିଲା ଯୁଦ୍ଧରେ ପରାସ୍ତ କରିବା ସହ ପାଇକମାନଙ୍କୁ ଏକାଠି କରି ଦେଶ ମାତୃକା ପାଇଁ ଲଢି ଯେଉଁ ପ୍ରାଣବଳୀ ଦେଇଥିଲେ ତାହା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସମ୍ମାନିତ ଅତିଥି ଓ ସଂଯୋଜକ ଭାବେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରାଙ୍କ ସହିତ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ବି ମୁରଲୀଧର,…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ବଦଳି କରିଦେଇଛନ୍ତି। ତାଙ୍କୁ ଉତ୍ତର ଓଡିଶା ଆରଡିସି କରି ବଦଳି କରାଯାଇଛି। ତାଙ୍କର ବଦଳି ପରେ ଏହି ବିଭାଗର ନିର୍ଦ୍ଦେଶକ ଥିବା ରଂଜନ କୁମାର ଦାସ ସଚିବ ଦାୟିତ୍ବରେ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସଂସ୍କୃତି ସଚିବ ଭାବେ ସୁରେଶ ଚନ୍ଦ୍ର ଦଳାଇ ଚଳିତ ବର୍ଷ ଜୁଲାଇରେ ଯୋଗ ଦେଇଥିଲେ। ମାତ୍ର 4 ମାସ କାମ କରିବା ପରେ ତାଙ୍କୁ ବଦଳି କରାଯାଇଛି। ଏହା ପୂର୍ବରୁ ରାଜସ୍ବ ଏବଂ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଦାୟିତ୍ବରେ ଥିଲେ। କିଛି ମାସ ପରେ ରାଜ୍ୟ ସରକାର ତାଙ୍କ ହାତରୁ ସଂସ୍କୃତି ବିଭାଗ କାଢି ନେଲେ।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମନ ସୁଦ୍ଧା ମୋଟ ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିସ୍କାର କରାଗଲା । ଏହି ୮ ଜଣଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପର ଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ । ସେହିପରି ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍ ଅଧିକାରୀ ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା ।…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ତିନିଦିନିଆ ରାଜାରାଣୀ ସଙ୍ଗୀତ ଉତ୍ସବ। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦଘାଟନ କରିବେ। ୨୧ ବର୍ଷ ଧରି ଏହି ଉତ୍ସବ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇ ଆସୁଛି। ଏଥିରେ ମୁଖ୍ୟତଃ ଭାରତୀୟ ବାଦ୍ୟଯନ୍ତ୍ର ତଥା ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇ ଥାଏ। ଏଥିରେ ଦେଶର ବେଶ ପ୍ରତିଷ୍ଠିତ ସଂଗୀତଜ୍ଞ ଯୋଗଦାନ କରି ସେମାନଙ୍କର ସଂଗୀତ ପରିବେଷଣ କରିଛନ୍ତି।

